ପରାଜିତ ଯାଇ ନ ପାରନ୍ତି ରାଜ୍ୟ ସଭା

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟ ସଭାରେ ଖାଲି ହୋଇଥିବା ଓଡିଶାର ୩ ଆସନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ବିଧାନସଭା ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏହି ୩ଟି ଯାକ ଆସନ ବିଜେଡି ହାତକୁ ଯିବା ଏକ ପ୍ରକାର ନିଶ୍ଚିତ। ମାତ୍ର ୩ ଆସନ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ନେତାଙ୍କୁ ବାଛିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡିର ବହୁ ହେଭିଓ୍ବେଟ୍‌ ପରାଜୟର ମୁହଁ ଦେଖିଛନ୍ତି। ତେଣୁ ପରାଜିତ ନେତାମାନଙ୍କ ମଧ୍ୟରୁ ନବୀନ ୩ ଜଣଙ୍କୁ ରାଜ୍ୟ ସଭା ପଠାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ସେହି ତାଲିକା ଏତେ ଲମ୍ବା ଯେ କାହାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେବେ ଏବଂ କିଏ ବାଦ୍‌ ପଡିବେ ତାକୁ ଆକଳନ କରିବା କଷ୍ଟକର ମନେ ହେଉଛି। ଏପରି କି ଶାସକ ଦଳୀୟ ନେତାଙ୍କ ନିକଟରେ ମଧ୍ୟ ଠିକ୍‌ ଖବର ପହଞ୍ଚିପାରୁ ନାହିଁ। ପଶ୍ଚିମ, ଉତ୍ତର ଏବଂ ପୂର୍ବ ଓଡିଶା ଯୁଆଡେ ଦେଖିଲେ ସବୁ ଦିଗରୁ ବିଜେଡିର ବହୁ ହେଭିଓ୍ବେଟ୍‌ ଏହି ତାଲିକାରେ ଅଛନ୍ତି। ଏହା ସାଙ୍ଗକୁ ଟିକେଟରୁ ବଞ୍ଚିତ ହୋଇଥିବା ଏବଂ ରାଜ୍ୟ ସଭା ପାଇଁ ପ୍ରତିଶ୍ରୁତି ପାଇଥିବା ନେତାଙ୍କ ତାଲିକା ମିଶାଇ ଦେଲେ ଏହା ଆହୁରି ଲମ୍ବି ଯାଉଛି। ମଙ୍ଗଳବାର ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଆସନ୍ତା ୨୫ ତାରିଖ ନାମାଙ୍କନ ଦାଖଲର ଶେଷଦିନ। ନବୀନ ନିବାସରେ ମଧ୍ୟ ଆଶାୟୀମାନେ ଜୋର୍‌ଦାର ଲବି ଚଳାଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ୩ ଜଣିଆ ତାଲିକାରେ କୌଣସି ପରାଜିତ ନେତାଙ୍କୁ ସୁଯୋଗ ମିଳିବ ନାହିଁ। ଯେଉଁମାନେ ଲୋକ ସଭା କିମ୍ବା ବିଧାନସଭାରେ ହାରିଯିବା ପରେ ନିଜକୁ ରାଜ୍ୟ ସଭାରେ ଥଇଥାନ ହେବାକୁ ଉଦ୍ୟମ କରୁଛନ୍ତି ସେମାନେ ତାଙ୍କ ଯୋଜନାରେ ଫେଲ୍‌ ମାରିବାର ଯଥେଷ୍ଟ ସମ୍ଭାବନା ରହିଛି। କିଛି ନୂଆ ମୁହଁ ଏଥର ରାଜ୍ୟ ସଭା ଦୌଡରେ ସାମିଲ ହୋଇଯାଇଛନ୍ତି।
ମିଳିଥିବା ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକରୁ ଗୁରୁବାର ଫେରିବେ। ଏହି ଦିନ ୩ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ନେଇ ଆଶା କରାଯାଉଛି। ଯଦି ଏପରି ନ ହୁଏ ତେବେ ଆସନ୍ତା ୨୨ ମଧ୍ୟରେ ଘୋଷଣା ସୁନିଶ୍ଚିତ। ତେବେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ଛାଡିଥିବା ଆସନର କାର୍ଯ୍ୟକାଳ ୫ ବର୍ଷ ଲେଖାଏ ରହିଛି। ବିଧାୟକ ପ୍ରତାପ ଦେବ ଛାଡିଥିବା ଆସନର କାର୍ଯ୍ୟକାଳ ୩ବର୍ଷ ରହିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ରାଜ୍ୟ ସଭା ଯିବେ ବୋଲି ଏକପ୍ରକାର ଚୂଡାନ୍ତ ହୋଇସାରିଥିବା ଆଲୋଚନା ହେଉଛି। ଏହି ଦୁଇଜଣଙ୍କୁ ୫ ବର୍ଷ ପାଇଁ ପଠାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କିମ୍ବା ପ୍ରସନ୍ନ ପାଟଶାଣୀଙ୍କ ମଧ୍ୟରୁ ଜଣଙ୍କୁ ନବୀନ ୩ ବର୍ଷ ପାଇଁ ପଠାଇପାରନ୍ତି। ଶ୍ରୀମୟୀ ମିଶ୍ର ମଧ୍ୟ ଦୌଡରେ ରହିଛନ୍ତି। ହେଲେ ପରାଜିତଙ୍କ ମଧ୍ୟରୁ କେତେଜଣଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ଦଳର କିଛି ଆଗଧାଡିର ନେତା ପ୍ରୟାସ ଚଳାଇଛନ୍ତି। ଉତ୍ତର ଓଡିଶା ଏବଂ ପଶ୍ଚିମ ଓଡିଶାର ଦୁଇଜଣ ପରାଜିତ ନେତାଙ୍କୁ ରାଜ୍ୟ ସଭା ପଠାଇବାକୁ ବହୁତ ଉଦ୍ୟମ କରାଯାଉଛି।
ରାଜ୍ୟ ସଭା ଦୌଡରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଉଥିବା ନେତାଙ୍କ କଥା ଦେଖିଲେ ନବୀନ ସ୍ବତନ୍ତ୍ରଭାବେ ବିଚାର କରି ନିଷ୍ପତ୍ତି ନେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ୨୦୧୭ ମସିହା ପର୍ଯ୍ୟନ୍ତ ଦେଖିଲେ ସୋସିଆଲ୍‌ ମିଡିଆରେ ଭାଜପା ଏକକ ସ୍ଥାନ ଅକ୍ତିଆର କରି ରଖିଥିଲା। ମାତ୍ର ଏହା ପରଠାରୁ ବିଜେଡି ସୋସିଆଲ ମିଡିଆରେ ଆଗକୁ ବଢିବା ଆରମ୍ଭ କରିଥିଲା। ସରକାରୀ ଚାକିରିରୁ ଅବସର ନେବା ପରେ ଅମର ପଟ୍ଟନାୟକ ବିଜେଡି ଆଇଟି ସେଲ୍‌ କାର୍ଯ୍ୟ ବେଶ୍‌ ଭଲଭାବେ ତୁଲାଇଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଅମରଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ରହିଛି। ଅନ୍ୟପଟେ ବିଗତ ଦିନଗୁଡିକୁ ଲକ୍ଷ୍ୟ କଲେ ବିଜେଡି ସର୍ବଦା ମୁଖପାତ୍ରମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛି। ସସ୍ମିତ ପାତ୍ର ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟରୁ ଆସୁଛନ୍ତି। ସେହିପରି ଟିକେଟ ଆଶା ନ କରି ନିଜ ଦାୟିତ୍ୱ ତୁଲାଇବାରେ ହେଳା କରିନାହାନ୍ତି। ତେଣୁ ଦଳରେ ଟିକେଟ ଆଶା ନ କରି ଶୃଙ୍ଖଳିତ କର୍ମୀ ମହଲରେ ମଧ୍ୟ ଏହା ବେଶ୍‌ ଭଲ ପ୍ରଭାବ ପକାଇବ। ଦକ୍ଷିଣ ଓଡିଶାରେ ମୁଖ୍ୟମନ୍ତ୍ରୀ ଦୁଇଜଣ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରି ଟିକେଟ ଦେଇଛନ୍ତି। ଦୀର୍ଘଦିନ ଧରି ଦଳ ପାଇଁ କାମ କରିଥିବା ନେତା ଏହାକୁ ନେଇ ମନ ଊଣା କରିବା ସ୍ବାଭାବିକ। ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସ୍ଥାନରେ କଂଗ୍ରେସରୁ ଯାଇ ବିଜେଡିରେ ମିଶିଥିବା ବିକ୍ରମ ପଣ୍ଡା ଟିକେଟ ପାଇ ବିଧାୟକ ହୋଇଛନ୍ତି। ସେହିପରି ବ୍ରହ୍ମପୁର ଲୋକ ସଭା ଆସନରୁ ସିଦ୍ଧାନ୍ତ ମହାପାତ୍ରଙ୍କ ବଦଳରେ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ ବିଜେଡି ପ୍ରାର୍ଥୀ ହୋଇ ଏମ୍‌ପି ହୋଇଛନ୍ତି। ତେଣୁ ସେହି ଅଞ୍ଚଳରେ ବିଜେଡି କର୍ମୀ ମହଲରେ ଏକ ଭଲ ବାର୍ତ୍ତା ଦେବାକୁ ନବୀନ ପ୍ରୟାସ କରିବାର ସମ୍ଭାବନା ବେଶ୍‌ ଅଧିକ। ଏହା ମଧ୍ୟରେ ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀ ରାଜ୍ୟ ସଭା ପଦ ପାଇଁ ବେଶ୍‌ ଆଶାୟୀ ଥିବା ଶୁଣିବାକୁ ମିଳୁଛି। ତେଣୁ ୩ ବର୍ଷିଆ ସ୍ଥାନରେ ତାଙ୍କୁ ପଠାଇ ଚୁପ୍‌ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଏସବୁ ମଧ୍ୟରେ କାହାକୁ ନବୀନ ଗ୍ରୀନ୍‌ ସିଗ୍‌ନାଲ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri