ପରିବାରକୁ ସହାୟ ହେବାରେ ଆତ୍ମତୃପ୍ତି ନିଆରା

ଭଦ୍ରକ ଅଫିସ,୧୯।୭- ଦାରିଦ୍ର୍ୟ ଓ ଅସହାୟତା ଆଗରେ ହାର୍‌ ନ ମାନି ମନୋବଳକୁ ଦୃଢ କରି ଏକ ଚା’ ଦୋକାନ କରି ପରିବାର ସମ୍ଭାଳୁଛନ୍ତି ଶୁଭାରାଣୀ। ଦୀର୍ଘ ୧୨ ବର୍ଷ ଧରି ବରପଦା ବଜାରରେ ସେ ଏହି ଦୋକାନ କରି ଆସୁଛନ୍ତି। ସରକାର ଓ ପ୍ରଶାସନଠାରୁ କୌଣସି ସହାୟତା ମିଳି ନ ଥିଲେ ମଧ୍ୟ ସେ ନିଜେ ପରିଶ୍ରମ କରି ନିଜ ଅସହାୟ ମା’ ଓ ସାନ ଭଉଣୀ ଭାଇଙ୍କୁ ସାହା ହୋଇ ବେଶ୍‌ ଆତ୍ମତୃପ୍ତି ପାଇ ପାରୁଛନ୍ତି ବୋଲି କହିଛନ୍ତି।
ଶୁଭାରାଣୀଙ୍କ ଜୀବନ ସଂଘର୍ଷର କାହାଣୀ ଶୁଣିଲେ ଯେ କେହି ସମବେଦନା ନ ଜଣାଇ ରହି ପାରନ୍ତି ନାହିଁ। ଗରିବ, ଅସହାୟ ଲୋକଙ୍କ ଲାଗି ସରକାର ଅନେକ ଯୋଜନା କରୁଥିବା ବେଳେ ଏଭଳି ଅସହାୟ ପରିବାର ସେଥିରୁ ବଞ୍ଚିତ ହେବା ଏକ ବିଡମ୍ବନା। ଶୁଭାରାଣୀ କହନ୍ତି, ତାଙ୍କ ବାପା ବାବୁଲାଲ ବେହେରା ଦୀର୍ଘ ୧୫ ବର୍ଷ ହେବ ଘରଛାଡି କେଉଁଆଡେ ଚାଲିଯାଇଛନ୍ତି। ତାଙ୍କ ବଡ ଭଉଣୀ ମଧ୍ୟ ୧୨ ବର୍ଷ ଧରି ବାପାଙ୍କ ଭଳି ପାଗଳ ହୋଇ କେଉଁଆଡେ ପଳାଇ ଯାଇଛନ୍ତି। ଏଭଳି ସ୍ଥିତିରେ ଘରେ ଥିବା ଦୁଇ ସାନ ଭାଇ ଓ ଜଣେ ଭଉଣୀଙ୍କୁ ମଣିଷ କରିବା ଓ ମା’ ସୁଶୀଳା ବେହେରାଙ୍କୁ ସାହା ହେବା ଲାଗି ସେ ୮ମ ଶ୍ରେଣୀରୁ ପାଠ ପଢା ଛାଡି ଚା’ ଦୋକାନକୁ ଆଦରି ନେଇଛନ୍ତି। ଏହାମଧ୍ୟରେ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କର ସାନ ଭଉଣୀଙ୍କୁ ନେଇ ଏକ ଶିକ୍ଷାନୁଷ୍ଠାନରେ ପାଠ ପଢାଉଛନ୍ତି।
୨୪ ବର୍ଷ ବୟସ୍କା ଶୁଭାରାଣୀଙ୍କ ଘର ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତ କୁସୁନନଗର ଡଙ୍କାଗଡିଆ ଗ୍ରାମରେ । ଘରଠାରୁ କିଛି ଦୂର ବରପଦା ବଜାରରେ ସେ ଚା’ ଦୋକାନ କରି ପରିବାର ଚଳାଉଛନ୍ତି। ଦୋକାନରୁ ଯାହା ରୋଜଗାର ହୁଏ, ସେଥିରେ ଦୁଇ ସାନ ଭାଇଙ୍କ ପାଠପଢା ସମେତ ଘର ଖର୍ଚ୍ଚ ତୁଲାଇ ଆସୁଛନ୍ତି। ପ୍ରଶାସନଠାରୁ ଆରମ୍ଭ କରି ରାଜନେତା ସମସ୍ତେ ତାଙ୍କ ପରିବାରର ଅସହାୟତାକୁ ଅଣଦେଖା କରି ଆସିଥିବା ଶୁଭାରାଣୀ କ୍ଷୋଭର ସହ କହିଛନ୍ତି। ତଥାପି ପରିସ୍ଥିତି ଆଗରେ ସେ ହାର୍‌ ନ ମାନି ମନୋବଳକୁ ଦୃଢ କରି ପରିବାର ଲାଗି ନିଜେ ରୋଜଗାର କରି ପାରିିଛନ୍ତି। ପାଠ ପଢିବାକୁ ବହୁ ଇଚ୍ଛା ଥିଲେ ବି ସେଥିରୁ ବଞ୍ଚିତ ହୋଇ ଏବେ ସାନ ଭାଇଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ଦିନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri