ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର ବ୍ୟକ୍ତି ହେଉଛନ୍ତି ମହାରାଷ୍ଟ୍ରର ୫୪ ବର୍ଷୀୟ ଧାନଜୀ ଜଗଦାଲେ। ତାଙ୍କ ପକେଟରେ ମାତ୍ର ୩ ଟଙ୍କା ଥିଲେ ମଧ୍ୟ ସେ ୪୦ ହଜାର ଟଙ୍କା ବ୍ୟାଗ୍‌ ପାଇ ମାଲିକଙ୍କୁ ତାହା ଫେରେଇ ଦେଇଛନ୍ତି। ସତାରର ଏହି ବ୍ୟକ୍ତି ଜଣଙ୍କ କାମ କରି ଘରକୁ ଯିବା ପାଇଁ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ହେଲେ ପକେଟରେ ମାତ୍ର ୩ ଟଙ୍କା ଥିଲା। ଏହାପରେ ସେ ବସଷ୍ଟାଣ୍ଡରେ ନଗଦ ୪୦ ହଜାର ଟଙ୍କା ଥିବା ଏକ ବ୍ୟାଗ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ଟଙ୍କା ବ୍ୟାଗ୍‌କୁ ଉଠାଇ କାହାର ବୋଲି ଚାରିଆଡେ ପଚାରିଥିଲେ। ସେହି ସମୟରେ ବସଷ୍ଟାଣ୍ଡରେ ଜଣେ ବ୍ୟକ୍ତି କିଛି ଗୋଟେ ଖୋଜୁଥିବା ସେ ଦେଖିବାକୁ ପାଇଥିଲେ। ତାଙ୍କ ନିକଟକୁ ଯାଇ ଧନଜୀ ତାଙ୍କୁ ପଚାରିଥିଲେ କ’ଣ ଖୋଜୁଛନ୍ତି? ତା’ ପରେ ସେହି ବ୍ୟକ୍ତି ଜଣଙ୍କ କହିଥିଲେ ତାଙ୍କର ୪୦ ହଜାର ଟଙ୍କା ହଜିଯାଇଛି। ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ୪୦ ହଜାର ଟଙ୍କା ଯୋଗାଡ଼ କରି ହସ୍ପିଟାଲକୁ ଯାଉଥିଲେ। କିନ୍ତୁ ତାହା ଏଠି ହଜିଗଲା ବୋଲି କହିଥିଲେ। ଏହାଶୁଣି ତତ୍‌କ୍ଷଣାତ୍‌ ଧନଜୀ ୪୦ ହଜାର ଟଙ୍କା ସେହି ବ୍ୟକ୍ତିଙ୍କୁ ଫେରସ୍ତ କରି ଦେଇଥିଲେ। ସେହି ବ୍ୟକ୍ତି ଖୁସି ହୋଇ ଧନଜୀଙ୍କୁ ୧ ହଜାର ଟଙ୍କା ଉପହାର ଦେଇଥିଲେ। ହେଲେ ସେ ଏହାକୁ ଗ୍ରହଣ କରି ନ ଥିଲେ। ଧନଜୀ ତାଙ୍କ ଘରକୁ ଯିବା ପାଇଁ ୧୦ ଟଙ୍କାର ଆବଶ୍ୟକତା ଥିଲା। ପାଖରେ ୩ ଟଙ୍କା ଥିବାରୁ ସେ ମାତ୍ର ୭ ଟଙ୍କା ଉକ୍ତ ବ୍ୟକ୍ତିଙ୍କ ପାଖରୁ ନେଇଥିଲେ। ଧନଜୀ ଏଭଳି ଉଦାରତା ଦେଖି ତାଙ୍କୁ ଚାରିଆଡେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri