Posted inଖେଳ

ପଦକ ଧରି ଫେରିଲେ ଡିସ୍‌କସ୍‌ କୁଇନ୍‌ ପାର୍ବତୀ

କଟକ ଅଫିସ,୮ା୮- ଇଟାଲୀର ଟୋରିନୋ ସହରରେ ଶେଷ ହୋଇଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଭାରତ ପାଇଁ ଡବଲ ପଦକ ବିଜୟୀ ହୋଇ ଫେରିଛନ୍ତି ଅନ୍ତର୍ଜାତୀୟ ଆଥଲେଟ ପାର୍ବତୀ ସେଠୀ। ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପାର୍ବତୀଙ୍କୁ ଭବ୍ୟ ସ୍ବାଗତ ଜଣାଯାଇଥିଲା । ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ, ପାର୍ବତୀଙ୍କ କୋଚ ଅରୁଣ ଦାସ, ମାଷ୍ଟର ଗେମ୍ସ ଆସୋସିଏଶନର ସମ୍ପାଦକ ଶିବପ୍ରସାଦ ମିଶ୍ର, ପୂର୍ବତଟ ରେଲୱେର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପାର୍ବତୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ, ଭାଜପା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଟୁଇଟର ମାଧ୍ୟମରେ ପାର୍ବତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତାର ଶ୍ରେୟ ପାର୍ବତୀ ନିଜ କୋଚ୍‌ ଓ ପରିବାର ଲୋକଙ୍କୁ ଦେଇଥିବା ବେଳେ ଆଗାମୀ ଦିନରେ ସ୍ବର୍ଣ୍ଣ ବିଜୟୀ ହେବାର ଲକ୍ଷ୍ୟ ରଖିଥିବା କହିଥିଲେ । ଚାଇନାରେ ହେବାକୁ ଥିବା ବିଶ୍ୱ ମାଷ୍ଟର୍ସ ଚାମ୍ପିୟନଶିପ-୨୦୨୦ ନିମନ୍ତେ ଏବେଠାରୁ ନିଜକୁ ପ୍ରସ୍ତୁତ କରିବେ । ଇଟାଲୀରେ ଶେଷ ହୋଇଥିବା ଟୁର୍ନାମେଣ୍ଟରେ ଯେଉଁ କେତୋଟି ଛୋଟ ତ୍ରୁଟି ରହିଥିଲା ସେ ଦିଗରେ ଧ୍ୟାନ ଦେବେ ବୋଲି ପାର୍ବତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ପୁଅ ଆଦିତ୍ୟ ବେହେରାଙ୍କର ବୁଧବାର ଜନ୍ମଦିନ ଥିବାବେଳେ ଏହି ଦିନ ପ୍ରତ୍ୟାବର୍ତ୍ତନ କରିଥିବାରୁ ପାର୍ବତୀଙ୍କ ଖୁସି ଦ୍ୱିଗୁଣିତ ହୋଇଥିଲା। ସୂଚନା ଥାଉକି ୟୁରୋପିଆନ ମାଷ୍ଟର୍ସ ଗେମ୍ସ ଶଟପୁଟ ବିଭାଗର ଫାଇନାଲରେ ୧୦.୧୬ ମିଟର ଫିଙ୍ଗି ପାର୍ବତୀ ବ୍ରୋଞ୍ଜ ପଦକ ଜିତିଥିଲେ । ଅଳ୍ପ ବ୍ୟବଧାନରେ ପାର୍ବତୀ ରୌପ୍ୟ ପଦକରୁ ବଞ୍ଚିତ ହୋଇଥିଲେ। ନିଜ ମୁଖ୍ୟ ଇଭେଣ୍ଟ ଡିସକସରେ ପାର୍ବତୀ ରୌପ୍ୟ ପଦକ ବିଜୟୀ ହୋଇଥିଲେ । ୪୫.୫୫ ମିଟର ଫିଙ୍ଗି ପାର୍ବତୀ ଡିସକସରେ ଏହି ସଫଳତା ପାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri