Posted inଫୁରସତ

ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନ ହାସଲ କରିଛି ଭାରତର ଏହି ରାଜ୍ୟ

ଟ୍ରାଭେଲ୍‌ ମିଡିଆ କମ୍ପାନୀ ‘ଲୋନ୍‌ଲି ପ୍ଲାନେଟ୍‌’ ୨୦୨୦ ପାଇଁ ପର୍ଯ୍ୟଟନ ସ୍ଥଳୀ ଚୟନ କ୍ଷେତ୍ରରେ ଏକ ସର୍ଭେ ରିପୋର୍ଟ ଜାରି କରିଛି। ଏହି ତାଲିକାରେ ଇଣ୍ଡୋନେସିଆର ଇଷ୍ଟ ନୁସା ଟେଙ୍ଗର ପ୍ରଥମ ଏବଂ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଭାରତର ମଧ୍ୟପ୍ରଦେଶ ରହିଛି। ମୁଖ୍ୟତଃ ଏହି ତାଲିକାରେ ମଧ୍ୟପ୍ରଦେଶର ବନ୍ୟଜନ୍ତୁ, ତୀର୍ଥସ୍ଥଳ, ଐତିହାସିକ କ୍ଷେତ୍ର, କୋଠା ନିର୍ମାଣ କୌଶଳକୁ ସବୁଠୁ ପସନ୍ଦ କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟପ୍ରଦେଶ ୩ ନଂ. ସ୍ଥାନରେ ଥିବାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିଜକୁ ଗର୍ବିତ ମନେ କରେ ବୋଲି କହିଛି। ରାଜ୍ୟ ପର୍ଯ୍ୟଟନ ବିକାଶ ଦିଗରେ ସ୍ଥାନୀୟ ଲୋକଙ୍କ ସମ୍ପୂର୍ଣ୍ଣ ସହଯୋଗ ଥିବା ବିଭାଗ କହିଛି।
ଟ୍ରାଭେଲ୍‌ କମ୍ପାନୀ ଲୋନ୍‌ଲି ପ୍ଲାନେଟ୍‌ ୧୯୭୩ ମସିହାରୁ ବିଶ୍ୱର ସବୁଠୁ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ତାଲିକା ପ୍ରସ୍ତୁତ କରିଆସୁଛି। ପ୍ରତିବର୍ଷ ଏହି କମ୍ପାନୀ ୫ ଜଣ ସମ୍ପାଦକଙ୍କ ଆଧାରରେ ରିସର୍ଚ୍ଚ କରୁଛି। କମ୍ପାନୀର ସ୍ବେଚ୍ଛାସେବୀ, ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରାଯାଇଥାଏ। ଏହା ପରେ କମ୍ପାନୀର ଏକ ନ୍ୟାୟିକ ସମିତି ପର୍ଯ୍ୟଟନ ସ୍ଥଳୀ ଚୟନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫ ଇଞ୍ଚର ବୁଢ଼ା ଅଙ୍ଗୁଳି ପାଇଁ ଟିକ୍‌ଟକ୍‌ରେ ପ୍ରସିଦ୍ଧ

ଆମେରିକା, ମାସାଚୁସେଟ୍‌ସ୍ଥ ଓ୍ବେଷ୍ଟପୋର୍ଟର ୨୦ ବର୍ଷୀୟ ଜାକୋବ ପିନା ନିକଟରେ ଟିକ୍‌ଟକ୍‌ରେ ହୋଇଛନ୍ତି ପ୍ରସିଦ୍ଧ। ତେବେ ନିଜ ଗୀତ କି ନାଚ ପାଇଁ ନୁହେଁ। ବରଂ...

୫୦୦ ଟଙ୍କାରେ ବିବାହ କଲେ ସିଟି ମାଜିଷ୍ଟ୍ରେଟ

ଧର୍‌,୧୫।୭: ସାଧାରଣତଃ ସରକାରୀ କର୍ମଚାରୀମାନେ ଧୁମ୍‌ଧାମ୍‌ରେ ବିବାହ କରନ୍ତି। କିନ୍ତୁ ମଧ୍ୟ ପ୍ରଦେଶର ଧର ଜିଲାର ସିଟି ମାଜିଷ୍ଟ୍ରେଟ ଶିବାଙ୍ଗୀ ଯୋଶୀଙ୍କ ବିବାହ କଥା ଶୁଣିଲେ...

କ୍ଷୀର ବ୍ୟବସାୟ ପାଇଁ ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ରର କୃଷକ

ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କର ଭ୍ରୁକୁଞ୍ଚନ କରିଛି । ମହାରାଷ୍ଟ୍ରର ଭିବଣ୍ଡିରେ ରହୁଥିବା ଜଣେ କୃଷକ ହେଲିକପ୍ଟର କିଣିଛନ୍ତି । ମିଳିଥିବା ସୂଚନା...

ବିପଦ ଆସୁଛି ମାଡ଼ି, ବୁଡ଼ିଯିବ ଉପକୂଳ ସହର…

ବେଜିଂ,୬।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ମେରୁ ଅଞ୍ଚଳରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାର ପ୍ରଭାବରେ ସମୁଦ୍ର ଜଳସ୍ତର...

ପକ୍ଷୀ ପରି ବୋବାଉଛି ଏହି ବାଘ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ରୁଷିଆର ଚିଡ଼ିଆଖାନାରେ ଏକ ବାଘ ନିଜର ସୁନ୍ଦରତା ପାଇଁ ହିରୋ ହୋଇଯାଇଛି। ବିଟାସ ନାମକ ଏହି ବାଘ ବର୍ତ୍ତମାନ ୮ ମାସର। ଏହି ବାଘ ଅମୁର...

ବିଧାୟକ କହିଲେ, ଫୁଲମାଳ ନୁହେଁ ମୋତେ ବହି ଦରକାର

ଥିରୁଭାନନ୍ତପୁରମ୍‌, ୨୧।୧୧: ଆଜିକାଲି ସୋସିଆଲ ମିଡିଆରେ କେରଳର ଜଣେ ବିଧାୟକଙ୍କ ଫଟୋ ଏବଂ କାହାଣୀ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ନିଜ ଫେସବୁକରେ ଏକ...

ସେନାଙ୍କ ଗାଁ ବିଲିପଡ଼ା

ପବିତ୍ର ଦେଶ ମାତୃକାର ସେବା କରିବା ପାଇଁ ଅନେକ ଯୁବତୀଯୁବକ ସୈନ୍ୟବାହିନୀରେ ଯୋଗଦେଇଥାନ୍ତି। ସେମାନଙ୍କ ତ୍ୟାଗ ଓ ଦେଶପ୍ରେମ ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥାଏ। ତେବେ...

ରାତିରେ ବି ଖୋଲା ରହିଥାଏ ‘ଫ୍ଲୋଟିଂ ପୋଷ୍ଟ ଅଫିସ୍‌’

ବର୍ତ୍ତମାନ ଡିଜିଟାଲ ଯୁଗରେ ପୋଷ୍ଟ ଅଫିସ୍‌ର ମଧ୍ୟ ଚାହିଦା ବେଶ୍‌ ରହିଛି। ଆଜିବି ଡାକଘର ଜରିଆରେ ଜଣେ ଆଉ ଜଣଙ୍କ ପାଖକୁ ନିଜର ବାର୍ତ୍ତା ପଠାଇପାରୁଛି।...

Advertisement
Archives

Model This Week