ପରିବହନ ବନ୍ଦ ବିରୋଧରେ ଧାରଣା:ପ୍ରଶାସନ ସହ ଆଲୋଚନା ବିଫଳ

ଅନୁଗୋଳ ଅଫିସ, ୨୯ା୧୦

କୋଇଲା ପରିବହନ ନେଇ ବିବାଦ ଯୋଗୁ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ବଳରାମ ଖଣି ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି। ପ୍ରଶାସନ, ପୋଲିସ ଓ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେଣୁ ତୁରନ୍ତ ଖଣି କାର୍ଯ୍ୟ ଆରମ୍ଭ କରାଯିବା ଦାବିରେ କଳାପାଟ ଟ୍ରକ୍‌ ମାଲିକ ସଂଘ ଉପସଭାପତି ଗଦାଧର ସାହୁଙ୍କ ନେତୃତ୍ୱରେ ସୋମବାର ସୋଲଡ଼ାବାସୀ ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଖଣି କାର୍ଯ୍ୟ ଚାଲୁ କରାଯିବା ପରେ ସେମାନେ ଧାରଣାରୁ ଉଠିବେ ବୋଲି ସାହୁ ସୂଚନା ଦେଇଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଧାରଣାରେ ବସିଥିବା ଏକ ୫ ଜଣିଆ କମିଟି ସହ ଅପରାହ୍ନରେ ଆଲୋଚନା କରିଥିଲେ। ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି କହି ଧାରଣାରୁ ଉଠିଯିବାକୁ ପ୍ରଶାସନ ଅନୁରୋଧ କରିଥିଲେ ବି ସୋଲଡ଼ାବାସୀ ଜିଦ୍‌ରେ ଅଟଳ ରହିଛନ୍ତି।
ଗ୍ରାମ ସଭାପତି ଫିରୋଜ କୁମାର ପ୍ରଧାନ କହିଛନ୍ତି, ବଳରାମ ଖଣିରେ ଟ୍ରକ୍‌ ଉପରେ ୩ଶହ ପରିବାର ନିର୍ଭର କରୁଥିବାବେଳେ ଟ୍ରକ୍‌ରେ ପାଲ ଭିଡ଼ି ୭ଶହ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। କିନ୍ତୁ ଖଣି ବନ୍ଦ କାରଣରୁ ଏକ ହଜାର ପରିବାରଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ଫେବୃୟାରୀ ୨୫ରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଟ୍ରକ୍‌ ଲୋଡିଂ ନେଇ ଆଲୋଚନା ହୋଇଥିଲା। ଏହା ପରଠାରୁ ଦୈନିକ ଲୋଡିଂ କିଛି ଦିନ ଠିକ୍‌ରେ ଚାଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଡଅଁରା ଗ୍ରାମର କିଛି ଲୋକ ଭୟଭୀତ କରାଇ ଉପରୋକ୍ତ ୫ଟି ଗ୍ରାମର ଟ୍ରକ୍‌ ମାଲିକଙ୍କୁ ଲୋଡିଂ ଦେଇ ନ ଥିଲେ। ଏ ନେଇ ମା’ କଳାପାଟ ଟ୍ରକ୍‌ ମାଲିକ ସଂଘ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ରାଜନୈତିକ ଚାପ ଦ୍ୱାରା ଖଣି ବନ୍ଦ କରାଯାଇଥିବା ସଭାପତି ଅଭିଯୋଗ କରିଛନ୍ତି। କଳାପାଟ ଟ୍ରକ ମାଲିକ ସଂଘର ସହସମ୍ପାଦକ ସିପୁନ ସ୍ବାଇଁ, ଆଲୋକ ସାହୁ, ପ୍ରଶାନ୍ତ ସାହୁ, ସୁଶୀଲ ବେହେରା, ଅନି ସାହୁ, ରିଙ୍କୁ ସାହୁ, ବିମଳ ବେହେରା, ସୂର୍ଯ୍ୟକାନ୍ତ ସାହୁ, ମନମୋହନ ଗଡ଼ନାୟକ, ସୌମ୍ୟରଞ୍ଜନ ସାହୁ, ଆକାଶ ଜେନା, ସୁଶାନ୍ତ ସାହୁ, ସାଗର ତନୟା ବେହେରା ପ୍ରମୁଖ ଧାରଣାରେ ବସିଥିବା ଟ୍ରକ୍‌ ମାଲିକ ସଂଘ ଉପସଭାପତି ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଥା ଶୁଣିଲେନି ଭାଉଜ, ଚା’ କରିବାକୁ ମନା କରିବାରୁ ପିଟିପିଟି ମାରିଦେଲେ ଦିଅର

ଭୋପାଳ,୨୦।୩: ମଧ୍ୟପ୍ରଦେଶର ସଲାମତପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଖୋହା ଗାଁରେ ଭାଉଜଙ୍କୁ ହତ୍ୟା କରିଛନ୍ତି ନିଜ ଦିଅର। ରିପୋର୍ଟ ଅନୁସାରେ, ଖୋହା ବାସିନ୍ଦା ଖେମଚାନ୍ଦ ମାଲବ୍ୟ…

୬ବର୍ଷ ପରେ ଭାରତ-ଚାଇନା ସୀମାରେ ବଡ଼ ହଲଚଲ, ହେବ କି ଯୁଦ୍ଧ?

ନୂଆଦିଲ୍‌ଲୀ,୨୦।୩: ଭାରତ ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ଏକ ନୂତନ ସୂଚନା ସାମ୍ନାକୁ ଆସିଛି। ଉଭୟ ଦେଶ ଉତ୍ତରାଖଣ୍ଡର ଲିପୁଲେଖ ସୀମାକୁ ପୁନର୍ୱାର ଖୋଲିବାକୁ ନିଷ୍ପତ୍ତି…

୩୪ ଆଦିବାସୀଙ୍କୁ ଖଲାସ ଦାବି: ୪୮ ଘଣ୍ଟିଆ ବନ୍ଦ ଡାକରା

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ…

ମିଲରଙ୍କ ଅସହଯୋଗରୁ ବଢୁଛି ଚାଷୀଙ୍କ ଚିନ୍ତା: ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୦।୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି l ମିଲରଙ୍କ ଅସହଯୋଗରୁ ଏହି ଧାନ ପଡ଼ି…

ଶସ୍ତା ହୋଇଯିବ ତେଲ: ଯୁଦ୍ଧ ମଧ୍ୟରେ ସାରା ବିଶ୍ୱକୁ ମିଳିବ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୦।୩: ସାଧାରଣ ଜନତାଙ୍କୁ ଖୁବ୍‌ଶୀଘ୍ର ମିଳିବ ବଡ଼ ଆଶ୍ୱସ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଖୁବ ଶୀଘ୍ର ହ୍ରାସ ପାଇପାରେ। ରିପୋର୍ଟ ଅନୁଯାୟୀ, ଆମେରିକା ଖୁବ…

ଯୁଦ୍ଧରେ ଫସିଗଲା ଆମେରିକା: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା ସଂଘର୍ଷ

ଓ୍ବାଶିଂଟନ୍‌,୨୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ୨୦ ଦିନ ଧରି ଚାଲିଥିବା…

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri