ପାଚେରିରେ ଅଟକିଛି ପ୍ଲାନେଟାରିୟମ ନିର୍ମାଣ

ବ୍ରହ୍ମପୁର ଅଫିସ,୧ା୨ – ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା ନିମନ୍ତେ ବିକ୍ରମପୁରଠାରେ ରାଜ୍ୟର ତୃତୀୟ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ନିର୍ମାଣ ପାଇଁ ଯୋଜନା ହୋଇଛି । ହେଲେ କାର୍ଯ୍ୟରେ ଅଗ୍ରଗତି ହେଉ ନ ଥିବାରୁ ଏହା କେବଳ ଘୋଷଣାରେ ରହିଯିବା ଭଳି ମନେହେଉଛି। ପ୍ଲାନେଟାରିୟମ ପାଇଁ ଗତ ମାର୍ଚ୍ଚରୁ ପାଚେରି ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଆଉ ପଥର ଖଣ୍ଡିଏ ମଧ୍ୟ ପଡିନାହିଁ । ଫଳରେ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ପ୍ରକଳ୍ପ ବାସ୍ତବ ରୂପ ନେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏଥିରୁ ଗଞ୍ଜାମ ଜିଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନତା ସ୍ପଷ୍ଟ ପ୍ରତିଫଳିତ ହେଉଥିବା ବୁଦ୍ଧଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଆକର୍ଷଣୀୟ କରାଇବା ନେଇ ପଠାଣି ସାମନ୍ତ ପ୍ଲାନେଟାରିୟମ ଢାଞ୍ଚାରେ ଏକ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ର୍ନିମାଣ ପାଇଁ ଯୋଜନା କରାଯାଇଥିିଲା ।
ଏଥିପାଇଁ ୨୦୧୮ ଜାନୁୟାରୀରେ ବିକ୍ରମପୁରଠାରେ ୧୦ ଏକର ଜାଗା ଚିହ୍ନଟ କରାଯାଇ ୫ ଏକର ଜମିରେ ସାଇନ୍ସ ପାର୍କ ଓ ଅନ୍ୟ ୫ ଏକର ଜମିରେ ପ୍ଲାନେଟାରିୟମ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା। ଏହାର ନିର୍ମାଣ କାର୍ଯ୍ୟ ଇଡକୋ (ଓଡିଶା ଶିଳ୍ପ ଭିତ୍ତିଭୂମି ବିକାଶ ବିଭାଗ)କୁ ହସ୍ତାନ୍ତର କରାଯାଇଥିଲା। ୧୨ କୋଟି ଟଙ୍କା ବିିନିମୟରେ ହେବାକୁ ଥିବା ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ କେବଳ ପ୍ଲାନେଟାରିୟମ ପାଚେରି ନିର୍ମାଣ ପାଇଁ ୨୦୧୮ ଏପ୍ରିଲରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ୪୯ ଲକ୍ଷ ଟଙ୍କା ଇଡକୋକୁ ହସ୍ତାନ୍ତର କରିଥିଲା। ସେହିବର୍ଷ ନଭେମ୍ବରରୁ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗତ ମାର୍ଚ୍ଚ ମାସରେ ଶେଷ ହୋଇଥିଲା। ଏହାବ୍ୟତୀତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ରାଜ୍ୟ ଇଡକୋ କାର୍ଯ୍ୟାଳୟକୁ ସାଇନ୍ସ ପାର୍କର ନିର୍ମାଣ କାର୍ଯ୍ୟ ହାତକୁ ନେବାକୁ ୨୦୧୯ ଫେବୃୟାରୀ ୪ରେ ଏକ ଚିଠି ମାଧ୍ୟମରେ ଅବଗତ କରାଇଥିଲା। ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁରଲାଠାରେ ଥିବା ସାଇନ୍ସ ପାର୍କ ଢାଞ୍ଚାରେ ସାଇନ୍ସ ପାର୍କ ନିର୍ମାଣ କରିବା ସହ ୬.୫ କୋଟି ଟଙ୍କାର ବ୍ୟୟ ବରାଦ କରାଯିବା ନେଇ ମଧ୍ୟ ଉକ୍ତ ପ୍ରସ୍ତାବିତ ଚିଠିରେ ଦର୍ଶାଇଥିଲା। ଇତିମଧ୍ୟରେ ସାଇନ୍ସ ପାର୍କ ପାଇଁ ଆସିଥିବା ପ୍ରସ୍ତାବିତ ଚିଠି ଓ ପାଚେରି ନିର୍ମାଣକୁ ବର୍ଷେ ବିତିବାକୁ ଯାଉଛି। ତଥାପି ଏହି ପ୍ରକଳ୍ପ ଅଗ୍ରଗତି ତଥା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପକ୍ଷରେ ବ୍ରହ୍ମପୁରସ୍ଥିତ ଇଡକୋ ଆଞ୍ଚଳିକ ମୁଖ୍ୟ ଅଶୋକ କୁମାର ମିଶ୍ରଙ୍କ କହିଛନ୍ତି, ପାଚେରି ନିର୍ମାଣ ପରେ ସାଇନ୍ସ ପାର୍କ ପାଇଁ କେବଳ ପ୍ରସ୍ତାବିତ ଚିଠି ଆସିଥିଲା। କିନ୍ତୁ ଏ ନେଇ ବାରମ୍ବାର ବୈଠକ ବସିଥିଲେ ମଧ୍ୟ ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ ନିର୍ମାଣ ପାଇଁ ଅର୍ଥ ସରକାରଙ୍କ ପକ୍ଷରୁ ଆସି ନ ଥିବା ଇଡକୋର ଆଞ୍ଚଳିକ ମୁଖ୍ୟ କହିଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କ ଆକୃଷ୍ଟ କରିବାକୁ ବିଗତ ଦିନରେ ରାଜ୍ୟର ପ୍ରଥମ ରକ୍‌ ଗାର୍ଡେନ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବିଡିଏ ଦ୍ୱାରା ନିର୍ମାଣ ହେଉଥିବା ଏହି ରକ୍‌ ଗାର୍ଡେନ ନିର୍ମାଣ ପାଇଁ ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଦୀର୍ଘ ଦେଢ ବର୍ଷ ଧରି ଏହି ପ୍ରକଳ୍ପ କେବଳ ପାଚେରିରେ ସୀମିତ ରହିଥିଲା। ସେହିପରି ଦୀର୍ଘ ଦେଢ ବର୍ଷରୁ ଉର୍ଦ୍ଦ ସମୟ ପରେ ମଧ୍ୟ ବିଡିଏ ପକ୍ଷରୁ ଗୋପାଳପୁର ଇକୋ ରିଟ୍ରିଟ ହବ କାର୍ଯ୍ୟ ମଧ୍ୟ ଏ ଯାଏଁ ସରିନାହଁ। ଉପରୋକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଲକ୍ଷ୍ୟ କଲେ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କର ବାସ୍ତବତା ରୂପ ନେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri