ପର୍ଯ୍ୟଟନ, ହୋଟେଲ ଶିଳ୍ପକୁ ବଡ଼ ଝଟକା

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): କରୋନା ଯୋଗୁ ବିପୁଳ କ୍ଷତି ସହିଥିବା ରାଜ୍ୟର ହୋଟେଲ ଏବଂ ଟ୍ରାଭେଲ ଟ୍ରେଡ୍‌ ଇଣ୍ଡଷ୍ଟ୍ରି ଆଗାମୀ ଦିନରେ ଆହୁରି କ୍ଷତିଗସ୍ତ ହେବା ଆଶଙ୍କା କରାଯାଉଛି। ଲକ୍‌ଡାଉନ୍‌ ଯୋଗୁ ହୋଟେଲ ଶିଳ୍ପକୁ ବଡ଼ ଝଟ୍‌କା ଲାଗିଛି। ସେହିପରି ଫନୀ ଯୋଗୁ ୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ସହିଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଏଥର ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ଯାଉଛି। ଓଡ଼ିଶାକୁ ବାର୍ଷିକ ପ୍ରାୟ ୧.୫ କୋଟି ପର୍ଯ୍ୟଟକ ଆସୁଥିବାବେଳେ ଏମାନଙ୍କ ମଧ୍ୟରୁ ବିଦେଶୀଙ୍କ ସଂଖ୍ୟା ଲକ୍ଷାଧିକ ରହିଥାଏ। ସେହିଭଳି ଅନ୍ୟ ରାଜ୍ୟରୁ ପ୍ରାୟ ୫୮ ଲକ୍ଷ ଓ ରାଜ୍ୟ ଭିତରୁ ୮୫ ଲକ୍ଷ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଇଥାନ୍ତି। ହେଲେ କରୋନା ଓ ଲକ୍‌ଡାଉନ୍‌ ପାଇଁ ପର୍ଯ୍ୟଟନସ୍ଥଳୀ ଖାଁଖଁା ହୋଇପଡିଥିବାବେଳେ ହୋଟେଲ ଶିଳ୍ପ ଠପ୍‌ ହୋଇଯାଇଛି। ଲକ୍‌ଡାଉନ୍‌ ସରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପର ପୁନରୁତ୍ଥାନ ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)। ଉଭୟ ଦୀର୍ଘମିଆଦି ଓ ସ୍ବଳ୍ପମିଆଦି ସ୍ତରରେ ବିକାଶ ଲାଗି ପ୍ରସ୍ତାବ ଦିଆଯାଇଛି। ବିଶେଷକରି ମାଇସ୍‌ ଟୁରିଜିମ୍‌କୁ ଫୋକସ୍‌ କରିବା ସହ ରାଜ୍ୟର ପ୍ରମୁଖ କର୍ପୋରେଟ୍‌ ସଂସ୍ଥା ନିଜର ସେମିନାର, ମିଟିଂ, କନ୍‌ଫରେନ୍ସ ଭଳି ବଡ଼ ବଡ଼ କାର୍ଯ୍ୟକ୍ରମକୁ ଆଗାମୀ ୨ ବର୍ଷ ପାଇଁ ରାଜ୍ୟ ମଧ୍ୟରେ ଥିବା ହୋଟେଲଗୁଡ଼ିକରେ ଆୟୋଜନ କରିବାକୁ ଅନୁରୋଧ କରାଯାଇଛି।
ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ଲାଗି ଓଡ଼ିଶା ସୁରକ୍ଷିତ ବୋଲି ରାଜ୍ୟ ସରକାର ଏବଂ ରାଜ୍ୟ ପର୍ଯ୍ୟଟନ ଏକ ବ୍ୟାପକ କ୍ୟାମ୍ପେନ୍‌ କରିବା ଆବଶ୍ୟକ। ନୂଆ ଟୁରିଜମ୍‌ ପଲିସି ଆଣି ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରାଯିବା ଉଚିତ୍‌। ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ସହ ଏଚ୍‌ଆର୍‌ଏଓ ସଦସ୍ୟଙ୍କୁ ନେଇ ଏକ ସ୍ବତନ୍ତ୍ର କୋଭିଡ୍‌ ଟାକ୍ସଫୋର୍ସ ଗଠନ କରି ତା’ ମାଧ୍ୟମରେ ସ୍ବତନ୍ତ୍ର ସହାୟତା ପ୍ୟାକେଜ୍‌ ପ୍ରସ୍ତୁତ କରିବାକୁ ମତ ରଖିଛି ଆସୋସିଏଶନ। ଆଗାମୀ ଦିନରେ ବିଏମ୍‌ସି, ଶକ୍ତି ବିଭାଗ, ଅର୍ଥ ଓ ସମବାୟ ବିଭାଗ ଭଳି ବିଭିନ୍ନ ବିଭାଗ ସହ ଆସୋସିଏଶନ ଆଲୋଚନା କରିବ ବୋଲି ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ. କେ. ମହାନ୍ତି କହିଛନ୍ତି। ପର୍ଯ୍ୟଟନ ସଚିବ ବିଶାଳ ଦେବ ଟେଲି କନ୍‌ଫରେନ୍ସ ଯୋଗେ ଆସୋସିଏଶନ ସଦସ୍ୟଙ୍କ ସହ ଆଲୋଚନା କରିଥିବାରୁ ଏଚ୍‌ଆର୍‌ଏଓ କୃତଜ୍ଞତା ଜଣାଇଛି। ଏଥିସହ ୩ ମାସ ପରିବର୍ତ୍ତେ ୧ ବର୍ଷ ପର୍ଯ୍ୟନ୍ତ ହୋଟେଲ ଶିଳ୍ପକୁ ଋଣ ଓ ସମସ୍ତ ଇଏମ୍‌ଆଇ କୋହଳ କରିବାକୁ ଅନୁରୋଧ କରାଯାଇଛି। ପରିସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ବ୍ୟାଙ୍କ୍‌ଗୁଡ଼ିକୁ କୋହଳ ନୀତି ଅବଲମ୍ବନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ଉଚିତ୍‌। ଏହାବ୍ୟତୀତ ହୋଟେଲ ଶିଳ୍ପ ଉପରୁ ଜିଏସ୍‌ଟି ଓ ଏସ୍‌ଜିଏସ୍‌ଟି ନିଆ ନ ଯାଉ। ବିଏମ୍‌ସି ହୋଲ୍ଡିଂ ଟ୍ୟାକ୍ସ, ବାର୍‌ ଲାଇସେନ୍ସ ଫି, ଗ୍ରାଉଣ୍ଡ୍‌ ୱାଟର ଫି, ଇଲେକ୍ଟ୍ରିସିଟି ଫି ଆଦିକୁ କିଛି ମାସ ପାଇଁ ଛାଡ଼ କରାଯାଉ। କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ଦରମା ଦେବାକୁ ଓଡ଼ିଶା ଶ୍ରମିକ ମଙ୍ଗଳ ପାଣ୍ଠିରୁ ସହାୟତା ପ୍ରଦାନ କରିବାକୁ ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri