ପରଦାକୁ ଆସୁଛି ‘ସାହୋ’:୮ ମିନିଟ୍‌ର ଆକ୍ସନ୍‌ ଦୃଶ୍ୟ ଶୁଟିଂ ପାଇଁ ଖର୍ଚ୍ଚ ହୋଇଛି ୭୦ କୋଟି ଟଙ୍କା

‘ବାହୁବଳୀ-୨’ ସୁପରହିଟ ହେବାପରେ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମ ’ସାହୋ’ରେ ନଜର ଆସିବେ ପ୍ରଭାସ। ଫିଲ୍ମଟି ଚଳିତବର୍ଷର ସବୁଠାରୁ ବଡ ଫିଲ୍ମ ତାଲିକାରେ ସାମିଲ ହୋଇଛି। ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ୮ ମିନିଟ୍‌ର ଆକ୍ସନ୍‌ ଦୃଶ୍ୟ ଶୁଟିଂ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ନିକଟରେ ଫିଲ୍ମର ଟିଜର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରାଯାଇଛି। ପାଓ୍ବାର ପ୍ୟାକ୍‌ଡ ଆକ୍ସନ ଫିଲ୍ମ ‘ସାହୋ’ରେ ପ୍ରଭାସଙ୍କ ସହ ଶ୍ରଦ୍ଧା କପୁର ନଜର ଆସିଛନ୍ତି। ୧ ମିନିଟ ୩୯ ସେକେଣ୍ଡର ଟିଜରରେ ଫୁଲ ଅନ ଆକ୍ସନ ଭରି ରହିଛି। ମେକର୍ସ ସମସ୍ତ ଚରିତ୍ରଙ୍କ ଲୁକରୁ ପର୍ଦ୍ଦା ଉଠାଇଛନ୍ତି। ‘ବାହୁବଳୀ-୨’ ପରେ ପ୍ରଭାସଙ୍କ ରିଲିଜ ହେଉଥିବା ଏହା ପ୍ରଥମ ଫିଲ୍ମ। ଏହାର ନିର୍ଦ୍ଦେଶନା ସୁଜିତ କରିଛନ୍ତି। ‘ସାହୋ’ରେ କେବଳ ପ୍ରଭାସ ନୁହେଁ ବରଂ ଶ୍ରଦ୍ଧା ମଧ୍ୟ ଆକ୍ସନ କରୁଥିବା ଦେଖାଯାଇଛି। ଫିଲ୍ମରେ ଶ୍ରଦ୍ଧାଙ୍କ ଭୂମିକା ପାଓ୍ବାରଫୁଲ ରହିଛି। ‘ସାହୋ’ର ଟିଜରକୁ ସୋସିିଆଲ ମିଡିଆରେ ଜବରଦସ୍ତ ରେସପନ୍ସ ମିଳିଥିଲା। ଫିଲ୍ମଟି ଚଳିତବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ। ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ବ୍ୟତୀତ ଏହି ଫିଲ୍ମରେ ଜାକୀ ଶ୍ରଫ, ମନ୍ଦିରା ବେଦୀ ଆଦି ପମୁଖ କଳାକାର ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri