Posted inଜାତୀୟ

ପାକିସ୍ତାନରେ ରେଳ ଟ୍ରାଜେଡି: ଚଳନ୍ତା ଟ୍ରେନ୍‌ରେ ନିଆଁ: ୭୪ ଦଗ୍ଧ

ଇସ୍‌ଲାମାବାଦ/ଲାହୋର,୧-୧୧:(ପି.ଟି./ଆଇଏଏନ୍‌ଏସ୍‌)ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶସ୍ଥିତ ଲିଆକତ୍‌ପୁର ନିକଟରେ ଗୁରୁବାର ସକାଳେ ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କରାଚୀରୁ ରାଓ୍ବଲପିଣ୍ଡି ଯାଉଥିବା ତେଜ୍‌ଗାମ୍‌ ଏକ୍ସପ୍ରେସ୍‌ରେ ଦୁଇଟି ରୋଷେଇ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେବାରୁ ୭୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହାସହ ଅନେକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଇସ୍‌ଲାମିକ୍‌ ପ୍ରବକ୍ତା ଥିଲେ। ସେମାନେ ଏକ ଧାର୍ମିକ ସମ୍ମିଳନୀରେ ଯୋଗଦେବା ପାଇଁ ଯାଉଥିବାବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
କରାଚୀରୁ ୨୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ତେଜ୍‌ଗାମ୍‌ ଏକ୍ସପ୍ରେସ୍‌ ରାଓ୍ବଲପିଣ୍ଡି ଅଭିମୁଖେ ଯାଉଥିଲା। ସେଥିରେ ଥିବା ଜଣେ ଯାତ୍ରୀ ସକାଳେ ଗ୍ୟାସ୍‌ ସିଲିଣ୍ଡର ଜାଳି ଜଳଖିଆ ପ୍ରସ୍ତୁତ କରୁଥିବାବେଳେ ଲିଆକତ୍‌ପୁର ନିକଟସ୍ଥ ରହିମ୍‌ ୟାର୍‌ ଖାନ୍‌ଠାରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଫଳରେ ଅଗ୍ନିକାଣ୍ଡ ଘଟି ଚାହୁଁ ଚାହୁଁ ତିନୋଟି ବଗିକୁ ନିଆଁ ବ୍ୟାପିଯାଇଥିଲା। ନିଆଁ ଲାଗିଥିବା ଅବସ୍ଥାରେ ଟ୍ରେନ୍‌ଟି ପ୍ରାୟ ୨ କି.ମି. ଯାଏ ଗଡ଼ିଥିଲା। ପ୍ରାଣ ବିକଳରେ ଯାତ୍ରୀମାନେ ଟ୍ରେନ୍‌ରୁ ତଳକୁ ଡେଇଁବାରେ ଲାଗିଥିଲେ। ତଳେ ପଡ଼ି ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ନିଆଁରେ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ୭୪ ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ସେହିପରି ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ପୋଡ଼ିଯାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜିଲା ଜରୁରୀ ଅଧିକାରୀ ଆର୍‌ଓ୍ବାଇକେ ବକିର ହୁସେନ କହିଛନ୍ତି। ଦୀର୍ଘ ସମୟର ଉଦ୍ୟମ ପରେ ୧୦ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ସେନା ହେଲିକପ୍ଟର ନିୟୋଜିତ ହୋଇଥିଲା। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଡିଏନ୍‌ଏ ପରୀକ୍ଷା କରି ମୃତକମାନଙ୍କ ପରିଚୟ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାରକୁ ୧୫ ଲକ୍ଷ ଓ ଆହତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ସରକାର ଘୋଷଣା କରିଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଏହାକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ସେ ଦୁର୍ଘଟଣାର ତଦନ୍ତ ସହ ଆହତଙ୍କ ଚିକିତ୍ସା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମଦ କହିଛନ୍ତି, ମୃତାହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ତବଲିଘି ଜମାତ୍‌ (ଇସ୍‌ଲାମିକ୍‌ ପ୍ରବକ୍ତା)। ରାଓ୍ବଲପିଣ୍ଡିରେ ହେବାକୁ ଥିବା ଏକ ବଡ଼ ଧାର୍ମିକ ସମାଗମରେ ଯୋଗଦେବା ପାଇଁ ସେମାନେ ଯାଉଥିଲେ। ଟ୍ରେନ୍‌ରେ ଗ୍ୟାସ୍‌ରେ ରୋଷେଇ କରିବା ବେଆଇନ ବୋଲି ସେ କହିଛନ୍ତି। ତେବେ ତବଲିଘି ଜମାତ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଗ୍ୟାସ୍‌ ସିଲିଣ୍ଡର ଯୋଗୁ ନୁହେଁ, ବରଂ ଶର୍ଟ ସର୍କିଟ ହେବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଶର୍ଟ ସର୍କିଟ ସମ୍ପର୍କରେ ବୁଧବାର ରାତିରେ ଟ୍ରେନ୍‌ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ସେମାନେ ଏଥିପ୍ରତି ଧ୍ୟାନ ନ ଦେବାରୁ ଏଭଳି ଘଟିଥିବା ସେମାନେ କହିଛନ୍ତି। ପାକିସ୍ତାନରେ ଏହା ହେଉଛି ଚଳିତବର୍ଷର ଦ୍ୱିତୀୟ ବଡ଼ ଟ୍ରେନ୍‌ ଦୁର୍ଘଟଣା। ଗତ ଜୁଲାଇରେ ଆକ୍‌ବର ବୁଗ୍‌ତି ଏକ୍ସପ୍ରେସ ଲାହୋରରୁ କ୍ୱେଟା ଯାଉଥିବାବେଳେ ପଞ୍ଜାବର ଓ୍ବାଲହର ଷ୍ଟେଶନରେ ଅନ୍ୟ ଏକ ଟ୍ରେନ୍‌ରେ ଧକ୍କାହେବା ଫଳରେ ୨୪ ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri