ପଶ୍ଚିମ ଓଡ଼ିଶା ଶ୍ରମିକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ଭଞ୍ଜନଗର,୨୩ା୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଯୋଗୁ କାମ ମିଳୁନାହିଁ। ତେଣୁ ବ୍ରହ୍ମପୁରରେ ଅଟକି ରହିଥିବା ପଶ୍ଚିମ ଓଡ଼ିଶାର ୧୩ ଶିଶୁ ସମେତ ୬୦ଜଣ ଶ୍ରମିକ ଚାଲିଚାଲି ନିଜ ଭିଟାମାଟିକୁ ଫେରୁଥିଲେ। ବୁଧବାର ଭଞ୍ଜନଗର ଦେଇ ଯାଉଥିତ୍ବା ସମୟରେ ଲୋକେ ଦେଖି ସହାୟତାର ହାତ ବଢ଼ାଇଥିଲେ। ଏହାପରେ ଭଞ୍ଜନଗର ବ୍ଲକ ଓ ଏନ୍‌ଏସି ପ୍ରଶାସନ ମଧ୍ୟ ସହାୟତାର ହାତ ବଢ଼ାଇଥିଲେ । ଦିନରେ ସେମାନଙ୍କୁ ସୋରାଦେବୀ ମନ୍ଦିରରେ ରଖାଯାଇଥିଲା। ବୁଧବାର ସନ୍ଧ୍ୟାରେ ବର୍ଷା ହେବାରୁ ସେମାନଙ୍କୁ ମୁଜାଗଡ଼ ହାଇସ୍କୁଲ ରାତିରେ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ବିଦ୍ୟାଳୟ ପରିସରରେ ଚାଉଳ ବଣ୍ଟନ ହେଉଥିବାରୁ ଉକ୍ତ ଲୋକଙ୍କ ରହଣିକୁ ନେଇ ଗ୍ରାମବାସୀ ବିରୋଧ କରିଥିଲେ। ତେଣୁ ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ ଦଦରାଲୁଣ୍ଡା ପଞ୍ଚାୟତ ବେଡ଼ିଗୋବା ସ୍କୁଲକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯିବା ଯୋଜନା ଅଛି।
ପ୍ରକାଶ ଯେ, ବରଗଡ଼ ଓ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରୁ ଶ୍ରମିକ କାମ କରିବାକୁ ଗତ ଡିସେମ୍ବର ମାସରେ ବ୍ରହ୍ମପୁର ଯାଇଥିଲେ। ଲକ୍‌ଡାଉନ୍‌ ଯୋଗୁ କାମ ମିଳି ନ ଥିଲା। ଫଳରେ ସେମାନେ ଚାଲିଚାଲି ଘରକୁ ଫେରୁଥିଲେ। ଭଞ୍ଜନଗରରେ ପହଞ୍ଚିବା ପରେ ଏନ୍‌ଏସି ଓ ବ୍ଲକ ପ୍ରଶାସନ ପାଖରେ ଖବର ପହଞ୍ଚିଥିଲା। ପ୍ରଶାସନ ତପତ୍ରତା ଦେଖାଇ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ବ୍ୟବସ୍ଥା କରିଥିଲା। ଭଞ୍ଜନଗର ବିଡିଓ ଅନିଲ କୁମାର ସେଠୀ, ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ମୁଜାଗଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବୀନ୍ଦ୍ର ପାଣିଗ୍ରାହୀ ଉକ୍ତ ଶ୍ରମିକମାନଙ୍କ କଥା ପ୍ରତ୍ୟକ୍ଷ ଭାବେ ବୁଝୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri