Posted inଫୁରସତ

ପରିବେଶ ପ୍ରଦୂଷଣ ଏବଂ ବନ୍ୟପ୍ରାଣୀ

ପରିବେଶ ବାତାବରଣ ମଧ୍ୟରେ ବଢୁଥିବା ବିଭିନ୍ନ ପ୍ରାଣୀ, ପକ୍ଷୀ, ମାଛ, ଜଳଚର ପ୍ରାଣୀ ଓ ଜଳଜ ଉଦ୍ଭିଦକୁ ନେଇ ବନ୍ୟଜୀବନ ଗଠିତ। ପରିବେଶ କହିଲେ ବାୟୁ, ଜଳ, ମୃତ୍ତିକା, ପ୍ରାଣୀଜଗତକୁ ବୁଝାଇଥାଏ। ପରିବେଶ ପ୍ରଦୂଷଣ ହେଲେ କେବଳ ମନୁଷ୍ୟ ନୁହେଁ ପ୍ରାଣୀଜଗତ ମଧ୍ୟ କ୍ଷତିଗ୍ରସ୍ତ ହେବ ଏବଂ ଏହାର ସାମଗ୍ରିକ ପ୍ରଭାବ ପରିବେଶ ଉପରେ ପ୍ରତିଫଳିତ ହେବ। ଏହା ମଧ୍ୟ ସତ୍ୟ ଯେ, ପରିବେଶ ପ୍ରଦୂଷଣ ପାଇଁ ପ୍ରାଣୀଜଗତ ନୁହେଁ, ମନୁଷ୍ୟ ଦାୟୀ। ଆମ ରାଜ୍ୟରେ ମୁଖ୍ୟତଃ ପର୍ଯ୍ୟଟକମାନେ ନନ୍ଦନକାନନ, ସିମିଳିପାଳ, ସାତପଡା, ଭିତରକନିକା, ଗହୀରମଥା ଇତ୍ୟାଦି ସ୍ଥାନକୁ ବନ୍ୟପ୍ରାଣୀ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆସିଥାନ୍ତି। ସମଗ୍ର ପୃଥିବୀରେ ଏପରି ସ୍ଥାନ ବିରଳ ଏବଂ ଆମ ରାଜ୍ୟ ଏଥିପାଇଁ ପ୍ରସିଦ୍ଧି ଲାଭ କରିଛି। ବନ୍ୟଜୀବନ ଉପରେ ନିକଟସ୍ଥ ଜନବସତି ଅଧିବାସୀମାନଙ୍କର ଜୀବିକା ନିର୍ଭର କରିଥାଏ। ତେଣୁ ବ୍ୟବସାୟିକ ଅଥବା ଆମୋଦ ଦୃଷ୍ଟିକୋଣରୁ ପ୍ରାଣୀର ଶିକାର ଯୋଗୁ ସେମାନେ ପ୍ରାୟ ନିଶ୍ଚିନ୍ନ ହେବାକୁ ଲାଗିଲେଣି। ତେଣୁ ଅଭୟାରଣ୍ୟ ସୃଷ୍ଟି କରି ଆଇନ୍‌ ପ୍ରଣୟନ ଦ୍ୱାରା ସେମାନଙ୍କର ସୁରକ୍ଷା ପାଇଁ ଚେଷ୍ଟା କରାଯିବା ଆବଶ୍ୟକ। ବନ୍ୟଜୀବନ ଶିକାର ଦଣ୍ଡନୀୟ ହେବା ସହିତ କଡାକଡି ଭାବେ ପାଳନ କରାଯିବା ଦରକାର। ନିକଟରେ ନନ୍ଦନକାନନରେ ହାତୀମୃତ୍ୟୁ ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ରେଳଧାରଣାରେ ହାତୀମୃତ୍ୟୁ ବାରମ୍ବାର ଘଟିବା ଦୁଃଖଦାୟକ। ଗୋଟିଏ ହାତୀ ଦିନକୁ ପ୍ରାୟ ୨.୫ରୁ ୩ କୁଇଣ୍ଟାଲ ଖାଦ୍ୟ ଆବଶ୍ୟକ କରିଥାଏ। ବ୍ୟାପକ ଜଙ୍ଗଲ କ୍ଷୟ ହେବା ଦ୍ୱାରା ହାତୀଙ୍କୁ ଖାଦ୍ୟ ମିଳୁନାହିଁ। ଏତଦ୍‌ବ୍ୟତୀତ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ତାପମାତ୍ରା ବୃଦ୍ଧି ଘଟୁଛି, ଯାହାଦ୍ୱାରା ଜଙ୍ଗଲ ପରିବେଶ ଭାରସାମ୍ୟ ହରାଉଛି ଏବଂ ହାତୀମାନେ ଜଙ୍ଗଲରୁ ବାହାରି ଜନବସତି ଆଡକୁ ଧାଉଁଛନ୍ତି। ହାତୀ ବା ଅନ୍ୟ ବନଜୀବମାନଙ୍କ ଆବାସ ସ୍ଥଳୀ ଜଙ୍ଗଲ ସୁରକ୍ଷିତ ନ ରହିଲେ ସେମାନେ ସ୍ବାଭାବିକ ଭାବେ ଇତଃସ୍ତତ ପଳାୟନ କରିବେ। ହାତୀ ମଣିଷ ଲଢେଇ ବାସ୍ତବିକ ପରିବେଶବିତ୍‌ମାନଙ୍କ ପାଇଁ ଚିନ୍ତାର ବିଷୟ। ଭୋଗବାଦୀ ସଭ୍ୟତାର ମନୁଷ୍ୟ ସବୁଜବନାନୀ ନଷ୍ଟ କରି କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି କରିବାରେ ଲାଗିଛି ଏବଂ ଜୀବଜନ୍ତୁଙ୍କର ଆବାସସ୍ଥଳୀ ଜଙ୍ଗଲ ଧ୍ୱଂସ କରିଚାଲିଛି। ଗଛକୁ ଜାତୀୟ ସମ୍ପତ୍ତି ଭାବେ ଘୋଷଣା କରାଯିବା ଉଚିତ। ୧୯୫୨ ମସିହାଠାରୁ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ଆମ ଦେଶରେ ଅକ୍ଟୋବର ମାସ ୨ ରୁ ୮ ତାରିଖ ମଧ୍ୟରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି। ଭାରତ ସରକାର ଏକ ବନ୍ୟପ୍ରାଣୀ ପରିଷଦ ଗଠନ କରିଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଜନସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri