Posted inଜାତୀୟ

ପଶ୍ଚିମବଙ୍ଗରେ ତେଜିଲା ସିଏଏ ବିରୋଧୀ ଆନ୍ଦୋଳନ: ୫ ଟ୍ରେନ୍‌,୧୫ ବସ୍‌ ଜାଳିଦେଲେ;ଆସାମରେ ତେଲ ଟ୍ୟାଙ୍କର

ନୂଆଦିଲ୍ଲୀ/କୋଲକାତା,୧୫ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଉତ୍ତରପୂର୍ବାଞ୍ଚଳରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କ୍ରମେ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟକୁ ବ୍ୟାପିଲାଣି। ପଶ୍ଚିବବଙ୍ଗ ମୁର୍ଶିଦାବାଦ ଜିଲାର ଲାଲ୍‌ଗୋଲା ଷ୍ଟେଶନରେ ଶନିବାର ବିକ୍ଷୋଭକାରୀ ୫ଟି ଖାଲି ଟ୍ରେନ୍‌ ପୋଡ଼ିବା ସହ ୧୫ ବସ୍‌କୁ ଜାଳି ଦେଇଛନ୍ତି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରାସ୍ତାରୋକୋ କରିବା ସହ ରେଳ ଚଳାଚଳରେ ବାଧା ସୃଷ୍ଟି କରିଛନ୍ତି। ଶାନ୍ତ ରହିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହ୍ବାନ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳରେ ଆନ୍ଦୋଳନ ହିଂସାତ୍ମକ ହେବା ସହ ପୋଲିସ ଗୁଳିରେ ଦୁଇଜଣ ପ୍ରାଣ ହରାଇଥିଲେ। ଗୁଆହାଟୀ ଓ ଶିଲଂରେ କର୍ଫ୍ୟୁ ଜାରି ହୋଇଥିଲାବେଳେ ଶନିବାର ଏହାକୁ କିଛି ସମୟ ପାଇଁ କୋହଳ କରାଯାଇଥିଲା।
ପଶ୍ଚିମବଙ୍ଗରେ ଦ୍ୱିତୀୟ ଦିନ ପାଇଁ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭକାରୀ କେତେକ ବସ୍‌ ଜାଳିଦେବା ସହ ରେଳଷ୍ଟେଶନରେ ନିଆଁ ଲଗାଇଦେଇଛନ୍ତି। ମୁର୍ଶିଦାବାଦ, ହାଓଡା ଗ୍ରାମାଞ୍ଚଳ ଓ ଉତ୍ତର ୨୪ ପ୍ରଗଣା ଜିଲାରେ ଆନ୍ଦୋଳନ ହିଂସାର ରୂପ ନେଇଛି। ହାଓଡାର କୋନା ଏକ୍ସପ୍ରେସ୍‌ଓ୍ବେକୁ ଆନ୍ଦୋଳନକାରୀ ଅବରୋଧ କରିବାରୁ ହଜାର ହଜାର ଗାଡ଼ି ରାସ୍ତାରେ ଅଟକି ରହିଛନ୍ତି। ସେହିପରି ଉତ୍ତର ଓ ଦକ୍ଷିଣ ବେଙ୍ଗଲକୁ ସଂଯୋଗ କରୁଥିବା ୩୪ ନମ୍ବର ଜାତୀୟ ରାଜପଥକୁ ମୁର୍ଶିଦାବାଦଠାରେ ଅବରୋଧ କରାଯାଇଛି। ଗ୍ରାମାଞ୍ଚଳ ହାଓଡାର ବାଗନାନ୍‌ ଅଞ୍ଚଳରେ ୨୦ଟି ଦୋକାନକୁ ବିକ୍ଷୋଭକାରୀ ଜାଳିଦେଇଛନ୍ତି। ସେମାନେ ସଂକ୍ରାଇଲ ଷ୍ଟେଶନ କମ୍ପ୍ଲେକ୍ସର ଏକ ଅଂଶକୁ ଭାଙ୍ଗିବା ସହ ନିଆଁ ଲଗାଇଦେଇଥିଲେ। ଏଥିସହିତ ସେମାନେ ରେଲଓ୍ବେ ପୋଲିସଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରେଳଲାଇନରେ ବସି ରହିବାରୁ ୮ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ସମେତ ୨୦ଟି ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଅନ୍ୟ କେତେକ ଟ୍ରେନ୍‌ର ଚଳାଚଳ ବାତିଲ କରିଦିଆଯାଇଛି।
ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭଙ୍ଗାରୁଜା ଜାରି ରହିଥିବାବେଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମମତା କହିଛନ୍ତି। ଶାନ୍ତି ବଜାୟ ରଖିବା ଓ ଗଣତାନ୍ତ୍ରିକ ଉପାୟରେ ବିରୋଧ ପ୍ରଦର୍ଶନ କରିବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଆଇନକୁ ହାତକୁ ନ ନେବାକୁ ଏବଂ ରେଳ ଓ ରାସ୍ତାରୋକୋ କରି ଜନସାଧାରଣଙ୍କୁ ଅସୁବିଧାରେ ନ ପକାଇବାକୁ ସେ ଅନୁରୋଧ କରିଛନ୍ତି। ତେବେ ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଦେଶବ୍ୟାପୀ ଲାଗୁ ହେବାକୁ ଥିବା ଏନ୍‌ଆର୍‌ସି ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବନାହିଁ ବୋଲି ମମତା ପୁଣିଥରେ ଦୋହରାଇଛନ୍ତି।

ଆସାମରେ ତେଲ ଟ୍ୟାଙ୍କର ଜାଳିଲେ

ଆସାମରେ ନାଗରିକତ୍ୱ ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଥିବାବେଳେ ସୋନିତପୁର ଜିଲାରେ ବିକ୍ଷୋଭକାରୀ ଏକ ତେଲ ଟ୍ୟାଙ୍କର ଜାଳିଦେବା ସହ ଏହାର ଡ୍ରାଇଭରଙ୍କୁ ହତ୍ୟା କରିଛନ୍ତି। ଖାଲି ଟ୍ୟାଙ୍କରଟି ତେଲ ଭର୍ତ୍ତି କରିବାକୁ ଉଦଲଗୁରି ଜିଲାର ସିପଝର ଯାଉଥିବାବେଳେ ସୋନିତପୁରର ଢେକିଆଜୁଲିଠାରେ ଉତ୍ତ୍ୟକ୍ତ ଲୋକେ ସେଥିରେ ନିଆଁ ଲଗାଇଦେଇଥିଲେ। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଏକ ଘରୋଇ ନର୍ସିଂହୋମ୍‌କୁ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଆସାମରେ ସଂଶୋଧିତ ନାଗରିକତ୍ୱ ଆଇନକୁ ବିରୋଧ କରି ଏଏଏସ୍‌ୟୁ, ଆସାମ ଜାତୀୟତାବାଦୀ ଯୁବଛାତ୍ର ପରିଷଦ (ଏଜଓ୍ବୋଇସିପି) ଏବଂ ୩୦ଟି ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଯୁବ, ଛାତ୍ର, ବୁଦ୍ଧିଜୀବୀ, ଶିକ୍ଷକ ସମସ୍ତେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ରେଳରୋକ ଯୋଗୁ ଗୁଆହାଟୀରୁ ବିଭିନ୍ନ ସ୍ଥାନକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri