ପଲିଥିନ୍‌ ତଲେ ପରିବାର: ପାଏଖାନା ଘରେ ଧାନ୍‌ଚାଉଲ, ଜିନିଷ୍‌ପାତିି

ଗଣ୍ଡତୁରୁମ, ୯।୯ (ଡି.ଏନ୍‌.ଏ.):  ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଂଚଲରେ ଗଲା ମଙ୍ଗଲବାରନୁ ଲଘୁଚାପ ପରଭାବରେ ବରଷା ଲାଗିରହିଛେ। ବାଦଲଫଟା ବରଷାରେ ବ୍ଲକ ଅଧୀନ ଅନେକ୍‌ ଗଁାଗଁଡ଼ାରେ ଲୁକ୍‌କର ବଡ଼ଭାରି କ୍ଷୟକ୍ଷତି ହେଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ଭେଡ଼େନ ବ୍ଲକ ଗଣ୍ଡତୁରୁମ ଗଁାର ଏକରା ରାଉତିଆ। ପରିବାର କହେଲେ ମାଏକିନା ଯମୁନା, ପୁଓ କୁମର ଆର ବହ ପାର୍ବତୀକେ ନେଇ ତାକର ସଁସାର। ଗଲା ଜୁନ୍‌ ମାସେ ତାକର ମାଏଟ୍‌ କୁରିଆରେ ଚୁଲିରୁ ନିଅଁା ଲାଗି ଘରଟା ଛାରଖାର ହେଇଯାଇଥିଲା। ଇଥ୍‌ରେ ତାକର ଧାନଚାଉଲ, ଜିନିଷପାତି, କପଡ଼ାଲତା ସବୁ ପୁଡ଼ି ଖାର ହେଇଯାଇଥିଲା। ଏନ୍‌ତାଥି ଗଁାର ଅନେକ ସହୁରୁଦ୍‌ ଲୋକ୍‌ ତାହାକୁ କପଡ଼ାଲତା ଦେବାର ସଂଗେ ପରଶାସନକେ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗୁହାରି କରିଥିଲେ। ହେଲେ ତହସିଲ କତୁରପକ୍ଷ ଇ ଅସାହା ପରିବାରକେ ପଲିଥିନ୍‌ ଖଁଡ଼େ ଦେଇ ନିଜର ଦାଇତିଅ ସାରିଦେଇଥିଲା। ଏନ୍‌ତାଥି କୁଟୁମବସିଆ କୁଲିମଜୁରି କରି ଝାଟିମାଟିରେ ଗୁଟେ କୁରିଆ କରି ମୁଡ଼ ଗୁଁଜିଛନ୍‌। ହେଲେ ତାକର ମାଏଟ୍‌ କୁରିଆର ଅବସ୍‌ତା ଏନ୍‌ତା ଯେ, ଲୁକ୍‌କର ଗାଈଗୁହାଲ ଭଲ ଆଏ। ଅଲପ ବରଷାରେ ବି ଘରଟା ପାଏନ୍‌ରେ ଦରହ ପାଲଟିଯାଉଛେ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ବଲି କିଛି ନାଇଁ। କଏରା, କୁମର ଆର ପାର୍ବତୀ କୁଲିମଜୁରି କରୁଥିଲାବେଲେ ଯମୁନା ଝନେ ଅଁଧେନ୍‌ ଆଏ। ହେଲେ ଘରର ପରିସ୍ଥିତି ଆର ପେଟ୍‌ ପାଲବାର ଲାଗି ସେ ବି ବାଟ୍‌ ଅଁଡାଲି ଅଁଡାଲି ଫିଦିନ୍‌ ଭିଖ୍‌ ମାଗୁଛନ୍‌। ଏନ୍‌ତାଥି ଇ ଅସାହା ଗରିବ୍‌ ପରିବାରକେ ଦାଉ ସାଧିଛେ ଲଘୁଚାପ୍‌ ବରଷା। ବରଷା ପାଏନ୍‌ରୁ ଧାନଚାଉଲ, ଜିନିଷ୍‌ପାତି ବଁଚାବାକେ ପରିବାର ଲୋକ୍‌ ସ୍ବଚ୍ଛ ଭାରତ ମିଶନରେ ପାଇଥିବାର ପାଏଖାନା ଘରେ ସବୁ ରଖିଛନ୍‌। ଇଆଡ଼େ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଭୂମିହୀନ ପରିବାରମାନକୁ ପକାଘର ଯୁଗେଇ ଦେଉଛନ୍‌। ହେଲେ ଇ ଦୁଖି ପରିବାର ଲାଗି ସତେ ଯେନ୍‌ତା ସରକାରୀ ଆବାସ ଯୋଜନା ସାତ୍‌ସପନ ପାଲଟିଛେ। ଜିଲା ଆର ବ୍ଲକ ପରଶାସନ ଇ ନିହାତି ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri