Advertisement

ପରଲୋକରେ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ କାଦ୍ରୀ ଗୋପାଳନାଥ

ମାଙ୍ଗାଲୁର,୧୧।୧୦: ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦ୍ରୀ ଗୋପାଳନାଥଙ୍କ ଶୁକ୍ରବାର ସକାଳେ କର୍ନାଟକ ମାଙ୍ଗାଲୁରରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ବେଳେ ୬୯ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଗୋପାଳନାଥଙ୍କ ପରିବାରରେ ତାଙ୍କର ସ୍ତ୍ରୀ ଏବଂ ଦୁଇ ପୁତ୍ର ଅଛନ୍ତି। ତାଙ୍କ ପୁତ୍ର ମଣିକାନ୍ତ କାଦ୍ରୀ ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଥିବା ବେଳେ ଦ୍ୱିତୀୟ ପୁତ୍ର କୁଏତ୍‌ରେ ରହୁଥିବା ଜଣାପଡ଼ିଛି। ପୁଅ ବିଦେଶରୁ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଗୋପାଳନାଥ କର୍ନାଟକର ସଙ୍ଗୀତ ପ୍ରଣାଳୀରେ ଜଣେ ବିଶ୍ୱ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଥିଲେ। ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, କର୍ନାଟକ କଳାଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଗୋପାଳନାଥଙ୍କ ଜନ୍ମ ୧୯୫୦ରେ ଦକ୍ଷିଣ କନ୍ନଡର ବଣ୍ଟବାଲାର ସଜିପାମୁଦା ଗାଁର ମିତ୍ତକେରେରେ ହୋଇଥିଲା। ତାଙ୍କର ସଙ୍ଗୀତରେ ପ୍ରତିଭା ରହିଥିବା ବେଳେ ମାତ୍ର ୮ବର୍ଷ ବୟସରେ ସେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଅନ୍ୟପଟେ ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ସେହି ବର୍ଷ ତାଙ୍କୁ ବେଙ୍ଗାଲୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍‌ ଉପାଧି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାରିୟର ଆରମ୍ଭରୁ ଫ୍ଲପ ହୋଇଥିଲେ ନୁସରତ

ମୁମ୍ବାଇ: ବଲିଉଡ୍‌ରେ କ୍ୟାରିୟର କରିବାରେ ଅନେକଙ୍କର ଥାଏ ଏକ ଭିନ୍ନ ଇଚ୍ଛା। ନୁସରତ ଭରୁଚା ଦିନେ ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ଖୁବ୍‌...

ହସ୍ପିଟାଲରେ ଲଖିମପୁର ଘଟଣାର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୪।୧୦: ଲଖିମପୁର ଖେରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଆଶିଷଙ୍କୁ ଜେଲରୁ ଜିଲା...

ଭିଡିଓ ଶେୟାର କରି ଧନ୍ୟବାଦ ଦେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ଦରିୟା ଦିଲ୍‌ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏଥର ସେ ସୋସିଆଲ ମିଡିଆରେ ଏକ...

ଭାରତରେ ଉପଲବ୍ଧ ହେବ କରୋନା ଟିକା, ଦାମ୍‌ ରହିଛି…

ନୂଆଦିଲ୍ଲୀ,୮ା୮ : ଭାରତରେ କରୋନା ମହାମାରୀ ବର୍ତ୍ତମାନ ଦ୍ରୁତ ଗତିରେ ମାଡ଼ିଚାଲିଛି। ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଲୋକେ...

ଶୋଇଲେ ବି କମେ ମୋଟାପଣ

ନୂଆଦିଲ୍ଲୀ: ଶରୀରରୁ ମୋଟାପଣ କମାଇବ ପାଇଁ କିଏ କେତେ ପ୍ରକାର ଉପାୟ ଆପଣେଇଥାନ୍ତି। ବିଶେଷକରି ଓ୍ବାକ୍‌ଆଉଟ୍‌, ଦୌଡ଼ିବା ବା ପହଁରିବା ଆଦି କଲେ ଓଜନ ହ୍ରାସ...

କର୍ନାଟକର ଚିକ୍କାବାଲାପୁରାରେ ଭୂକମ୍ପ

ବେଙ୍ଗାଲୁରୁ,୨୩।୧୨: ଗୁରୁବାର କର୍ନାଟକର ଚିକ୍କାବାଲାପୁରାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ରେ ମାପ କରାଯାଇଛି। ଭୂକମ୍ପ ଅନୁଭବ କରିବା...

ମୁହଁ ଖୋଲିଲେ ମୌନି

ମୁମ୍ବାଇ: ଟେଲିଭିଜନ ନାୟିକା ମୌନି ରାୟ ଦୁବଇର ଜଣେ ବ୍ୟାଙ୍କର ସୁରଜ ନାମ୍ବିୟାରଙ୍କୁ ଡେଟ୍‌ କରୁଛନ୍ତି ବୋଲି କିଛିଦିନ ହେବ ଆଲୋଚନା ହେଉଥିଲା। ଏମିତିକି ମୌନି...

ଜ୍ଞାନବାପି ମାମଲାରେ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୧ : ଜ୍ଞାନବାପି ସହ ଜଡିତ ପୂଜାପାଠ ସ୍ଥଳ ଆଇନ ମାମଲାର ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ଏହି ମାମଲାରେ ସୁପ୍ରିମ୍‌କୋର୍ଟ କେନ୍ଦ୍ରର ଜବାବ ଲୋଡିଛନ୍ତି।...

Advertisement
Archives

Model This Week