ପଞ୍ଚାୟତ ସ୍ତରରେ ଖୋଲିଲା ସଙ୍ଗରୋଧ କେନ୍ଦ୍ର

କେନ୍ଦୁଝର, ୨୯ା୩(ସ୍ବ.ପ୍ର.)- ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କେନ୍ଦୁଝର ଜିଲା ସଦର ବ୍ଲକର ୨୫ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ଏନେଇ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶିବଚରଣ ବାଗ ସୂଚନା ଦେଇଛନ୍ତି। ଏଠାରେ ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ରଖାଯାଇ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯିବ ଓ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ। ସ୍ଥାନୀୟ ସରପଞ୍ଚ ଏହାକୁ ବୁଝାଶୁଝା କରିବେ। ସେମାନଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଦଳ ଓ ବ୍ଲକର ଏକ ଦଳ ଦାୟିତ୍ୱରେ ରହି ଯାଞ୍ଚ କରିବେ। ସ୍ଥାନୀୟ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ ଚିହ୍ନଟ କାର୍ଯ୍ୟ କରିବେ। ଏସବୁ ପଞ୍ଚାୟତରେ ୧୦୦ ଶଯ୍ୟା ବିଶିଷ୍ଟ କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରରେ ଥିବା କୌଣସି ଲୋକଙ୍କର କରୋନା ସଂକ୍ରମଣ ଲକ୍ଷଣ ଜଣାପଡିଲେ ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବାକୁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି ା ସେହିପରି ଜିଲାର ଅନ୍ୟାନ୍ୟ ପଞ୍ଚାୟତରେ ମଧ୍ୟ ସତର୍କତାମୂଳକ ଭାବେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରୁ ଔଷଧ ଲେଖି ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ)/ ବଲାଙ୍ଗୀର ଅଫିସ/ପାଟଣାଗଡ, (ଡି.ଏନ୍‌.ଏ.): ଶିଶୁରୋଗୀଙ୍କ ପାଇଁ ବାହାରୁ ଔଷଧ ଲେଖିବା ଶିଶୁରୋଗ ବିଶେଷଜ୍ଞଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର...

ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଗୁରୁତର

ରାୟଗଡ଼ା ଅଫିସ,୧୭ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ଜଣ ପୋଡ଼ି ଗୁରୁତର...

ବେଧଡ଼କ ଚାଲିଛେ ବାଲି ଚୁରାଚାଲାନ

ଦେଓଗାଁ, ୪।୧(ଡି.ଏନ୍‌.ଏ.)- ଦେଓଗଁ। ତହସିଲ ଜରାସିଂହା ଆର୍‌ଆଇ ଅଧୀନ ଚନ୍ଦ୍ରପୁର ପାସର ସୋନଗଡ଼ ନଦୀରୁ ବେଆଇନ ଭାବେ ଫିଦିନ ଶହ ଶହ ଟ୍ରାକ୍ଟର ବାଲି ଚୁରାଚାଲାନ...

୧୫ରୁ ଜାତୀୟ ଫୁଟବଲ ଟୁର୍ନାମେଣ୍ଟ

ଢେଙ୍କାନାଳ ଅଫିସ,୨୬ା୮- ଆସନ୍ତା ସେପ୍ଟେମ୍ବର ୧୫ ତାରିଖଠାରୁ ଢେଙ୍କାନାଳ ଷ୍ଟାଡିୟମଠାରେ ଜାତୀୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରାଯିବ। ଏ ସଂକ୍ରାନ୍ତରେ ସୋମବାର ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ...

କର୍ମଚାରୀ ଅଭାବ ଯୋଗୁ ଉପୁଜୁଛି ସମସ୍ୟା

ରାଉରକେଲା,୨୫।୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହକାରୀ ଉଦ୍ୟାନ ବିଭାଗରେ ବହୁ ପଦବୀ ଖାଲି ପଡିଛି। ଫଳରେ ସୀମିତ କର୍ମଚାରୀଙ୍କୁ ନେଇ ବିଭାଗୀୟ କାର୍ଯ୍ୟ କରିବାରେ ନାନା ସମସ୍ୟା...

ସାନରକ୍ସିଠାରେ ସୁନ୍ଦରଗଡ ଖାଦାନ ମଜଦୁର ୟୁନିୟନର ଶ୍ରମିକ ସମାବେଶ: ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରା ନ ଯାଉ

  ଲହୁଣୀପଡା,୧୫।୧୨(ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ଅନ୍ତର୍ଗତ ସାନରକ୍ସିସ୍ଥିତ କୁଶଳ ତିର୍କୀ ମିନିଷ୍ଟାଡିୟମରେ ସିଆଇଟିୟୁ ଅନୁବନ୍ଧିତ ଶ୍ରମିକ ସଙ୍ଗଠନ ସୁନ୍ଦରଗଡ଼ ଖାଦାନ ମଜଦୁର ୟୁନିୟନର...

ଦୁଇ ଫେରାର ଅପରାଧୀଙ୍କୁ ପଳାତକ ଘୋଷଣା

ପୁରୁଷୋତ୍ତମପୁର,୫।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନକୁ ଗୁରୁତ୍ୱ ଦେଇ ବିଭିନ୍ନ ଗ୍ରାମରେ ଥିବା ଅପରାଧୀଙ୍କୁ ଦମନ ଲାଗି ଚଢ଼ାଉ ଜାରି ରହଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ...

ଟିକ୍‌ଟକ୍‌ ଶୁଟିଂ ବେଳେ ଦୁର୍ଘଟଣା : ଭିଣୋଇ ମୃତ, ଶାଳକ ଗୁରୁତର

ବ୍ରହ୍ମପୁର ଅଫିସ,୧୬ା୧-୧୬ନଂ. ଜାତୀୟ ରାଜପଥ ଖଜୁରିଆ ବାଇପାସ ନିକଟରେ ବୁଧବାର ସନ୍ଧ୍ୟାରେ ଟିକ୍‌ଟକ୍‌ ଶୁଟିଂ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ବାଇକ୍‌ରେ ବସି ୨ ଜଣ...

Advertisement
Archives

Model This Week