Posted inଫୁରସତ

ପଲିଥିନ୍‌ରେ ବନ୍ଧାହୋଇ ନଦୀ ପାର ହୁଅନ୍ତି ସ୍କୁଲ ପିଲା

ଭିଏତ୍‌ନାମର ହୁଓଇ ହା, ଏକ ଛୋଟିଆ ଗାଁ। ଏଠି ପହଞ୍ଚି ପାରିନାହିଁ ସରକାରଙ୍କର କୌଣସି ପ୍ରକାର ଯୋଜନା। ତଥାପି ସେମାନେ ଏତିକି ଭଲଭାବେ ଅବଗତ ଯେ, ଜୀବନରେ ଶିକ୍ଷାର ଆବଶ୍ୟକ ବହୁତ ରହିଛି। ତେଣୁ ନିଜ ଗାଁରେ ବିଦ୍ୟାଳୟ ନ ଥିଲେ ବି ଅନ୍ୟ ଗ୍ରାମର ବିଦ୍ୟାଳୟକୁ ପିଲାଙ୍କୁ ପଢିବାକୁ ଛାଡିଥାଆନ୍ତି। କଥା ସେତିକିରେ ସୀମିତ ନୁହେଁ, ଯେଉଁ ବିଦ୍ୟାଳୟକୁ ପିଲାମାନେ ଯାଆନ୍ତି ସେଠାକୁ ପହଞ୍ଚତ୍ବାଲାଗି ରାସ୍ତା ନାହିଁ। ଅଛି ଏକ ନଦୀ, ଯାହାକୁ ପାର୍‌ ହେବାକୁ ପଡିଥାଏ। ନଦୀରେ ଡଙ୍ଗାର ସୁବିଧା ବି ନାହିଁ। ବାଉଁଶକୁ ବାଉଁଶ ବନ୍ଧା ଯାଇ ଡଙ୍ଗା ଭଳି କରାଯାଇଥାଏ। ତାରି ଉପରେ ଠିଆ ହୋଇ ପିଲାମାନେ ନଦୀ ପାର ହୁଅନ୍ତି। ତେବେ ବର୍ଷାଦିନ ଆସିଲେ ତାକୁ ବି ବ୍ୟବହାର କରି ହୁଏନା। କାରଣ ବନ୍ୟା ଜଳ ଆସିଯିବାରୁ ଜଳର ସ୍ରୋତ ପ୍ରଖର ହୋଇଯାଏ। ଆଉ ସେଥିରେ ନଦୀ ପାର ହେବା ବିପଜ୍ଜନକ ହୋଇଯାଏ। ତେଣୁ ସେମାନେ ଏକ ଭିନ୍ନ ଉପାୟ ଆପଣେଇଥାଆନ୍ତି। ସେ ହେଉଛି ନଦୀ କୂଳରେ ଜଣ ଜଣ କରି ପିଲାଙ୍କୁ ଏକ ବଡ ପଲିଥିନ୍‌ ଭିତରେ ପୂରାଇ ଦିଆଯାଏ। ଆଉ ତା’ର ମୁହଁ ବନ୍ଦ କରି ତାକୁ ଜାବୁଡି ଧରି ପହଁରା ଜାଣିଥିବା ଗାଁର ବଳିଷ୍ଠ ବ୍ୟକ୍ତି ଜଳରେ ସେହି ପଲିଥିନ୍‌କୁ ଟାଣି ଟାଣି ନଦୀ ପାର କରାନ୍ତି। ଏଥିରେ ବି ବିପଦ ଭରି ରହିଥାଏ। ଟିକେ ଏପଟ ସେପଟ ହେଲେ ମୃତ୍ୟୁ ସୁନିଶ୍ଚିତ। ତଥାପି ଏହିଭଳିଭାବେ ପ୍ରାୟ ୫୦ଜଣ ପିଲା ନଦୀ ପାର୍‌ ହୁଅନ୍ତି। ସବୁ ପିଲା ଧାଡି ହୋଇ ଠିଆହୋଇ ଅପେକ୍ଷା କରି ଥାଆନ୍ତି ନିଜ ପାଳିକୁ। ଏତେ ବିପଦ ଥିବା ସତ୍ତ୍ୱେ ତାକୁ ଖାତିର୍‌ ନ କରି ମା’ବାପା ଛାତିରେ ପଥର ରଖି ପିଲାଙ୍କୁ ଏମିତିଭାବେ ନଦୀ ପାର୍‌ କରାଇ ବିଦ୍ୟାଳୟ ପଠାନ୍ତି। ଏହି ପିଲାଙ୍କ କଷ୍ଟ ଏତିକିରେ ସରି ନ ଥାଏ। ନଦୀ ପାର୍‌ ହେବା ପରେ ପ୍ରାୟ ୫ ଘଣ୍ଟାର ତଥା ପ୍ରାୟ ୧୫ କି.ମି. ସେମାନଙ୍କୁ ଚାଲିବାକୁ ହୁଏ। ସେପୁଣି ପାଣିକାଦୁଅ ଭରା ଖସଡା ଓ ଜଙ୍ଗଲ ରାସ୍ତାରେ। ଗମନାଗମନର ଏହି ଅସୁବିଧା ଯୋଗୁ ପିଲାମାନେ ସ୍କୁଲରେ ରହି ଯାଆନ୍ତି। ଆଉ ପ୍ରତି ଶନିବାର ଘରକୁ ଫେରନ୍ତି। କିନ୍ତୁ କେହି ପଢା ବନ୍ଦ କରି ନାହାନ୍ତି। ପିଲାଙ୍କ ଭିତରେ ପଢିବାର ଏହି ଆଗ୍ରହ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri