ପଥରରେ ଜୀବନ୍ତ ରୂପ ନେଲେ ଦଶଭୁଜା

କଟକ ଅଫିସ,୨୫ା୫: ନିହାଣ ମୁନରେ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି ଯୁବଶିଳ୍ପୀ ହିମାଂଶୁ ଶେଖର ପରିଡ଼ା (୩୩)। ଲକ୍‌ଡାଉନ୍‌ ସମୟର ସଦୁପଯୋଗ କରି ସେ ଏକ ଚମତ୍କାର ମୂର୍ତ୍ତି ନିର୍ମାଣ କରିଛନ୍ତି। ପଥରରେ ଦୁର୍ଗାଙ୍କ ଦଶଭୁଜା ମୂର୍ତ୍ତି ପ୍ରତିଫଳିତ ହୋଇଛି। ମହାନଦୀ ବିହାର ଅଞ୍ଚଳର ହିମାଂଶୁ ଜଣେ ଅନ୍ତର୍ଜାତୀୟ ଶିଳ୍ପୀ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ନିଜ କଳାକୃତିକୁ ନେଇ ସେ ଇଟାଲୀ, ସ୍ଲୋଭାନିଆ, ଫ୍ରାନ୍ସ, ଅଷ୍ଟ୍ରିଆ ଭଳି ଦେଶ ବୁଲିଛନ୍ତି। ଏବେ ନିର୍ମାଣ କରିଥିବା ମୂର୍ତ୍ତି ସବୁ କଳାକୃତିଠାରୁ ଭିନ୍ନ ବୋଲି ସେ କହିଛନ୍ତି। ମୂର୍ତ୍ତିରେ ଦେବୀ ଦୁର୍ଗାଙ୍କ ଦଶଭୁଜା ବେଶ ପାଇଁ ପ୍ରତିଟି ଚରିତ୍ରକୁ ଜୀବନ୍ତ ରୂପ ଦିଆଯାଇଛି। ୩ ମାସର ସମୟ ନେଇ ମୂର୍ତ୍ତି କାର୍ଯ୍ୟ ଶେଷ କରିଥିବା ହିମାଂଶୁ କହିଛନ୍ତି। ପଥର ଓ କାଠର ମିଶ୍ରଣକୁ ନେଇ ହିମାଂଶୁ ପୂର୍ବରୁ ଅନେକ କଳାକୃତି କରିଛନ୍ତି। ତାଙ୍କ ଦ୍ୱାରା ତିଆରି ପଥର ପନିପରିବା ମଧ୍ୟ ସହରରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଉଲ୍ଲେଖଯୋଗ୍ୟ, ହିମାଂଶୁଙ୍କ ବାପା ଗଗନ ବିହାରୀ ପରିଡ଼ା ମଧ୍ୟ ଜଣେ ନାମୀ ଭାସ୍କର୍ଯ୍ୟଶିଳ୍ପୀ। ହିମାଂଶୁ ଭାସ୍କର୍ଯ୍ୟ କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ପୁରୁଷୋତ୍ତମପୁର,୧୮ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ବାଡ଼ିପଟେ ଶବ୍ଦ...

୫ କୋଟି କୋଭାକ୍ସିନ୍‌ ଡୋଜ ନଷ୍ଟ ହେବାକୁ ଯାଉଛି, କାରଣ ସମ୍ପର୍କରେ ସୂଚନା ଦେଲା ଭାରତ ବାୟୋଟେକ…

ନୂଆଦିଲ୍ଲୀ,୬।୧୧ : ଭାରତ ବାୟୋଟେକ କରୋନା ଟିକା କୋଭାକ୍ସିନ୍‌ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। କମ୍ପାନୀ କହିଛି ଯେ ଏହା ନିକଟରେ ପଡ଼ିଥିବା କରୋନା...

ଲାଞ୍ଚ ନେଇ ଜିଲା ଶ୍ରମ ଅଧିକାରୀ ଗିରଫ: ଟଙ୍କା ନଷ୍ଟ କରି ନ ପାରି ଭିଜିଲାନ୍ସ ଅଧିକାରୀଙ୍କୁ କାମୁଡ଼ିଲେ

ଫୁଲବାଣୀ ଅଫିସ, ୮ା୧୧-କନ୍ଧମାଳ ଜିଲା ଶ୍ରମ ଅଧିକାରୀ ଗୁରୁବାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ...

କାଏମା ପଞ୍ଚାୟତର ବମ୍ଫୁ ଗ୍ରାମ ରାସ୍ତା: ଅସରାଏ ବର୍ଷାରେ ଜମୁଛି ପାଣି

ଧର୍ମଶାଳା,୨୭।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ପଞ୍ଚାୟତର ବମ୍ଫୁ ଗ୍ରାମର ମୁଖ୍ୟ ରାସ୍ତାରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଦୀର୍ଘଦିନ ଧରି ବର୍ଷା ପାଣି...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାବତ୍‌ ରାଜ୍ୟରୁ ୧୩,୨୨,୮୩୧ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର...

କରୋନା କଟକଣା ମଧ୍ୟରେ ଶିବ-ପାର୍ବତୀଙ୍କ ବିବାହ ସମ୍ପନ୍ନ

କେନ୍ଦୁଝର,୧୬ା୬(ସ୍ବ.ପ୍ର.): କରୋନା କଟକଣା ଭିତରେ ନିରାଡ଼ମ୍ବର ଭାବରେ ଶିବ ପାର୍ବତୀଙ୍କ ବିବାହ ବିଭିନ୍ନ ଶୈବପୀଠରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ସହର ବଡ଼ଶାସନରେ ଥିବା ସର୍ବ ପୁରାତନ...

ବଢ଼ିଲା ବୈତରଣୀ

ଭଣ୍ଡାରିପୋଖରୀ,୬ା୮(ଡି.ଏନ୍‌.ଏ.): ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀର ଆଖୁଆପଦା ଆନିକଟଠାରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଆନିକଟଠାରେ ବନ୍ୟାଜଳ ଗୁରୁବାର ସକାଳ ୭ଟାରୁ...

ଭାକ୍ସିନ୍‌ ନ ନେଲେ ସିମ୍‌ କାର୍ଡ ହେବ ବନ୍ଦ, ସରକାରୀ କର୍ମଚାରୀଙ୍କୁ ମିଳିବନି ଦରମା…

ଇସଲାମାବାଦ୍‌,୨୪।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପୃଥିବୀର ବିଭିନ୍ନ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କେତେକ ଲୋକ ଭାକ୍ସିନ୍‌...

Advertisement
Archives

Model This Week