ପର୍ଯ୍ୟଟକଙ୍କ ପସନ୍ଦର ୧୦୦ ସହର: ଟପ୍‌ ୨୦ରେ ଦିଲ୍ଲୀ, ମୁମ୍ବାଇ

ନୂଆଦିଲ୍ଲୀ: କର୍ମମୟ ଜୀବନରେ ସମସ୍ତେ ବ୍ୟସ୍ତ ରହୁଥିବା ବେଳେ ଅଫିସ ବା ଘର କାମରୁ କିଛି ସମୟ ବାହାର କରି ଲୋକମାନେ ଟିକେ ବୁଲି ଆସିବାକୁ ଭାବନ୍ତି। ଘରଠୁ ଦୂର ଯେକୌଣସି ଜାଗାକୁ ଯାଇ ଶରୀର ଓ ମସ୍ତିଷ୍କକୁ ଟିକେ ରେଷ୍ଟ ଦେବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ। ତେବେ ୨୦୧୯ରେ ଦୁନିଆର କେଉଁ ୧୦୦ ପର୍ଯ୍ୟଟନସ୍ଥଳୀ ଦେଶ ବିଦେଶର ପର୍ଯ୍ୟଟକଙ୍କ ଦ୍ୱାରା ଅଧିକ ଆଦୃତ ହୋଇଥିଲା, ସେ ନେଇ ଏକ ତାଲିକା ଜାରି କରାଯାଇଛି। ବ୍ରିଟିଶ ମାର୍କେଟିଂ ରିସର୍ଚ୍ଚ କମ୍ପାନୀ ୟୁରୋମନିଟର ଇଣ୍ଟରନ୍ୟାଶନାଲ ପକ୍ଷରୁ ଜାରି କରାଯାଇଥିବା ଏହି ଲିଷ୍ଟରେ ପ୍ରଥମ ୫ ସହର ମଧ୍ୟରେ ରହିଛି ହଂକଂ, ବ୍ୟାଙ୍ଗକକ୍‌, ଲଣ୍ଡନ, ମକାଉ ଏବଂ ସିଙ୍ଗାପୁର। ସେହିପରି ଏହି ଲିଷ୍ଟର ଟପ୍‌ ୨୦ରେ ଭାରତର ଦିଲ୍ଲୀ ଓ ମୁମ୍ବାଇ ସହର ସ୍ଥାନ ପାଇଛି। ୨୦୧୮ ତୁଳନାରେ ୨୦୧୯ରେ ଏହି ଦୁଇ ସହରରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ହୋଇଥିବା ଜଣାପଡ଼ିଛି। ସହରର ଐତିହ୍ୟ, ପର୍ଯ୍ୟଟକଙ୍କ ଅନୁଭବ ଓ ଆର୍ଥିକ ପ୍ୟାକେଜ୍‌ ଆଧାରରେ ଏହି ରିପୋର୍ଟ ତିଆରି କରାଯାଇଛି। ରିପୋର୍ଟ ମୁତାବକ, ଓ୍ବାଲର୍‌ଡ କ୍ଲାସ୍‌ ଏୟାରପୋର୍ଟ, ବିଳାସମୟ ସୁବିଧା, ମେଡିକାଲ, ସ୍ପୋଟର୍‌ସ ଓ ଐତିହ୍ୟକୁ ଗୁରୁତ୍ୱ ଦିଆଯାଉଥିବାରୁ ଆଗାମୀ ଦିନରେ ଦିଲ୍ଲୀ ଏହି ଲିଷ୍ଟରେ ୮ନମ୍ବର ସ୍ଥାନକୁ ଆସିପାରେ। ଲିଷ୍ଟର ୨୬ ନମ୍ବରରେ ଆଗ୍ରା ସ୍ଥାନ ପାଇଛି। ଏଠାକୁ ୨୦୧୮ରେ ଦେଶବିଦେଶରୁ ୮୦ହଜାର ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସୀମାରେ ସଡ଼କ ନିର୍ମାଣରେ ନିୟାଜିତ ୧୯ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୯ ।୭: ଅରୁଣାଚଳ ପ୍ରଦେଶର କୁମି ନଦୀରେ ବୁଡିଯିବାରୁ ୧୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ଶ୍ରମିକମାନେ ଚାଇନା ସୀମାରେ ସଡ଼କ...

କରୋନା ମଲ୍‌

ବାରାଣସୀ: ପିଲାଙ୍କ ଲାଗି ଫ୍ୟାନି୍ସ କଲର ମାସ୍କ, ବିଭିନ୍ନ ଡିଜାଇନ୍‌ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ, ସାବୁନ, ଗାମୁଛା ଓ ଭିନ୍ନ ଧରଣର ଫେସ୍‌ କଭର...

‘ଆମେ ଜିତିଲୁ, ଭାଜପା ବିଧାୟକଙ୍କୁ କିଣିନେଲା’

ଭୋପାଳ,୨୩।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜିକାଲି ମଧ୍ୟପ୍ରଦେଶରେ ଅଛି। ଏଠାରେ ସେ ବୁରହାନପୁରରେ ଏକ ରାଲିରେ ସମ୍ବୋଧିତ କରି ଭାଜପାକୁ...

ପାର୍ଲାମେଣ୍ଟରେ ଶାସକ- ବିରୋଧୀ ଧସ୍ତାଧସ୍ତି

ନୂଆଦିଲ୍ଲୀ,୩ା୩: ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀ ଦଙ୍ଗାକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି।...

ବିହାରବାସୀଙ୍କ ସେବା କରିପାରିବେ କେବଳ ୫୬ ଇଞ୍ଚ ଛାତି ଥିବା ଲୋକ: ନଡ୍ଡା

ପାଟନା,୧୫ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ସେଥିପାଇଁ ପ୍ରଚାର...

ଅହମ୍ମଦାବାଦ୍‌ରେ ୧୪୨ତମ ରଥାଯାତ୍ରା: ଶାହ କଲେ ମଙ୍ଗଳ ଆରତି

ଅହମ୍ମଦାବାଦ୍‌,୪।୭: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଗୁଜରାଟ ରାଜଧାନୀ ଅହମ୍ମଦାବାଦ୍‌ ଚଳଚଞ୍ଚଳ ହୋଇଉଠିଛି। ଏଠାରେ ଚଳିତ ବର୍ଷ ୧୪୨ତମ ରଥଯାତ୍ରା ପାଳିତ ହେଉଛି। ଏହି ଅବସରରେ...

ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ,୮।୧୨: ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜେଲରେ ଥିବା ଆଇନଜୀବୀ ତଥା ଆକ୍ଟିଭିଷ୍ଟ ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଲ୍‌ଗାର ପରିଷଦ-ମାଓବାଦୀ...

ଥମୁଛି କରୋନା…

ନୂଆଦିଲ୍ଲୀ, ୨୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

Advertisement
Archives

Model This Week