ପାଇଖାନାରେ ବିତୁଛି ଜୀବନ

ନୟାଗଡ଼ ଅଫିସ,୧୩ା୬: ଘର ନ ଥିବାରୁ ପାଇଖାନାରେ ବିତୁଛି ଜୀବନ। ଦିନେ କି ମାସେ ନୁହେଁ, ଅଢ଼େଇ ବର୍ଷ ଧରି ଜଣେ ମହିଳା ୱାର୍ଡମେମ୍ବରଙ୍କ ପରିବାର ଏଠାରେ ରହିଆସୁଛନ୍ତି। ନୟାଗଡ଼ ଜିଲା ରଣପୁର ବ୍ଲକ ସୁର୍କାବାଡି ପଞ୍ଚାୟତର ଠଣାପଲ୍ଲୀ ପାଟଣାରେ ଦେଖିବାକୁ ମିଳୁଛି ଏଭଳି ଅଭାବନୀୟ ଦୃଶ୍ୟ। ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧି ହୋଇ ବି ଆବାସ ଯୋଜନା ଅପହଞ୍ଚ ହୋଇରହିଛି।
ଠଣାପଲ୍ଲୀପାଟଣା ଗଁାର ରମେଶ ସେନାପତି ଜଣେ ଦିନ ମଜୁରିଆ। ଫାଇଲିନ୍‌ରେ ଘରଟି ଆଂଶିକ ନଷ୍ଟ ହୋଇଯାଇଥିଲା। ଏଠାରେ ସ୍ତ୍ରୀ, ମା’, ପୁଅ, ଝିଅକୁ ନେଇ ୫ ପ୍ରାଣୀ କୁଟୁମ୍ବ କଷ୍ଟେମଷ୍ଟେ ଚଳି ଯାଉଥିଲେ। ହେଲେ ଅଢ଼େଇବର୍ଷ ତଳେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଶେଷରେ ସ୍ବଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ପାଇଖାନାରେ ଟିଣ ପକାଇ ରହିବାକୁ ବାଧ୍ୟ ହେଲେ। ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ରମେଶ ବ୍ଲକ, ପଞ୍ଚାୟତ, ଉପଜିଲାପାଳ, ପିଡି ଡିଆରଡିଏ ଓ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ତାଙ୍କ ଦୁଃଖ ଘୁଞ୍ଚି ନ ଥିଲା। ପରେ ପରେ ସ୍ତ୍ରୀ ବନୀତା ୨ନଂ. ୱାର୍ଡର ୱାର୍ଡମେମ୍ବର ହୋଇଥିଲେ। ଏହା ସତ୍ତ୍ୱେ ସେ ଘର ସମସ୍ୟା ସମାଧାନ କରିପାରି ନ ଥିଲେ। ପାଇଖାନା ପ୍ୟାନ ଉପରେ ଚାଲିଛି ରୋଷେଇ। ଘରର ଆସବାବପତ୍ର ରଖାଯାଉଛି। କଷ୍ଟେମଷ୍ଟେ ୩ ଜଣ ଶୋଇ ପାରୁଛନ୍ତି। ଅନ୍ୟ ୨ଜଣଙ୍କୁ ବାହାରେ ଶୋଇବାକୁ ପଡୁଛି। ଏ ନେଇ ୱାର୍ଡସଭ୍ୟା ବନିତା କହନ୍ତି, ଆମେ ଗରିବ ଲୋକ। ୱାର୍ଡମେମ୍ବର ହୋଇଗଲେ କ’ଣ ଦୁଃଖ ପଳାଇଯିବ। ଆମେ ପ୍ରଶାସନକୁ ସମସ୍ୟା ଜଣାଇଛୁ। ଯଦି ପଦକ୍ଷେପ ନ ନେବେ ଆମେ କ’ଣ କରିପାରିବୁ। ସରପଞ୍ଚ ମିନତି ସାହୁ କୁହନ୍ତି, ବନିତାଙ୍କ ପରିବାର ଗରିବ ଶ୍ରେଣୀର। ସେ ପୁଣି ଆମର ଜଣେ ୱାର୍ଡମେମ୍ବର। ଘର ଭାଙ୍ଗିବା ଓ ପାଇଖାନାରେ ରହିବା ସମ୍ପର୍କରେ ବ୍ଲକ ପ୍ରଶାସନକୁ ଅବଗତ କରାଇଛି। ଏପରି କି ତାଲିକାରେ ନଁା ସାମିଲ କରି ସ୍ବତନ୍ତ୍ର ଭାବେ ଆବାସ ଯୋଜନାରେ ଘର ଯୋଗାଇବାକୁ ଅନୁରୋଧ କରିଛି। ହେଲେ ବ୍ଲକ ତରଫରୁ ଏଯାବତ ମଞ୍ଜୁରୀ ମିଳି ନାହିଁ। ଉପଜିଲାପାଳ ଲଗ୍ନଜିତ ରାଉତ କୁହନ୍ତି, ସ୍ବତନ୍ତ୍ର ଭାବେ ଏବେ ଆବାସ ଯୋଜନାରେ ଘର ମିଳୁନି। ଏ ନେଇ ଆମେ ଅବଗତ ନ ଥିଲୁ। ତଥାପି ଏଥିପ୍ରତି ଦୃଷ୍ଟି ଦେବୁ। ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ କୁହନ୍ତି, ଆମେ ୱାର୍ଡ ସଭ୍ୟାଙ୍କ ସମସ୍ୟା ସମ୍ପର୍କରେ ଅବଗତ ନ ଥିଲୁ। ଏହାର ଯାଞ୍ଚ କରି ପଦକ୍ଷେପ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭୁବନେଶ୍ୱରରେ ୨ ପଜିଟିଭ୍‌ ଚିହ୍ନଟ: ଆପୋଲୋର ଜଣେ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର,୧୧।୬(ବ୍ୟୁରୋ): ପୁଣି ଭୁବନେଶ୍ୱରରେ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଆପୋଲୋ ହସ୍ପିଟାଲର ୨୫ ବର୍ଷୀୟ କର୍ମଚାରୀ ରହିଥିବା ବେଳେ ଅନ୍ୟ...

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଅସୁସ୍ଥ

ଟିକିରି,୨୯।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ପାଇକ ସୁପେଲ ଗ୍ରାମର ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନେ ବିଷାକ୍ତ ଛତୁ ଖାଇ ଅସୁସ୍ଥ...

ମହାନଦୀକୁ ଡେଇଁପଡ଼ିଲେ ଦମ୍ପତି

କଟକ ଅଫିସ,୫।୬: କଟକ ଯୋବ୍ରା ଆନିକଟ୍‌ ବ୍ରିଜରୁ ମହାନଦୀକୁ ଡେଇଁ ଶୁକ୍ରବାର ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ମଧ୍ୟ...

ପୂର୍ବତନ ଛତ୍ରପୁର ବିଧାୟକ ଆଦିକନ୍ଦ ସେଠୀଙ୍କ ବିୟୋଗ

ଗଞ୍ଜାମ,୨୨।୯(ଡି.ଏନ୍‌.ଏ.): ଛତ୍ରପୁର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ତଥା ଶିକ୍ଷକ ନେତା ଆଦିକନ୍ଦ ସେଠୀଙ୍କ ଗୁରୁବାର ଭୋର ୪ଟାରେ ଅକାଳ ବିୟୋଗ ଘଟିିଛି । ବୁଧବାର ବିଳମ୍ବିତ...

ଚଣ୍ଡିମାତା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ଖଇରା, ୩।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡାଲଙ୍ଗ ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଚଣ୍ଡିମାତା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସରେ ବିଭିନ୍ନ...

ଜିଲାରେ ୫୯,୪୪୪ ପିଲା ଖାଇବେ ଆଲ୍‌ବେଣ୍ଡାଜଲ

ବ୍ରହ୍ମପୁର ଅଫିସ,୧୧ା୨: ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର...

ଗୋଲିଆରେ କାର୍ଯ୍ୟକ୍ଷମ ହେବ କୋଭିଡ୍‌ ହସ୍ପିଟାଲ

ବୁଗୁଡ଼ା,୧ା୫(ଡି.ଏନ.ଏ.)-ବୁଗୁଡ଼ା ଏନ୍‌ଏସିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଞ୍ଚାୟତ ସ୍ତରରେ ମଧ୍ୟ ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସରକାରୀ ଭାବେ କୋଭିଡ୍‌ରେ...

୭୩ ବର୍ଷ ପରେ ଗଁ।କୁ ବିଜୁଳି ଆଲୁଅ

ଆଠମଲ୍ଲିକ, ୯ା୨(ଡି.ଏନ.ଏ.) – ସ୍ବାଧୀନତାର ୭୩ ବର୍ଷ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତର ବିପ୍ରଡିହ ଗ୍ରାମରେ ଜଳିଛି ବିଜୁଳି ଆଲୁଅ। ଏହାକୁ...

Advertisement
Archives

Model This Week