ପାକିସ୍ତାନରେ ରହିଛି ୪୦ ଆତଙ୍କବାଦୀ ସଂଗଠନ: ଇମ୍ରାନ୍‌

ଓ୍ବାଶିଂଟନ,୨୪।୭: ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ କାମ କରୁଛି। ଏସବୁ ସଂଗଠନରେ ୩୦ରୁ ୪୦ ହଜାର ସଦସ୍ୟ ରହିଛନ୍ତି।ଏନେଇ ପୂର୍ବରୁ କ୍ଷମତାରେ ଥିବା ସରକାର ଗତ ୧୫ ବର୍ଷ ଧରି ଆମେରିକାକୁ କୌଣସି ସୂଚନା ଦେଇ ନ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହିଛନ୍ତି। ତେବେ ପାକିସ୍ତାନ ଆମେରିକା ସହିତ ମିଶି ଆତଙ୍କବାଦ ବିରୋଧରେ ଲଢ଼ାଇ ଜାରି ରଖିଥିବା ଇମ୍ରାନ୍‌ କହିଛନ୍ତି। ମୁମ୍ବାଇରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ନାହିଁ। ପାକିସ୍ତାନରେ ତାଲିବାନ୍‌ ସଂଗଠନ ନ ଥିଲେ ମଧ୍ୟ ଆମେରିକାର ଆତଙ୍କବାଦୀ ଦମନ କାର୍ଯ୍ୟରେ ପାକିସ୍ତାନ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବା ଇମ୍ରାନ୍‌ ସୂଚନା ଦେଇଛନ୍ତି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆମେରିକା ଗୁପ୍ତଚର ସଂସ୍ଥା ସିଆଇଏକୁ ଓସମା ବିନ୍‌ ଲାଡେନ୍‌ ସମ୍ପର୍କରେ ତଥ୍ୟ ଯୋଗାଇଥିଲା। ଫଳରେ ଆମେରିକା ଲାଡେନ୍‌ଙ୍କୁ ହତ୍ୟା କରିବାରେ ସଫଳ ହୋଇଥିବା ଇମ୍ରାନ୍‌ କହିଛନ୍ତି। ମାତ୍ର ପୂର୍ବରୁ ଲାଡେନ୍‌ଙ୍କ ହତ୍ୟା ଘଟଣା ସମ୍ପର୍କରେ ପାକିସ୍ତାନ ସରକାର ଜାଣି ନ ଥିବା କୁହାଯାଇଥିଲା। ଏବେ ଇମ୍ରାନ୍‌ଙ୍କ ମନ୍ତବ୍ୟ ପୂର୍ବରୁ ପାକିସ୍ତାନ ସରକାର ଦେଇଥିବା ମନ୍ତବ୍ୟ ମଧ୍ୟରେ ମେଳ ଖାଉ ନ ଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ନୂଆବର୍ଷରେ ମାଙ୍କଡ଼ କିଣିବା ପାଇଁ ମାଡ଼ପିଟ୍‌, ଗୋଟିକର ଦାମ୍‌…

ବେଜିଂ,୨ା୧: ନୂଆବର୍ଷ ପାଇଁ ଚାଇନାରେ ମାଙ୍କଡ଼ର ପ୍ରବଳ ଚାହିଦା ବଢ଼ିଛି। ପୂର୍ବରୁ କିଛି ହଜାର ଟଙ୍କାରେ ବିକ୍ରି ହେଉଥିବା ମାଙ୍କଡ଼ଗୁଡ଼ିକ ଏବେ ବେଜିଂରେ ୨୫ ଲକ୍ଷ...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri