ପହଁରା ଶିଖିବାକୁ ଯାଇଥିଲେ: ବାତ ଯୋଗୁ ସୁଇମିଂ ପୁଲ୍‌ରେ ଯୁବକଙ୍କ ଜୀବନ କଲା

ଭୁବନେଶ୍ୱର, ୪।୬(ବ୍ୟୁରୋ): ଭୁବନେଶ୍ୱର କ୍ଲବ୍‌ ସୁଇମିଂପୁଲ୍‌ରେ ବୁଡ଼ି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡୁମ୍‌ଡ଼ୁମା ଅଞ୍ଚଳର ଦୀପକ ସାହୁ(୧୮)।
ପ୍ରକାଶ ଯେ, ଦୀପକ ଡୁମ୍‌ଡୁମା ଅଞ୍ଚଳର ଏକ ଘରୋଇ କଲେଜର ଯୁକ୍ତ ୨ ଛାତ୍ର ଥିଲେ। ଗତ ୨୭ ତାରିଖରେ ଦୀପକଙ୍କ ମା’ ଭୁବନେଶ୍ୱର କ୍ଲବ ସୁଇମିଂ ପୁଲ୍‌ରେ ପୁଅର ଆଡ୍‌ମିିଶନ୍‌ କରାଇବାକୁ ଯାଇଥିଲେ। ମାତ୍ର କୌଣସି କାରଣରୁ ପୁଅର ଆଡ୍‌ମିଶନ୍‌ ହୋଇପାରି ନ ଥିଲା। ସେଠାରେ ଚାକିରି କରୁଥିବା ଜଣେ କର୍ମଚାରୀଙ୍କୁ କହି ଦୀପକ କିଛି ଦିନ ହେବ ପହଁରା ଶିଖିବାକୁ ଯାଉଥିଲେ। ସବୁଦିନ ପରି ମଙ୍ଗଳବାର ଯାଇ ଦିନ ପ୍ରାୟ ୧୦ଟାରେ କାହାକୁ କିଛି ନ କହି ସୁଇମିଂପୁଲ୍‌ ମଧ୍ୟରେ ପଶିଥିଲେ। ହଠାତ୍‌ ସୁଇମିଂ ପୁଲ କର୍ମଚାରୀ ଦୀପକଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାରକରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ କିଛି ବର୍ଷ ପୂର୍ବେ ପୁଅର ବାତ ରୋଗ ଥିବା ଦୀପକଙ୍କ ମା’ କହିଛନ୍ତି। ତେଣୁ ବାତ ରୋଗ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ବର୍ଷ ହେବ ମିଳୁନି ରାଜ୍ୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର, ୩୦।୮(ବ୍ୟୁରୋ):ପୁରସ୍କାର ପାଇଁ ମନୋନୀତ କରି ଡାକିଲେ, କିନ୍ତୁ ଦେଲେ ନାହିଁ। ଇତିମଧ୍ୟରେ ୪ ବର୍ଷ ବିତିଯାଇଛି। ପୁରସ୍କାର ପାଇବାକୁ ଚାହିଁ ବସିଥିବା ୫୭ ଶିକ୍ଷକଙ୍କ...

ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନ୍‌ ବଣ, ବିଗୁଡୁଛି ପରିବେଶ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଶୀତ ହେଉ କି ଗ୍ରୀଷ୍ମ, ଏହାର ଜଳବାୟୁ...

ବାଇକ୍‌ ଷ୍ଟଣ୍ଟ୍‌କୁ ନେଇ ଆକ୍ରମଣ ଘଟଣାରେ ଆଉ ୩ ଗିରଫ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ବିପଜ୍ଜନକ ଭାବେ ବାଇକ୍‌ ଷ୍ଟଣ୍ଟ୍‌ କରି ଧୂଳି ଉଡ଼ାର ପ୍ରତିବାଦ କରିଥିବା ଯୁବତୀଙ୍କୁ ଗାଳିଗୁଲଜ ଓ ତାଙ୍କ ବାପାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଆଉ...

ସ୍ତ୍ରୀ, ପିଲାଙ୍କୁ ଛାଡ଼ି କାଠଯୋଡ଼ିକୁ ଡେଇଁଲେ ଯୁବକ

କଟକ ଅଫିସ/ଫୁଲନଖରା, (ଡି.ଏନ.ଏ.)୯ା୧୦:  ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ନିଆଳି ଥାନା ଅଧୀନ କରଞ୍ଜ ଗ୍ରାମର...

ବର୍ଷା-ଅନୁଭବ ମାମଲା: ହାଇକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର,୭।୨(ବ୍ୟୁରୋ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା ଥମିବାର ନାଁ ନେଉନାହିଁ । ବର୍ଷାଙ୍କ ସ୍ପାଉସ୍‌ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ: ସମଲେଇ ମନ୍ଦିରରେ ଝାଡ଼ୁମାରିଲେ କେନ୍ଦ୍ର ମନ୍ତ୍ରୀ

ସମ୍ବଲପୁର,୧୭।୯(ବ୍ୟୁରୋ): ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ମଙ୍ଗଳବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ...

ଏମ୍‌କେସିଜିରେ ଭର୍ତ୍ତି ହେଲେ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୨୭ା୩-ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଶୁକ୍ରବାର ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କରୋନା ୱାର୍ଡର ସ୍ବତନ୍ତ୍ର କକ୍ଷରେ ରଖାଯାଇଛି। ଶନିବାର ସନ୍ଦିଗ୍ଧଙ୍କ ସ୍ବାବ୍‌...

ନୟାପଲ୍ଲୀରେ ପୂଜାପାଇବେ ୩୫ ଫୁଟ ଗଣେଶ

ଭୁବନେଶ୍ୱର,୨୦୮(ବ୍ୟୁରୋ): ନୟାପଲ୍ଲୀ ନୂଆସାହି ଆଖଣ୍ଡଳମଣୀ ପୂଜା କମିଟି ଏବଂ ମୌରିଆ ଗ୍ରୁପ୍‌ ଆନୁକୂଲ୍ୟରେ ଚଳିତବର୍ଷ ପ୍ରଥମଥର ପାଇଁ ଗଣେଶ ପୂଜା ମହାଆଡ଼ମ୍ବରରେ ଆୟୋଜିତ ହେବ। ୩୫...

Advertisement
Archives

Model This Week