Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଫୁଲରେ ସଜ୍ଜିତ କାସ୍‌ ମାଳଭୂମି

ମହାରାଷ୍ଟ୍ରର ସତାରା ନାମକ ସହରଠାରୁ ପ୍ରାୟ ୨୫ କି.ମି. ଦୂରରେ ରହିଛି ଏକ ଆକର୍ଷଣୀୟ ମାଳଭୂମି, ଯାହାର ନାଁ ହେଉଛି କାସ୍‌ ମାଳଭୂମି। ଏହାକୁ କେହି କେହି କାସ୍‌ ପଠାର୍‌ ବୋଲି ବି କହିଥାନ୍ତି। ବର୍ଷାଦିନ ସରିଆସିଲା ବେଳକୁ ଏଠାରେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ଫୁଲ ଫୁଟି ମାଳଭୂମିକୁ ଆକର୍ଷଣୀୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ, ଯାହାକୁ ଦେଖିଲେ ମନ ମୁଗ୍ଧ ହୋଇଗଲା ପରି ଲାଗେ। ତା’ଛଡ଼ା ଏହି ସ୍ଥାନଟି ଦେଶରେ ଦେଖିବାକୁ ମିଳୁଥିବା କେତେକ ଶାନ୍ତିପୂର୍ଣ୍ଣ ସ୍ଥାନ ମଧ୍ୟରୁ ଅନ୍ୟତମ। ଖାସ୍‌ ଏଥିପାଇଁ ଏହାକୁ ୟୁନେସ୍କୋ ଓ୍ବାଲର୍‌ଡ ନାଚୁରାଲ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିପାରିଛି।

ମାଳଭୂମିର ଆକର୍ଷଣ
ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨୦୦ ମିଟର ଉଚ୍ଚତାରେ ଥିବା ଏହି ମାଳଭୂମିଟି ପାଖାପାଖି ୧୦ ବର୍ଗ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ। ବର୍ଷାଦିନ ସରିଆସିଲା ବେଳକୁ ଏଠାରେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ଫୁଲ ଫୁଟିବା ଆରମ୍ଭ ହୋଇଥାଏ। ସୂଚନାନୁଯାୟୀ, ଏଠାରେ କୁଆଡ଼େ ୮୫୦ କିସମର ଫୁଲଗଛ ଦେଖିବାକୁ ମିଳେ। ତନ୍ମଧ୍ୟରୁ ଅର୍କିଡ୍‌ କିସମର କେତେକ ବିରଳ ଫୁଲ ଏଠାକାର ମୁଖ୍ୟ ଆକର୍ଷଣ ସାଜିଥାଏ। ତେବେ ମୁଖ୍ୟ କଥା ହେଉଛି ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳୁଥିବା ମୃତ୍ତିକା ଏବଂ ଜଳବାୟୁରେ ଏମିତି କିଛି ବିଶେଷତା ରହିଛି, ଯେଉଁଥିପାଇଁ ଏଠାରେ ଫୁଲଗଛ ଖୁବ୍‌ ସୁନ୍ଦର ଭାବେ ବଢିଥାଏ। ଅଳ୍ପ କିଛି ଫୁଲଗଛକୁ ଏଠାରେ ଲଗାଯାଉଥିବାବେଳେ ମାତ୍ରାଧିକ ଫୁଲଗଛ ଏଠି ସ୍ବତଃ ପ୍ରବୃତ୍ତ ଭାବେ ଉଠି ମାଳଭୂମିର ଶୋଭାକୁ ବୃଦ୍ଧି କରିଥାଏ, ଯାହା ଦେଖିବାକୁ ବେଶ୍‌ ଆଖିଦୃଶିଆ ହୋଇଥାଏ।

ଆଉ କ’ଣ ଦେଖିବେ
କାସ୍‌ ମାଳଭୂମିର ଦକ୍ଷିଣ ଦିଗରେ ଏକ ହ୍ରଦ ରହିଛି, ଯାହାର ନାଁ ବି ହେଉଛି କାସ୍‌ ହ୍ରଦ। ଘଞ୍ଚଅରଣ୍ୟ ପରିବେଷ୍ଟିତ ଏହି ହ୍ରଦ ମଧ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସେହିପରି ମାଳଭୂମିର ନିକଟବର୍ତ୍ତୀ ଅଞ୍ଚଳରେ ଭାଜ୍‌ରାଇ ନାମକ ଏକ ଜଳପ୍ରପାତ ବି ରହିଛି। ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ବୁଲିଯାଇପାରିବେ।

କେବେ ଯିବେ
ଏହି ସ୍ଥାନକୁ ବର୍ଷାଦିନ ସରିଆସିଲା ବେଳକୁ ଗଲେ ହିଁ ବୁଲିବାର ପ୍ରକୃତ ମଜା ମିଳିଥାଏ। କାରଣ ସେହି ସମୟରେ ଏଠାରେ ରଙ୍ଗବେରଙ୍ଗର ଫୁଲ ଫୁଟି ମାଳଭୂମିକୁ ଖୁବ୍‌ ସୁନ୍ଦର ଭାବେ ସଜେଇ ଦେଇଥାଏ। ତେଣୁ ବର୍ଷାଦିନ ଅର୍ଥାତ ଅଗଷ୍ଟରୁ ଅକ୍ଟୋବର ମାସ ଭିତରେ ଏଠାକୁ ଗଲେ ମାଳଭୂମିର ପ୍ରକୃତ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିହୁଏ। ତା’ଛଡ଼ା ନଭେମ୍ବର ଓ ଡିସେମ୍ବରରେ ବି ଏଠାରେ ଅଳ୍ପ କିଛି ଫୁଲର ସମ୍ଭାର ଦେଖିବାକୁ ମିଳିଥାଏ। ସେଥିପାଇଁ ପର୍ଯ୍ୟଟକ ଅଗଷ୍ଟରୁ ଡିସେମ୍ବର ଭିତରେ ଯେତେବେଳେ ଚାହିଁବେ କାସ୍‌ ମାଳଭୂମିକୁ ବୁଲିବାକୁ ଯାଇ ଏକ ନିଆରା ଅନୁଭୂତି ପାଇପାରିବେ।

କେମିତି ଯିବେ
ମହାରାଷ୍ଟ୍ରର ସତାରା ଟାଉନ୍‌ଠାରୁ ପ୍ରାୟ ୨୫କି.ମି., ପୁନେଠାରୁ ପ୍ରାୟ ୧୨୫ କି.ମି., ମୁମ୍ବାଇଠାରୁ ପ୍ରାୟ ୨୮୦କି.ମି., କୋହ୍ଲାପୁରଠାରୁ ପ୍ରାୟ ୧୫୦ କି.ମି. ଏବଂ ସାଙ୍ଗ୍‌ଲିଠାରୁ ପ୍ରାୟ ୧୪୭ କି.ମି. ଦୂରରେ ଥିବା ଏହି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ଗମନାଗମନର ବେଶ୍‌ ଭଲ ସୁବିଧା ରହିଛି। ପୁନେ ଏୟାର୍‌ପୋର୍ଟ ଏହାର ନିକଟତମ ବିମାନବନ୍ଦର ହୋଇଥିବାବେଳେ ସତାରା ରେଲଓ୍ବେ ଷ୍ଟେଶନ ହେଉଛି କାସ୍‌ ମାଳଭୂମିକୁ ବୁଲିଯିବା ପାଇଁ ନିକଟବର୍ତ୍ତୀ ଏକ ପ୍ରମୁଖ ରେଳ ଷ୍ଟେଶନ। ସେହିପରି ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଏହି ମାଳଭୂମି ନିକଟକୁ ସିଧାସଳଖ ଟୁରିଷ୍ଟ ବସ୍‌ ବି ଯାଉଛି। ତେଣୁ ପର୍ଯ୍ୟଟକ ନିଜ ସୁବିଧାନୁସାରେ ଯେଉଁଥିରେ ଚାହିଁବେ ସେଥିରେ ଯାଇ ଆରାମରେ ଏହି ସ୍ଥାନରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri