ପଥର ଚୋରା ଚାଲାଣ ର଼୍ୟାକେଟରେ ପୋଲିସ ଲିଙ୍କ୍‌ ମାମଲା: ବଦଳିଲେ ଥାନା ଅଧିକାରୀ ରଞ୍ଜିତ ସାହୁ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ଖୋର୍ଦ୍ଧା ଚୋରା ପଥର ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଇନ୍ସପେକ୍ଟର ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ଟାଉନ ଥାନାରୁ ବାଲେଶ୍ୱର ବାଲିଆପାଳ ଥାନାକୁ ବଦଳି ପରେ ଛୁଟିରେ ଯାଇ ଆଉ ଫେରି ନ ଥିବାରୁ ଏସ୍‌ପି ବି. ଯୁଗଳ କିଶୋର କୁମାର ତାଙ୍କୁ ବଦଳି କରିଛନ୍ତି। ବାଲିଆପାଳ ଥାନାଧିକାରୀ ପଦରୁ ତାଙ୍କୁ ହଟାଯାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବାବେଳେ ତାଙ୍କ ସ୍ଥାନରେ ଇନ୍ସପେକ୍ଟର ବିମଳ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ଯଦି ରଞ୍ଜିତ ଏକ ସପ୍ତାହ ମଧ୍ୟରେ ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗ ନ ଦିଅନ୍ତି, ତାଙ୍କୁ ପୁଣିଥରେ ଏସ୍‌ପିଙ୍କ ପକ୍ଷରୁ ନୋଟିସ କରାଯିବ। ଜବାବ ନ ମିଳିଲେ ତାଙ୍କ ବିରୋଧରେ ପୋଲିସ ଡିଜି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଚୋରାପଥର ଚାଲାଣ ଓ ନିଶା ମାଫିଆଙ୍କ ସହ ଇନ୍ସପେକ୍ଟର ରଞ୍ଜିତଙ୍କର ଲିଙ୍କ୍‌ଥିବା ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପ୍ରମାଣ ପାଇଛି। ପୋଲିସ ଡିଜି ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା ମଧ୍ୟ ସମ୍ପୃକ୍ତ ଥିବାରୁ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତେବେ ଏହି ଦୁଇ ଇନ୍ସପେକ୍ଟର ଫେରାର ଥିବାରୁ ଗିରଫ ପାଇଁ ଏସ୍‌ଟିଏଫ୍‌ ଚଢ଼ାଉ ଜାରି ରଖିଛି। ଗିରଫଦାରୀକୁ ଏହାଇବା ପାଇଁ ଉଭୟ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। କୁହାଯାଉଛି, ଉଭୟଙ୍କୁ ଗିରଫ ନ କରିବା ପାଇଁ ଯୋଜନା କରାଯାଉଛି। ଜାମିନ ନ ମିଳିବା ପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ଉଭୟଙ୍କୁ ଯେପରି ଗିରଫ ନ କରିବ ସେଥିପାଇଁ ଷଡ଼ଯନ୍ତ୍ର ଚାଲିଛି। ଏହି ଷଡ଼ଯନ୍ତ୍ରରେ କେତେଜଣ ପୋଲିସ ଅଧିକାରୀ ମଧ୍ୟ ସାମିଲ୍‌ ଥିବା ଶୁଣିବାକୁ ମିଳୁଛି। ଗତ ଅଗଷ୍ଟ ମାସରେ ଏସ୍‌ଟିଏଫ୍‌ ଉଭୟଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏବେ ଫେରାର ଥିବା ଦର୍ଶାଇ ସେମାନଙ୍କୁ ଗିରଫ କରାଯାଉ ନ ଥିବାରୁ ଏସ୍‌ଟିଏଫ୍‌ର କାର୍ଯ୍ୟଧାରାକୁ ନେଇ ନାନା ପ୍ରଶ୍ନ ଉଠୁଛି।
ଏ ସମ୍ପର୍କରେ ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି, ଦୁର୍ନୀତିଖୋର ପୋଲିସ ଅଫିସରଙ୍କୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନଙ୍କ ନାମରେ ଦୁର୍ନୀତି କିମ୍ବା ଆପରାଧିକ ମାମଲା ରହିବ, ସେମାନଙ୍କ ଉପରେ ‘ମୋ ସରକାର’ କାର୍ଯ୍ୟକ୍ରମ ଓ ୫-ଟି ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

ଭାରତ-ପାକିସ୍ତାନ ପରସ୍ପରକୁ ଦେଲେ ପରମାଣୁ ଘାଟିର ଠିକଣା, କାହିଁକି ନୂଆବର୍ଷରେ ଏମିତି କଲେ ଦୁଇ ଦେଶ? ଜାଣନ୍ତୁ…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ଭାରତ ଏବଂ ପାକିସ୍ତାନ ଗୁରୁବାର (ଡିସେମ୍ବର ୧, ୨୦୨୫) କୂଟନୈତିକ ଚ୍ୟାନେଲ ମାଧ୍ୟମରେ ପରମାଣୁ ପ୍ରତିଷ୍ଠାନ ଏବଂ ସୁବିଧାଗୁଡ଼ିକର ତାଲିକା ଆଦାନପ୍ରଦାନ କରିଥିଲେ। ଭାରତୀୟ...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ

ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣା, ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଢାକା,୧।୧: ବାଂଲାଦେଶରେ ଅଶାନ୍ତି ଜାରି ରହିଛି। ବୁଧବାର, ଏକ ଜନଗହଳି ଆଉ ଜଣେ ହିନ୍ଦୁ ବ୍ୟକ୍ତି ଖୋକନ ଦାସଙ୍କୁ ଆକ୍ରମଣ କରି ଆହତ କରିଥିଲା ଏବଂ...

ଜିରୋ ନାଇଟ୍ ପାର୍ଟିରେ ବିରିୟାନି ଖାଇବା ହେଲା କାଳ, ଜଣେ ମୃତ ୧୫ ଅସୁସ୍ଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ମଉଜ କରୁକରୁ ଚାଲିଗଲା ଜୀବନ । ଜାନୁଆରୀ ୧ ତାରିଖରେ ହାଇଦ୍ରାବାଦରେ ନୂତନ ବର୍ଷର ଉତ୍ସବ ଦୁଃଖଦ ହୋଇଗଲା । ବିରିୟାନି ପାର୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri