ପର୍ଯ୍ୟଟକଙ୍କ ପାଇଁ ୧୫ରୁ ଖୋଲିବ ଦେବ୍ରିଗଡ଼

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା ଦେବ୍ରିଗଡ଼ ଅଭୟାରଣ୍ୟ ଅକ୍ଟୋବର ୧୫ରୁ ଖୋଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ଦିନ ପାଇଁ ଏହା ୪ ମାସ ହେବ ବନ୍ଦ ରହିଥିଲା। ଦିନ ସମୟରେ ଆସୁଥିବା ପର୍ଯ୍ୟଟକମାନେ ଏଣିକି ମୁଖ୍ୟ ଗେଟ୍‌ ନିକଟରେ ଟିକେଟ ସୁବିଧା ପାଇପାରିବେ। ଅନ୍‌ଲାଇନ ମାଧ୍ୟମରେ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନେ ରାତ୍ରିଯାପନ କରିପାରିବେ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଟି. ସନତ କୁମାର ସୂଚନା ଦେଇଛନ୍ତି । ଅଭୟାରଣ୍ୟରେ ଚଳିତବର୍ଷଠାରୁ ନୂତନ ନିୟମ ଲାଗୁ ହେବ। ବ୍ୟକ୍ତିଗତ ଗାଡ଼ିଗୁଡିକ ଭିତରକୁ ଯିବା ନେଇ ବାରଣ କରାଯାଇଛି। ପର୍ଯ୍ୟଟକ ବୁଲିବା ପାଇଁ ୨ଟି ସଫାରି ଗାଡି ରହିଛି । ଆବଶ୍ୟକ ପଡିଲେ ଆଉ ଦୁଇଟି ଭଡ଼ାରେ ଅଣାଯିବ ବୋଲି ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ଅଭୟାରଣ୍ୟରେ ଚିତାବାଘ, କୋକିଶିଆଳି, ବଣ୍ୟ କୁକୁର, ଭାଲୁ, ବାଇସନ, ଇଣ୍ଡିଆନ୍‌ ସିଭେଟ, ପାଳମ ସିଭେଟ, ଝିଙ୍କ, ହନୁମାଙ୍କଡ, ଅଜଗର ସାପ ଭଳି ୨୩ ପ୍ରକାର ଜୀବଜନ୍ତୁ ଦେଖିବାକୁ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏନ୍‌ଟିୟୁସିର ନୂତନ କର୍ମକର୍ତ୍ତା ନିଯୁକ୍ତି

ଅନୁଗୋଳ ଅଫିସ, ୨୮।୭ – ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା (ଆଇଏନ୍‌ଟିୟୁସି)କୁ ଅନୁଗୋଳ ଜିଲାରେ ସୁସଙ୍ଗଠିତ କରିବା ପାଇଁ ନୂତନ ଶ୍ରମିକ ନେତା ନିଯୁକ୍ତ...

ଛତିଶଗଡ଼ ପୋଲିସର ଦାଦାଗିରି ଅଭିଯୋଗ: ଧାରଣାରେ ବସିଲେ ସୀମାନ୍ତବାସୀ

ଲଖନପୁର,୧୧।୧୨(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ କନକତୋର ବାବୁଖାରୀ ନିକଟରୁ ଗତ ଶନିବାର ଛତିଶଗଡ଼ ପୋଲିସ ବଳପୂର୍ବକ ଏକ ଧାନ ବୋଝେଇ ଗାଡ଼ି ସହ...

ବଜ୍ରପାତରେ ଛେଳି ଚରାଳିଙ୍କ ମୃତ୍ୟୁ

ଭଞ୍ଜନଗର,୨୮।୯(ଡି.ଏନ୍‌.ଏ.): ଭଞ୍ଜନଗର ଥାନା ଡୁମାକୁମ୍ପାରେ ଶନିବାର ଅପରାହ୍ନରେ ବଜ୍ରପାତରେ ଜଣେ ଛେଳିଚରାଳି ମୃତ୍ୟୁବରଣ କରିଛନ୍ତି। ସେହେଲେ ଅମୁଲ୍ୟ ଗୌଡ (୨୭)। ଏଥିସହ ଜୁରିଆ ଗୌଡ (୫୯)...

ପୋଲିସ-ଗ୍ରାମବାସୀ ଗଣ୍ଡଗୋଳ: ଫାଙ୍କା ଗୁଳିଚାଳନା

କାଲିମେଳା,୧୩ା୧(ଡି.ଏନ.ଏ.): ଜୁଆ ଆଡ୍ଡା ଓ କୁକୁଡ଼ାଗାଲି ଉପରେ ଚଢ଼ାଉ କରିବାରୁ ପୋଲିସକୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେବାକୁ ପଡିଛି। ଦୀର୍ଘ ସମୟ ଧରି ପୋଲିସ- ଗ୍ରାମବାସୀ...

ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ, ୨୭ା୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ମଧ୍ୟରୁ ଶୁକ୍ରବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଆରମ୍ଭ ହୋଇଛିି। ଭୋଇ ସର୍ଦ୍ଦାର ରବି...

ସ୍କୁଲ ପରିଦର୍ଶନ ବେଳେ ଡିଇଓ ଖପ୍ପା

ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ସଚ୍ଚିଦାନନ୍ଦ ବେହେରା ଶନିବାର ବନ୍ତଳା ଅଞ୍ଚଳର ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟଗୁଡିକୁ...

ହିଙ୍ଗୁଳା କୋଇଲା ଖଣିରେ ଦୁର୍ଘଟଣା: ଡ୍ରିଲ୍‌ ମେଶିନରୁ ଖସି ଠିକା କର୍ମଚାରୀ ମୃତ

ତାଳଚେର,୬ା୫(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣିରେ ମଙ୍ଗଳବାର ଦୁର୍ଘଟଣାରେ ଠିକା କର୍ମଚାରୀ ସୋମେତ ଜମାଡଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଛତିଶଗଡ ରାଜ୍ୟରେ।...

ଚୋରା ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ଘେରିବନ୍ଧ

ଯାଜପୁର ଟାଉନ,୪-୯(ଡି.ଏନ୍‌.ଏ.)- ଚୋରା ବାଲି ଚାଲାଣ ଯୋଗୁ ଜଳସମ୍ପଦ ବିଭାଗର ୧୯କୋଟି ଟଙ୍କା ବ୍ୟୟରେ ନିର୍ମିତ ଘେରିବନ୍ଧ ନଷ୍ଟ ହେଉଛି। ଯାଜପୁର ବ୍ଲକ ଅଧିନସ୍ଥ ପଣସା...

Advertisement
Archives

Model This Week