ପାକିସ୍ତାନର ୨୦ ଡାକ୍ତର କରୋନାରେ ସଂକ୍ରମିତ

ଇସ୍‌ଲାମାବାଦ,୧୪।୪: ପାକିସ୍ତାନରେ କରୋନା ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରି ସାରିଛି। ଏହାର ପଞ୍ଜାବ ଅଞ୍ଚଳରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ପାକିସ୍ତାନର ଆଉ ୨୦ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ପୂର୍ବରୁ ପ୍ରାୟ ୫୦ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଖବର ଆସିଥିଲା। ଇତି ମଧ୍ୟରେ ପାକିସ୍ତାନରେ ପାଖାପାଖି ୧୦୦ଜଣ ଡାକ୍ତର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଉଛି। ତେଣୁ ଏତେ ପରିମାଣର ଡାକ୍ତର କରୋନାରେ ସଂକ୍ରମିତ ହେବା ଫଳରେ ପାକିସ୍ତାନରେ ସ୍ବାସ୍ଥ୍ୟ ସେବା ଭୁଷୁଡି ପଡିବା ଆଶଙ୍କା କରାଯାଉଛି। ଏହାସହ ରବିବାର ଓ ସୋମବାର ପଞ୍ଜାବ ଅଞ୍ଚଳରେ ଥିବା ନିସ୍ତାର ହସ୍ପିଟାଲରେ ୬ ଜଣ ନର୍ସ କରୋନାରେ ସଂକ୍ରମିତ ହେବା ସୂଚନା ମିଳିବା ଫଳରେ ଏବେ ପାକିସ୍ତାନରେ ଡାକ୍ତରଙ୍କୁ ମିଶାଇ ପାଖାପାଖି ୧୬୦ ଜଣ ସ୍ବାସ୍ଥ୍ୟକର୍ମୀ କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ଏପରି ସ୍ଥଳେ ସାଧାରଣ ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଏହାକୁ ନେଇ ଏବେ ଡାକ୍ତରମାନେ ପ୍ରତିବାଦ କରିବେ ବୋଲି ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟାକାରୀଙ୍କୁ କ୍ଷମାଦେଲେ ଖାଶୋଗୀଙ୍କ ପରିବାର

ରିୟାଧ,୨୩ା୫(ଆଇଏଏନ୍‌ଏସ୍‌): ସୌଦି ଖବରଦାତା ଜମାଲ ଖାଶୋଗୀଙ୍କ ହତ୍ୟାକାରୀମାନଙ୍କୁ ତାଙ୍କ ପରିବାର ପକ୍ଷରୁ କ୍ଷମା କରିଦିଆଯାଇଛି। ଖାଶୋଗୀଙ୍କ ପୁଅ ସଲାହଙ୍କ ଟୁଇଟର ଆକାଉଣ୍ଟରେ ଏହା ପୋଷ୍ଟ କରାଯାଇଛି।...

ରୁଷିଆ ଆକ୍ରମଣକୁ ନେଇ ଭାରତର ଆଭିମୁଖ୍ୟ ‘ନରମ’: ବାଇଡେନ୍‌

ନ୍ୟୁୟର୍କ,୨୨।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ଦୁର୍ବଳ ବୋଲି କହିଛନ୍ତି। ଆମେରିକାର ଅନ୍ୟ ସହଯୋଗୀ ଦେଶ ତୁଳନାରେ ଭାରତର...

୬ ମାନବାଧିକାର ସଂଗଠନକୁ ଭାରତ ସମେତ ୬ ଦେଶ ପକ୍ଷରୁ ଝଟ୍‌କା, ଜାତିସଂଘରେ ମାନ୍ୟତା ବିରୋଧରେ ଦେଲେ ଭୋଟ…

ଜେନେଭା, ୨୩।୭ : ଭାରତ ସମେତ ଅନ୍ୟ ୬ଟି ଦେଶ ଯୋଗୁ ୬ଟି ମାନବିକ ଅଧିକାର ଗୋଷ୍ଠୀକୁ ଏକ ବଡ଼ ଝଟକା ଲାଗିଛି। ଜାତିସଂଘରେ ଏସବୁ...

ନୂଆଗାଁ ପଞ୍ଚାୟତ଼ରେ ବାହାର ଫେରନ୍ତାଙ୍କ ନିମନ୍ତେ ପଞ୍ଜୀକରଣ ପ୍ରକୟିୟା ଆରମ୍ଭ

ରାଇସୁଆଁ,୨୭।୪(ଡି.ଏନ୍‌.ଏ.): ମହାମାରୀ କରୋନକୁ ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରିରହିଛି। ଏହି ସମୟରେ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ଯାଇଥିବା ଶ୍ରମିକମାନେ ଫସି...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୯ ଗିରଫ, ୫ ବାଇକ୍‌ ଜବତ

ଦିଗପହଣ୍ଡି,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମନୋଜ ବେହେରା, ହିମାଂଶୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ଦୋରା, କୁନା...

୫୭୫ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୨ ଦିନ ଧରି...

ଦେଶରେ କରୋନା ଅଣାୟତ୍ତ: ୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୪୨୯ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୬୮୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

Advertisement
Archives

Model This Week