ପର୍ଯ୍ୟଟକଙ୍କ ପସନ୍ଦର ୧୦୦ ସହର: ଟପ୍‌ ୨୦ରେ ଦିଲ୍ଲୀ, ମୁମ୍ବାଇ

ନୂଆଦିଲ୍ଲୀ: କର୍ମମୟ ଜୀବନରେ ସମସ୍ତେ ବ୍ୟସ୍ତ ରହୁଥିବା ବେଳେ ଅଫିସ ବା ଘର କାମରୁ କିଛି ସମୟ ବାହାର କରି ଲୋକମାନେ ଟିକେ ବୁଲି ଆସିବାକୁ ଭାବନ୍ତି। ଘରଠୁ ଦୂର ଯେକୌଣସି ଜାଗାକୁ ଯାଇ ଶରୀର ଓ ମସ୍ତିଷ୍କକୁ ଟିକେ ରେଷ୍ଟ ଦେବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ। ତେବେ ୨୦୧୯ରେ ଦୁନିଆର କେଉଁ ୧୦୦ ପର୍ଯ୍ୟଟନସ୍ଥଳୀ ଦେଶ ବିଦେଶର ପର୍ଯ୍ୟଟକଙ୍କ ଦ୍ୱାରା ଅଧିକ ଆଦୃତ ହୋଇଥିଲା, ସେ ନେଇ ଏକ ତାଲିକା ଜାରି କରାଯାଇଛି। ବ୍ରିଟିଶ ମାର୍କେଟିଂ ରିସର୍ଚ୍ଚ କମ୍ପାନୀ ୟୁରୋମନିଟର ଇଣ୍ଟରନ୍ୟାଶନାଲ ପକ୍ଷରୁ ଜାରି କରାଯାଇଥିବା ଏହି ଲିଷ୍ଟରେ ପ୍ରଥମ ୫ ସହର ମଧ୍ୟରେ ରହିଛି ହଂକଂ, ବ୍ୟାଙ୍ଗକକ୍‌, ଲଣ୍ଡନ, ମକାଉ ଏବଂ ସିଙ୍ଗାପୁର। ସେହିପରି ଏହି ଲିଷ୍ଟର ଟପ୍‌ ୨୦ରେ ଭାରତର ଦିଲ୍ଲୀ ଓ ମୁମ୍ବାଇ ସହର ସ୍ଥାନ ପାଇଛି। ୨୦୧୮ ତୁଳନାରେ ୨୦୧୯ରେ ଏହି ଦୁଇ ସହରରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ହୋଇଥିବା ଜଣାପଡ଼ିଛି। ସହରର ଐତିହ୍ୟ, ପର୍ଯ୍ୟଟକଙ୍କ ଅନୁଭବ ଓ ଆର୍ଥିକ ପ୍ୟାକେଜ୍‌ ଆଧାରରେ ଏହି ରିପୋର୍ଟ ତିଆରି କରାଯାଇଛି। ରିପୋର୍ଟ ମୁତାବକ, ଓ୍ବାଲର୍‌ଡ କ୍ଲାସ୍‌ ଏୟାରପୋର୍ଟ, ବିଳାସମୟ ସୁବିଧା, ମେଡିକାଲ, ସ୍ପୋଟର୍‌ସ ଓ ଐତିହ୍ୟକୁ ଗୁରୁତ୍ୱ ଦିଆଯାଉଥିବାରୁ ଆଗାମୀ ଦିନରେ ଦିଲ୍ଲୀ ଏହି ଲିଷ୍ଟରେ ୮ନମ୍ବର ସ୍ଥାନକୁ ଆସିପାରେ। ଲିଷ୍ଟର ୨୬ ନମ୍ବରରେ ଆଗ୍ରା ସ୍ଥାନ ପାଇଛି। ଏଠାକୁ ୨୦୧୮ରେ ଦେଶବିଦେଶରୁ ୮୦ହଜାର ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri