ପାଇଖାନା ଘରେ ବିତୁଛି ଜୀବନ: ସଂସାର ପଥରେ ୪ ଛୁଆଙ୍କୁ ଧରି ଏକାକୀ

କେନ୍ଦୁଝର, ୨୮ା୭(ସ୍ବ.ପ୍ର.)-ସରକାର ଗରୀବ ଗୃହ ହୀନ ଲୋକଙ୍କୁ ବିଭିନ୍ନ ଆବାସିକ ଯୋଜନାରେ ଘର ପ୍ରଦାନ କରିଲେ ହେଁ ବହୁ ଗରିବ ଲୋକ ଏଥିରୁ ବଞ୍ଚିତ ରହୁଛନ୍ତି। ଫଳରେ କିଏ ଭଙ୍ଗାଦଦରା ଘରେ ପଲା ମାରି ରହୁଛି ତ କିଏ ପର ଘରେ ମୁଣ୍ଡଗେଞ୍ଜି ରହୁଛନ୍ତି। ଲୋକଙ୍କୁ ଘର ମିଳୁନାହିଁ କିନ୍ତୁ ସ୍ବଚ୍ଛ ଭାରତ ଅଭିଯାନରେ ପାଇଖାନା ମିଳୁଛି ା ଏଣୁ ଅନେକ ଘର ନ ଥିବାରୁ ପାଇଖାନା ଘରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ଏଭଳି ଅନେକ ଦୃଷ୍ଟାନ୍ତ ରହିଥିବା ବେଳେ ସଦର ବ୍ଲକ ରାଙ୍କି ଗ୍ରାମ ମୁଣ୍ଡା ସାହିରେ ଏଭଳି ଏକ ପରିବାର ଘର ନ ଥିବାରୁ ପାଇଖାନା ଘରେ ଜୀବନ କାଟୁଥିବା ଘଟଣା ସରକାରଙ୍କ ଆବାସିକ ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ବାମୀ ପଦିଆ ମୁଣ୍ଡାଙ୍କ ଦେହାନ୍ତ ପରେ ବିଧବା ପତ୍ନୀ ରଇବାରୀ ମୁଣ୍ଡା ନିଜର ୪ ଝିଅ ଶିଶୁଙ୍କୁ ନେଇ ପାଇଖାନା ଘରେ ରହୁଥିବା ଅଭିଯୋଗ ହୋଇଛି। ସଂସାର ପଥରେ ସେ ସମ୍ପୂର୍ଣ୍ଣ ଏକାକୀ। ସେଥିରେ ରହିବାକୁ ଘର ଖଣ୍ଡେ ନାହିଁ। ଆବେଦନ କରି ବିଫଳ ହେବାରୁ ବାଧ୍ୟ ହୋଇ ପାଇଖାନାରେ ମୁଣ୍ଡ ଗେଞ୍ଜି ରହୁଥିବା ସେ କହିଛନ୍ତି। ବଣଜଙ୍ଗଲରୁ କାଠ ସଂଗ୍ରହ କରି ବିକି ଘର ଓ ପରିବାର ଚଳାଉଥିବା ରଇବାରୀଙ୍କ ପାଖରେ ଘର ତିଆରି କରିବାକୁ ସମ୍ବଳ ନାହିଁ। ଛୋଟ ଛୋଟ ପିଲା ମାନଙ୍କୁ ପୁଷ୍ଟିକର ଖାଦ୍ୟ, ଔଷଧ ଦେଇ ପାରୁନାହାନ୍ତି। ତାଙ୍କର ପୁରୁଣା ସ୍ବାମୀ ରହୁଥିବା ଘରେ ତାଙ୍କର ଶାଶୁ ଓ ଶ୍ୱଶୁର ରହୁଛନ୍ତି। କାମଧନ୍ଦା ମିଳୁ ନ ଥିବାରୁ ଅନେକ ସମୟରେ ଘରେ ବସିରହୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୧୦ କେଜି ଚାଉଳକୁ କାଟି ଏବେ ୫ କେଜି ଦିଆଯାଉଛି। ବର୍ଷା ଓ ଖରାରେ ସେ ବହୁ କଷ୍ଟରେ ପାଇଖାନା ଘରେ ରହୁଛନ୍ତି। ଅଭିଯୋଗ ମିଳିବା ପରେ ତଦନ୍ତ କରି ଖୁବଶୀଘ୍ର ଥଇଥାନ କରିବାକୁ ପଦକ୍ଷେପ ନେବେ ବୋଲି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦଶକ ଉଦ୍ଧବ ଚନ୍ଦ୍ର ମାଝୀ କହିଛନ୍ତି। ତେବେ ଗରୀବ ତଥା ଆଦିବାସୀ ମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବହୁ ସରକାରୀ ଯୋଜନା ରହିଥିଲେ ହେଁ ରଇବାରୀଙ୍କ ଭଳି ବହୁ ଗରିବ ଲୋକଙ୍କୁ ସହାୟତା ମିଳୁନି ବୋଲି ଶ୍ରମିକ ନେତା ପୂର୍ଣ୍ଣ ରାଉତ କହିଛନ୍ତି। ଏଣୁ ଭୋକ ଓପାସରେ କାମଧନ୍ଦା ନ ପାଇ ଏବଂ ବାସହରା ହୋଇ ବହୁ ଗରିବ ଲୋକ ଜିଲାରେ ବହୁ ଅସୁବିଧାରେ ରହୁଛନ୍ତି। ଖଣିଜସମ୍ପଦରେ ଭରପୁର କେନ୍ଦୁଝର ଭଳି ଜିଲାରେ ଏଭଳି ଅବସ୍ଥାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri