Posted inଜାତୀୟ

ପଦ ହରାଇଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮।୧୧: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ‘ଦେଶଭକ୍ତ’ କହି ବିବାଦ ଘେରକୁ ଚାଲି ଯାଇଥିଲେ। ଏବେ ଏହା ତାଙ୍କୁ ମହଙ୍ଗା ପଡିଛି। ଏନେଇ ଗୁରୁବାର ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିରୁ ବାହାର କରି ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ଗୁରୁବାର ଏହି ପଦରୁ ବାହାର କରିଦେଇଛନ୍ତି। ଏହାସହ ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକରେ ମଧ୍ୟ ତାଙ୍କୁ ଯୋଗ ନ ଦେବାକୁ କୁହାଯାଇଛି। ତେବେ ଦଳ ପକ୍ଷରୁ ତାଙ୍କ ଉପରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି। ଏମିତିକି ତାଙ୍କୁ ଦଳରୁ ବାହାର ମଧ୍ୟ କରି ଦିଆଯାଇପାରେ ବୋଲି ଆଲୋଚନା ହେଉଛି। ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କହିଛନ୍ତି ପ୍ରଜ୍ଞାଙ୍କର ଏମିତି ମନ୍ତବ୍ୟ ବାସ୍ତବରେ ନିନ୍ଦନୀୟ। ଭାଜପା କେବେ ବି ଏହାକୁ ବରଦାସ୍ତ କରିବ ନାହିଁ। ସୂଚନାଯୋଗ୍ୟ, ପ୍ରଜ୍ଞା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ‘ଦେଶଭକ୍ତ’ କହିବା ପରେ ଲୋକ ସଭାରେ ତାଙ୍କର ଏଭଳି ମନ୍ତବ୍ୟକୁ ବିରୋଧୀ ସଦସ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏହି ଘଟଣାକୁ ନେଇ ଏବେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଟୁଇଟ୍‌ କରି ପ୍ରଜ୍ଞାଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ସେ ଲେଖିଛନ୍ତି ‘ଆତଙ୍କବାଦୀ ପ୍ରଜ୍ଞା ଆତଙ୍କବାଦୀ ଗଡ୍‌ସେଙ୍କୁ ଦେଶଭକ୍ତ’ ବୋଲି କହିଛନ୍ତି। ଭାରତୀୟ ସଂସଦୀୟ ଇତିହାସରେ ଏହା ଏକ ଦୁଃଖଦ ଦିନ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଗୁରୁବାର ଆରମ୍ଭ ହୋଇଥିବା ସଂସଦୀୟ ଅଧିବେଶନରେ ପ୍ରଥମେ ଏହି ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଖୁସି ଖବର, ୨ ସପ୍ତାହ ମଧ୍ୟରେ ପିଲାଙ୍କ ପାଇଁ ଭାକ୍ସିନ୍‌…

ନୂଆଦିଲ୍ଲୀ,୪।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମରରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାରଣ ଅଭିଯାନ ଜାରି ରହିଛି।...

ମମତା ଗଡକୁ ଡେଇଁଲେ ଉଦ୍ଧବ

ମୁମ୍ବାଇ,୧୭।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶିବସେନା ଘୋଷଣା କରିଛନ୍ତି। ଶିବସେନା ଏମ୍‌ପି ସଞ୍ଜୟ ରାଉତ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ...

ପଦ୍ମ ଧରିଲେ ଅଭିନେତା ସନ୍ନି

ନୂଆଦିଲ୍ଲୀ,୨୩।୪: ଚଳିତ ଲୋକ ସଭା ନିର୍ବାଚନ ଅବସରରେ କେତେଜଣ ବଲିଉଡ୍‌ ତାରକା ରାଜନୀତିରେ ପାଦ ରଖିଛନ୍ତି। ଏହି କ୍ରମରେ ମଙ୍ଗଳବାର ପଦ୍ମ ଧରିଛନ୍ତି ବଲିଉଡ୍‌ ଅଭିନେତା...

ଗୁରୁବାର ମୋଦି ସମସ୍ତ ଏମ୍‌ପିଙ୍କୁ ଦେବେ ରାତ୍ର ଭୋଜନ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଲୋକ ସଭାର ସମସ୍ତ ଏମ୍‌ପିଙ୍କୁ ଗୁରୁବାର ରାତ୍ର ଭୋଜନ ଦେବେ। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ...

ଓମାର, ମେହବୁବାଙ୍କ ବିରୋଧରେ ପିଏସ୍‌ଏ

ଶ୍ରୀନଗର,୭-୨:ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ବିରୋଧରେ ପ୍ରଶାସନ...

ମତଦାନ ସାବ୍ୟସ୍ତ କଲେ ଦିଲ୍ଲୀର ୧୧୦ ବର୍ଷୀୟା ଭୋଟର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥିରେ ନୂଆ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଗ୍ରେଟର କୈଳାଶର...

୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଲେ ଭାଗୀରଥି ଆମ୍ମା

ଥିରୁଭାନନ୍ତପୁରମ୍‌,୨୦।୧୧: ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ଭାଗୀରଥି ଆମ୍ମା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେରଳରେ ଘଟିଛି ଏଭଳି ନିଆରା ଘଟଣା। କେରଳ...

ହିଜାବ ବିବାଦ: ଚାକିରି ଛାଡ଼ିଲେ ଅଧ୍ୟାପିକା

ବେଙ୍ଗାଲୁରୁ,୧୯।୨: କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବକୁ ନେଇ କିଛିଦିନ ହେଲା ବିବାଦ ଲାଗି ରହିଥିବାବେଳେ ଏହାର ପ୍ରତିବାଦରେ ତୁମ୍‌କୁରୁସ୍ଥିତ ଜୈନ୍‌ ପିୟୁ କଲେଜର ଜଣେ ଅଧ୍ୟାପିକା ଚାକିରିରୁ...

Advertisement
Archives

Model This Week