Posted inଖେଳ

ପାକିସ୍ତାନରେ ଅନଅଫିସିଆଲ ଭାରତୀୟ କବାଡ଼ି ଦଳ

ଅମ୍ରିତସର,୧୦।୨- ଭାରତରୁ ୬୦ ଜଣିଆ ସର୍କଲ କବାଡ଼ି ଦଳ ପାକିସ୍ତାନ ଦ୍ୱାରା ଆୟୋଜିତ ପ୍ରଥମ କବାଡ଼ି ବିଶ୍ୱକପ୍‌ ୨୦୨୦ରେ ଭାଗ ନେଇଛନ୍ତି। ଏହି ଇଭେଣ୍ଟ ସର୍କେଲ ଫର୍ମାଟରେ ଖେଳାଯାଏ। କ୍ରୀଡ଼ା ମନ୍ତ୍ରଣାଳୟଠାରୁ କୌଣସି ଅନୁମତି ନ ନେଇ ପାକିସ୍ତାନ ଗସ୍ତ କରିଥିବାରୁ ବିବାଦ ଦେଖାଦେଇଛି। ଇଭେଣ୍ଟ ପାଇଁ ଭାରତ ତା’ର କୌଣସି ଅଫିସିଆଲ ଦଳ ପଠାଇବାକୁ ମନା କରି ଦେଇଥିଲା। ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ (ଏକେଏଫ୍‌ଆଇ) ମଧ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତିକୁ ବିରୋଧ କରି ନ ଥିଲା। ପ୍ରଥମ ଥର ପାକିସ୍ତାନ ଏଭଳି ଇଭେଣ୍ଟ ଆୟୋଜନ କରୁଛି। ଟୁର୍ନାମେଣ୍ଟ ପୋଷ୍ଟରରେ ୧୦ ଦେଶ ଅଂଶଗ୍ରହଣ କରୁଥିବା ଦେଖାଯାଇଛି। ଏଥିରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, କାନାଡା, ଜର୍ମାନୀ, ଇରାନ, କେନିୟା, ସିରା ଲେଓନ ଓ ଆଜରବାଇଜାନ ଅଂଶଗ୍ରହଣ କରିବେ ବୋଲି କୁହାଯାଇଥିଲା। ୮ ଦିନ ଧରି ଚାଲିବାକୁ ଥିବା ଟୁର୍ନାମେଣ୍ଟ ରବିବାର ଲାହୋରସ୍ଥିତ ପଞ୍ଜାବ ଷ୍ଟାଡିୟମରୁ ଆରମ୍ଭ ହୋଇଛି। ଚାମ୍ପିୟନ ଦଳକୁ ୧ କୋଟି ପାକିସ୍ତାନ ଟଙ୍କା ପୁରସ୍କାର ସ୍ବରୂପ ଦିଆଯିବ। ସର୍କେଲ ଫର୍ମାଟର କବାଡ଼ି ପ୍ରାୟତଃ ପଞ୍ଜାବରେ ଖେଳାଯାଏ। ଏଥିରେ ୧୦ ଜଣ ଖେଳାଳି ଥାଆନ୍ତି। ୪ ଜଣ ବଦଳ ଖେଳାଳିଙ୍କୁ ମଧ୍ୟ ରଖାଯାଇଥାଏ। ଭାରତରୁ ୬୦ ଖେଳାଳିଙ୍କୁ ଆମନ୍ତ୍ରଣ ଦିଆଯାଇଥିବାରୁ ପାକିସ୍ତାନରେ ମଧ୍ୟ ବିବାଦ ଦେଖାଦେଇଛି। ଏ ନେଇ ପାକିସ୍ତାନ ସ୍ପୋଟର୍‌ସ ବୋର୍ଡ (ପିଏସ୍‌ବି)କୁ ଦାୟୀ କରିଛି ପାକିସ୍ତାନ ଆମେଚର ସର୍କେଲ କବାଡି ଫେଡେରେଶନ (ପିଏସିକେଏଫ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri