ପରିଚଏ ବଲି କିଛି ନାଇଁ: ବିଦେଶୀ ପାଲଟିଛନ୍‌ ଦିବ୍ୟାଙ୍ଗ ଦୁର୍ଜନ

ଗଣ୍ଡତୁରୁମ, ୧୨ା୧୨(ଡି.ଏନ୍‌.ଏ.)- ସମାଜରେ ବାସ କରୁଥିବାର ଭିନେ ଭିନେ ବରଗର ଲୁକ୍‌କର ବିକାଶ ଲାଗି ସବୁ ସ୍ତରରେ ବେବସ୍‌ତା ରହିଛେ। ସେନ୍‌ତା ଗଁାରେ ଜନପରତିନିଧି ହିସାବେ ଓ୍ବାର୍ଡ ସଭ୍ୟଠାନୁ ମୂଲ କରି ପଁଚେତ୍‌ରେ ସରପଁଚ୍‌, ବ୍ଲକରେ ଚେୟାରମ୍ୟାନ, ଜିଲାସ୍ତରରେ ଜିଲାପରିଷଦ ଅଧ୍ୟକ୍ଷ କାଯ୍‌ କରୁଛନ୍‌। ସେ ହିସାବେ ସରକାରୀ ସ୍ତରରେ ବି ବେବସ୍‌ତା ରହିଛେ। ସରକାରକଁର ସବୁ ବିକାଶ ମୂଲକ ଯୋଜନା ଇମାନକର ଜରିଆରେ ହେଉଛେ। ହେଲେ ଆଏଜ୍‌ ବି ଅନେକ ଜାଗାରେ ସରକାରୀ ଅଧ୍‌କାରୀ, ଜନପରତିନିଧିକର ଉଦାସିନତା ଲାଗି ଲୋକ ନିଜର ପରିଚଏ ଖୁଜୁଛନ୍‌। ସେମାନକର ଘରଦୁଆର କି କିଠାକାନା ବଲି କିଛି ନଁାଇଁନ। ଦେଶରେ ଜନମ ହେଇ ବି ସମକର ଲାଗି ବିଦେଶୀ ପାଲଟିଯାଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ସାଲଣା ଗଁାରେ।
ସୂଚନା ହିସାବେ ଭେଡେନ ବ୍ଲକ ଚିିଚିଣ୍ଡା ଗଁାର ଦୁର୍ଜନ ନାଇକ(୭୫)। ଜନ୍‌ମୁ ସେ ଦିବ୍ୟାଙ୍ଗ ଆଏ। ତାକର ଡେବ୍‌ରି ଗୋଡ଼ କାମ୍‌ ନାଇଁକରବାର। ସେନ୍‌ତା ସେ ବହୁତ୍‌ କମ୍‌ ଶୁନିପାରୁଛନ୍‌। ଠାରନାରରେ ଯାହା ବୁଝୁଛନ୍‌ କହୁଛନ୍‌। ଗଁାରୁ ଗଁା ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌। ଯେନ୍‌ ଗଁାରେ ବେଲବୁଡ଼ଲା ସେଟା ତାକର ଠିକାନା ପାଲ୍‌ଟୁଛେ। ଏନ୍‌ତା ଘଡ଼ିସଁଧି ସମିଆରେ ଦୁର୍ଜନକୁଁ ଥାନୀଅ ଧରିତ୍ରୀ ପରତିନିଧି ସାଲଣା ଗଁା ହରିଜନପଡ଼ାର କମ୍ୟୁନିଟି ସେଣ୍ଟରରେ ହବଡ଼େଇଥିଲେ। ଦୁର୍ଜନକଁର ଗୁଲ୍‌ଗୁଲା ଦେଖି ସେ ତାକର ବାବ୍‌ଦେ ପଚାରିଥିଲେ। ଦୁର୍ଜନ ନିଜର ଦୁଖ୍‌ ବଖାନି କହିଥିଲେ ଯେ, ମୋର ନିଜର ଗଁା ଚିଚିଣ୍ଡା। ହେଲେ ଜମିବାଡ଼ି କି ସଁପତି ବଲି କିଛି ନାଇଁ। ଆମେ ଦୁଇ ଭାଇ ବହେନ୍‌ ଛୁଆଦିନୁ ଦିବ୍ୟାଙ୍ଗ। ସାନ ଥିଲାବେଲେ ମା’ବାପ୍‌କେ ହରେଇଥିଲୁଁ। ସେଥିରଲାଗି ଭାଇବହେନ୍‌ ଛୁଆଦିନୁ ଗଁାଗଁଡ଼ା ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଥିଲୁଁ। ଭିନ୍ନକ୍ଷମ ବଲି ବିହାଚୁରା ବି ନାଇଁ ହେଇ। ଏହେଦେ ଦୁନିଅଁାରେ ମୋର ନିଜର ବଲି କେହି ନଁାଇଁନ। ଗଲା ବଛର ବହେନ୍‌ ମିଞ୍ଜୋ ମୋତେ ଛାଡ଼ି ଆରପାରକେ ଚାଲିଯାଇଛେ। ମୋର ଘରଦୁଆର, ଭୋଟର କାର୍ଡ, ଆଧାର କାର୍ଡ କି ରାଶନ କାର୍ଡ କିଛି ନଁାଇଁନ। କେହେନ୍‌ସି ପରକାର ସରକାରୀ ସୁବିଧା ସୁଯୋଗ ନାଇଁ ପାଏବାର। ଦେଶରେ ଜନମ୍‌ ହେଇଛେଁ ସତ୍‌ ଆଗିଅଁା, ହେଲେ ମୋର ପରିଚଏ କି ଠିକାନା ବୋଲି କିଛି ନାଇଁ। ମୁଇଁ ଝନେ ବିଦେଶୀ ଜୀବନ୍‌ ବିତଉଛେଁ। ଏନ୍‌ତା ଜୀବନ୍‌ ଜିଁବାର ଯାହା ମରିଗଲେ ଭଲ ବଲି ସେ କହିଥିଲେ। ଦୁଖି ଦୁର୍ଜନକଁର ଉପରେ ଜିଲା ପରଶାସନ, କେହେନ୍‌ସି ସାମାଜିକ ସଂସ୍ଥା ଦୁରୁଷ୍‌ଟି ଦେଇ କେହେନ୍‌ସି ବୃଦ୍ଧାଶ୍ରମରେ ଥଇଥାନ କରବାର ସଂଗେ ସବୁପରକାର ସରକାରୀ ସୁବିଧା ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri