ପରିତ୍ୟକ୍ତ ଘରେ ରହୁଥିବା ଦମ୍ପତି ଗାଁକୁ ଫେରିଲେ

 

ଲଖନପୁର,୨୫ା୪(ଡି.ଏନ୍‌.ଏ.)-ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ପାଇଁ କେତେକ ସ୍ଥାନରେ କରୋନା ସନ୍ଦିଗ୍ଧ ବ୍ୟକ୍ତିମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ।  ଏଥିସହିତ ସେମାନେ ଗ୍ରାମବାସୀଙ୍କ ନିର୍ଯାତନାର ଶିକାର ହେଉଛନ୍ତି ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ଅଧୀନ ଅତାବିରା ପଞ୍ଚାୟତ ଏମ୍‌ କଣ୍ଟାପାଲି ଗ୍ରାମରେ ।  ଏହି ଗ୍ରାମର ଜଣେ ସନ୍ଦିଗ୍ଧ ମହିଳାଙ୍କୁ ଗ୍ରାମବାସୀ ଗାଁରେ ରଖିବାକୁ ବାରଣ କରିଥିଲେ ।  ଏପରି କି ତାଙ୍କୁ ପଞ୍ଚାୟତ ତରଫରୁ କୁମର ଗାଁ ସ୍କୁଲ୍‌ରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ଦିଆଯାଇ ନ ଥିଲା ।  ଫଳରେ ଗାଁ ବାହାରେ ଥିବା ଏକ ପରିତ୍ୟକ୍ତ ଘରେ ଗତ ମଙ୍ଗଳବାରରୁ ମହିଳା ଜଣକ ନିଜ ସ୍ବାମୀଙ୍କ ସହ ରହି ଆସୁଥିଲେ ।  ଏନେଇ ସଂପୃକ୍ତ ଦମ୍ପତି ଲଖନପୁର ବିଡିଓ, ରେଙ୍ଗାଲି ପୋଲିସ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ।  ଶେଷରେ ଶୁକ୍ରବାର ପୂର୍ବାହ୍ନରେ ବିଡିଓ ପଟେଲ ଏମ୍‌ କଣ୍ଟାପାଲି ଗ୍ରାମରେ ପହଞ୍ଚତ୍ ପରିତ୍ୟକ୍ତ ଘରେ ରହିଥିବା ଦମ୍ପତିଙ୍କୁ ଭେଟି ଆଲୋଚନା କରି ଘରକୁ ଫେରାଇ ଆଣିଛନ୍ତି ।  ଏବେ ସମ୍ପୃକ୍ତ ଦମ୍ପତି ଘରେ ସଙ୍ଗରୋଧରେ ରହିବେ ବୋଲି ବିଡିଓ କହିଛନ୍ତି ।  ଏ ନେଇ ସେ ଗ୍ରାମବାସୀ ଓ ଜିଲାପାଳଙ୍କ ସହ ଆଲୋଚନା କରିଥିବା ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ମହିଳା ଜଣକ ଗତ ଦେଢମାସ ତଳେ ଘରୁ କେଉଁଆଡେ ଚାଲିଯାଇଥିଲେ ।  ଗତ ୧ସପ୍ତାହ ତଳେ ସେ ଗ୍ରାମକୁ ଫେରିଥିଲେ ।  ଏହା ଜଣାପଡିବା ପରେ ଗ୍ରାମବାସୀ ସମ୍ପୃକ୍ତ ମହିଳାଙ୍କୁ ଗ୍ରାମରେ ନ ରହି ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ କହିଥିଲେ ।  ଏ ସମ୍ପର୍କରେ ମହିଳା ଜଣକ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ।  ପଞ୍ଚାୟତ ତରଫରୁ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ସରପଞ୍ଚ ତାଙ୍କୁ କହିଥିଲେ ।  ହେଲେ ସେଠାରେ ମଧ୍ୟ ରହିବା ପାଇଁ ତାଙ୍କୁ ବିରୋଧ କରାଯାଇଥିଲା ।  ଏନେଇ ସ୍ଥାନୀୟ ସରପଞ୍ଚ ତପ ପ୍ରଧାନ କହିଛନ୍ତି, ସନ୍ଦିଗ୍ଧ ମହିଳାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବାପାଇଁ କୁହାଯାଇଥିଲା ।  ସେଠାରେ କୁମର ଗ୍ରାମର କେତେଜଣ ଗ୍ରାମବାସୀ ବିରୋଧ କରିଥିଲେ ।  ଏନେଇ ବିଡିଓ ସଞ୍ଜୀବ ପଟେଲ କହିଛନ୍ତି, ମହିଳା ଜଣଙ୍କ କୌଣସି ରାଜ୍ୟ ଓ ଜିଲା ବାହାରକୁ ଯାଇ ନ ଥିଲେ ।  ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା କୌଣସି ଆବଶ୍ୟକତା ନାହିଁ ।  ସେ ନିଜ ଘରେ ସଙ୍ଗରୋଧରେ ରହିପାରିବେ ।  ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ ବିରୋଧରେ ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri