Posted inଖେଳ

ପାକିସ୍ତାନ ହକି ମହାସଂଘକୁ ଏଫ୍‌ଆଇଏଚ୍‌ର ଜରିମାନା

କରାଚୀ, ୧୮ା୪ (ପି.ଟି.)- ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରୋ-ଲିଗ୍‌  ମ୍ୟାଚ ପାଇଁ  ଦଳ ପଠାଇ ନ ଥିବାରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପାକିସ୍ତାନ ହକି ମହାସଂଘକୁ ୧୭୦,୦୦୦ ୟୁରୋ ଜରିମାନା କରିଛି।  ପାକିସ୍ତାନ ଏହାର ପ୍ରୋ-ଲିଗ୍‌ ମ୍ୟାଚଗୁଡ଼ିକ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପିଏଚ୍‌ଏଫ୍‌ ଆର୍ଥିକ ସଙ୍କଟରେ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସମ୍ପୂର୍ଣ୍ଣ ଜରିମାନା ଦେବାକୁ ଅସମର୍ଥ। ଜରିମାନାର ପରିମାଣ ହ୍ରାସ କରିବା ସହ କିସ୍ତିରେ ଜମା କରିବା ଲାଗି ଅନୁମତି ଦେବା ଲାଗି ପିଏଚ୍‌ଏଫ୍‌ ସାଧାରଣ ସମ୍ପାଦକ ଶାହବାଜ ଅହମ୍ମଦ ଏଫ୍‌ଆଇଏଚ୍‌କୁ ଅନୁରୋଧ କରିଥିବା ବୁଧବାର ସୂଚନା ଦେଇଛନ୍ତି। ଏଫ୍‌ଆଇଏଚ୍‌ ଜୁନ୍‌ ୨୦ ସୁଦ୍ଧା ଜରିମାନା ଦାଖଲ କରିବା ଲାଗି ପିଏଚ୍‌ଏଫ୍‌କୁ ନିର୍ଦ୍ଦେଶ ଦେଇଛି। ତା’ନ ହେଲେ ଜରିମାନା ପରିମାଣ ଦୁଇ ଗୁଣା ହୋଇଯିବ। ଗତ ଡିସେମ୍ବରରେ ଭାରତରେ ଅନୁଷ୍ଠିତ ବିଶ୍ୱକପ୍‌ରେ ପାକିସ୍ତାନ ହକି ଦଳ ୧୧ଶ ସ୍ଥାନରେ ରହିଥିଲା। ଦଳର ଏହି ପ୍ରଦର୍ଶନ ଉପରେ ପାକିସ୍ତାନ ସରକାର ପିଏଚ୍‌ଏଫ୍‌ ଉପରେ ବିରକ୍ତି ପ୍ରକାଶ କରିବା ସହ ମହାସଂଘକୁ ଆଉ ପାଣ୍ଠି ଦେବା ଲାଗି ମନା କରିଦେଇଥିଲେ। ପାଣ୍ଠି ଅଭାବରୁ ଏପ୍ରିଲ ୨୦ରେ କରାଚୀଠାରେ ହେବାକୁ ଥିବା ଜାତୀୟ ହକି ଚାମ୍ପିୟନଶିପ୍‌କୁ ବାତିଲ କରିବା ଲାଗି ପିଏଚ୍‌ଏଫ୍‌ ବାଧ୍ୟ ହୋଇଛି। ଶାହବାଜ ଏଫ୍‌ଏଆଇଏଚ୍‌ କାର୍ଯ୍ୟନିର୍ବାହୀ ବୋର୍ଡର ଜଣେ ସଦସ୍ୟ ଅଟନ୍ତି, ଯାହାର ମୁଖ୍ୟ ଭାରତର ନରିନ୍ଦର ବାତ୍ରା ଅଛନ୍ତି।  ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ମାତ୍ର ପିଏଚ୍‌ଏଫ୍‌ ସଭାପତି ବ୍ରିଗେଡିୟର (ଅବସରପ୍ରାପ୍ତ) ଖଲିଦ ସାଜିଦ ଖୋକାର ଅଗ୍ରାହ୍ୟ କରିଦେଇଥିଲେ। ଫଳରେ ସେ ତାଙ୍କ ପଦବୀକୁ ଫେରି ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୩୧ ବଲ ବୋଲିଂ କରି ଇଂଲଣ୍ଡକୁ କୌଣସି ରନ୍‌ କରିବାର ସୁଯୋଗ ବି ଦେଇ ନ ଥିଲେ ବାପୁ ନାଦକର୍ଣ୍ଣୀ

ଚେନ୍ନାଇ,୧୨।୧: ଟେଷ୍ଟ୍‌ କ୍ରିକେଟରେ ଜଣେ କଞ୍ଜୁସ୍‌ ବୋଲର ଭାବେ ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୬ ବର୍ଷ ତଳେ ଜାନୁୟାରୀ ୧୨ରେ ନାଦକର୍ଣ୍ଣୀ ଏକ...

୧.୦୪ ଲକ୍ଷ ଦର୍ଶକ ଫାଇନାଲ ଦେଖିଲେ

ଅହମଦାବାଦ,୨୯।୫: ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଖେଳାଯାଇଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ଫାଇନାଲକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରେକର୍ଡ...

ବ୍ଲ୍ୟୁ ଜର୍ସିରେ ଅନ୍ତିମ ମ୍ୟାଚ୍‌

ନୂଆଦିଲ୍ଲୀ,୧୦।୭: ଠିକ୍‌ ଦୁଇ ବର୍ଷ ତଳେ ୨୦୧୯ ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ପରାସ୍ତ ହୋଇ ଆଇସିସି ଦିନିକିଆ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା ଟିମ୍‌...

ଲାଇଭ୍‌ ଆସି ଏହି ଘୋଷଣା କଲେ ଧୋନୀ

ନୂଆଦିଲ୍ଲୀ,୨୫।୯: ଭାରତର କିମ୍ବଦନ୍ତୀ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀ ରବିବାର ଭାରତରେ ପୁନର୍ବାର ଓରିଓ ବିସ୍କୁଟ ଲଞ୍ଚ୍‌ କରିଛନ୍ତି। ସେ ଲାଇଭ୍‌ ଆସି ଏହି...

ଦିଲ୍ଲୀ ୫ ଉଇକେଟରେ ବିଜୟୀ

ନୂଆଦିଲ୍ଲୀ,୨୧।୪(ପି.ଟି.)- ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ବଲ ବାକିଥାଇ ୫ ଉଇକେଟରେ କିଙ୍ଗ୍ସ ଇଲେଭେନକୁ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହା କୋଟଲା...

‘ମେଜର ଲିଗ କ୍ରିକେଟ’ର ପ୍ରଥମ ସିଜିନ ଚାମ୍ପିଅନ୍‌ ହେଲା ମୁମ୍ବାଇ

ନ୍ୟୁୟର୍କ,୩୧।୭: ଆମେରିକାରେ ଆରମ୍ଭ ହୋଇଥିବା ନୂଆ ଟି-୨୦ ଲିଗ ‘ମେଜର ଲିଗ କ୍ରିକେଟ’ର ପ୍ରଥମ ସିଜିନରେ ମୁମ୍ବାଇ ନ୍ୟୁୟର୍କ ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ସିଆଟେଲ ଅର୍କାସକୁ...

ଉଇକେଟ ପଡ଼ିବାକୁ ଦେଲେନି ରାହୁଲ-ରୋହିତ

ଓଭାଲ,୩।୯: ଚତୁର୍ଥ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୯୮ ରନ୍‌ର ଅଗ୍ରଣୀ ହାସଲ...

ଅଜବ ସଂଯୋଗ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଥିବା ଦୁଇ ବୋଲର କ୍ରିଷ୍ଣାପା ଗୌଥମ ଓ ଚେତନ...

Advertisement
Archives

Model This Week