ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ବଡ ଝିଅଙ୍କ ଜୀବନ ଗଲା

ଝାରସୁଗୁଡା ଅଫିସ,୫।୬: ଝାରସୁଗୁଡା ଥାନା ବିଟିଏମ୍‌ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ର ଜଣେ ଯୁବକଙ୍କ ମୃତ୍ୟୁ ପରେ ଗତ ସୋମବାର ପରିବାରର ୫ ଜଣ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଶୁକ୍ରବାର ବଡ଼ ଝିଅଙ୍କ ମୃତ୍ୟୁ ଘଟିଛି।
ପୂର୍ବରୁ ଅର୍ଥାତ୍‌ ଗୁରୁବାର ମା’ ଓ ସାନ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର ବଡ଼ ପୁଅଙ୍କ ମୃତ୍ୟୁ ହୋଇଥିଲା।
ପ୍ରକାଶ ଯେ, ଗତ ସୋମବାର ବିଳମ୍ବିତ ରାତିରେ ଦୀର୍ଘ ୨ ବର୍ଷ କୋମାରେ ରହି ସାନ ପୁଅ ଦୀପକ ବିଶ୍ବାଳ ମୃତ୍ୟୁ ବରଣ କରିଥିଲେ। ଏହାକୁ ପରିବାର ଲୋକେ ସହି ନ ପାରି ମା’, ୩ ଭଉଣୀ ଓ ବଡ଼ ଭାଇ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବର୍ତ୍ତମାନ ଜଣେ ଭଉଣୀ ଚିକିତ୍ସିତ ହେଉଛନ୍ତି। ଗୁରୁବାର ସ୍ଥାନୀୟ ଲୋକଙ୍କ ସହଯୋଗରେ ପୂର୍ବରୁ ମୃତ ୪ ଜଣଙ୍କ ମୃତଦେହକୁ ସତ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାବୁଗାଁ-ପାପଡ଼ାହାଣ୍ଡି ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା

ଡାବୁଗାଁ, ୩୦।୪ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ- ପାପଡାହାଣ୍ଡି ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ଡାବୁଗାଁ- ପାପଡାହାଣ୍ଡି ୩୯ ନଂ ରାଜ୍ୟ ରାଜପଥର ମହେନ୍ଦ୍ରୀ...

ବନ୍ଦ ପ୍ରଭାବରେ ମାଲକାନଗିରି ଜିଲାରେ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ

ମାଲକାନଗିରି, ୧୯।୪ (ଡି.ଏନ୍‌.ଏ) ସମ୍ବଲପୁରରେ ହନୁମାନ ଜୟନ୍ତୀରେ ହୋଇଥିବା ଦଙ୍ଗା ବିରୋଧରେ ବୁଧୁବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ...

ନିର୍ଦ୍ୱନ୍ଦ୍ୱରେ ଜିତିଲେ ଅଞ୍ଜଳି

ଛତ୍ରପୁର,୧୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଋଷିକୂଲ୍ୟା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ନବର୍ନିବାଚିତ ଜିଲା ପରିଷଦ...

ବିଦ୍ୟୁତ୍‌ ଆଘାତରେ ଗୁରୁତର ମହିଳା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଜି.ଉଦୟଗିରି,୨୦ା୨(ଡି.ଏନ.ଏ.)-୧୩୨ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୧୭ ତାରିଖରେ କଳିଙ୍ଗା ପଞ୍ଚାୟତ ତାରାବାଡ଼ି ଗ୍ରାମର ଅମୂଲ୍ୟା ଦିଗାଳ (୩୮) ଗୁରୁତର ହୋଇଥିଲେ। ତାଙ୍କୁ...

ଠିକା କିରାଣିଙ୍କ ବହିଷ୍କାର ଦାବିକଲା ଭାଜପା

ଅନୁଗୋଳ ଅଫିସ, ୨୭।୬: ଜିଲା ପ୍ରଶାସନ ଦେଇଥିବା ନିର୍ଦ୍ଦେଶକୁ ଠିକ୍‌ ଭାବେ ପାଳନ କରା ନ ଯିବା ଓ ଜେନେରାଲ ଇଲେକ୍ଟ୍ରିକ ଡିଭିଜନ୍‌ (ଜିଇଡି)ଠାରୁ ସ୍ଥିରୀକୃତ...

ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ

ବଲାଙ୍ଗୀର ଅଫିସ,୪ା୮: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱାଧୀନ ଏକ  ଟିମ୍‌ ବୁଧବାର ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି...

ବୃହତ୍‌ ବନ୍ଦର ଆଥ୍‌ଲେଟିକ୍‌ ମିଟ୍‌ ଉଦ୍‌ଘାଟିତ

ପାରାଦୀପ, ୧୭।୧ (ସ୍ବ.ପ୍ର.): ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ଗୁରୁବାର ସର୍ବଭାରତୀୟ ବୃହତ୍‌ ବନ୍ଦର ଆଥ୍‌ଲେଟିକ୍‌ ମିଟ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ଅଲ୍‌ ଇଣ୍ଡିଆ ମେଜର ପୋର୍ଟ...

ବିଶ୍ୱ ପର୍ଯ୍ୟଟନ ଦିବସ : ଅବ୍ୟବସ୍ଥା ଘେରରେ ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ ଅଫିସ,୨୭।୯ : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ପ୍ରତିବର୍ଷ ଭଳି ନୟାଗଡ଼ ଜିଲାରେ ଶୋଭାଯାତ୍ରାରେ ସୀମିତ ରହିବ ଦିବସ ପାଳନ କାର୍ଯ୍ୟକ୍ରମ। ଏଥିନେଇ କୌଣସି...

Advertisement
Archives

Model This Week