ପଜିଟିଭ୍‌ ବାହାରିଲେ ସଙ୍ଗରୋଧ ଫେରନ୍ତା: ସ୍ବାବ୍‌ ରିପୋର୍ଟ ନ ଆସୁଣୁ ଘରକୁ ପଳାଇଥିଲେ

ଢେଙ୍କାନାଳ ଅଫିସ, ୨।୬-ସ୍ବାବ୍‌ ରିପୋର୍ଟ ଆସିବା ପୂର୍ବରୁ ସଙ୍ଗରୋଧରେ ଥିବା ଜଣେ ପ୍ରବାସୀ ଘରକୁ ପଳାଇଯିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାକୁ ନେଇ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରାନ୍ତ ଯୁବକ ଜଣକ ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହା ଜଣାପଡ଼ିବା ପରେ ଗଁଦିଆ ଏବଂ ପୋରୁହଖୋଜ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି।
ସମ୍ପୃକ୍ତ ପ୍ରବାସୀ ମେ ୨୦ରେ ବସ୍‌ ଯୋଗେ ହାଇଦ୍ରାବାଦରୁ ଆସିଥିଲେ। ୨୩ ତାରିଖରେ ସେ ଗଁଦିଆସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ଯାଇଥିଲେ। ୨୯ ତାରିଖରେ ତାଙ୍କର ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଥିଲା। ସୋମବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ରିପୋର୍ଟ ମିଳିବା ପୂର୍ବରୁ ସେ ନିଜ ସଙ୍ଗରୋଧ କେନ୍ଦ୍ର ବାହାରକୁ ଆସି ପରିବାର ଲୋକଙ୍କ ସହ ମିଳାମିଶା କରିବା ସହ ବୁଲାବୁଲି କରିଥିଲେ। ରିପୋର୍ଟ ଆସିବା ପରେ ତାଙ୍କୁ ତାଳଚେରସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଆକ୍ରାନ୍ତଙ୍କ ସ୍ତ୍ରୀ ଏବଂ ଅନ୍ୟ ସଦସ୍ୟଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ଉକ୍ତ କେନ୍ଦ୍ରକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଏବଂ ବଫର୍ସ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଘଟଣା ସମ୍ପର୍କରେ ସରପଞ୍ଚ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅନ୍ୟପଟେ ସଂକ୍ରମଣ ଏଡ଼ାଇବାକୁ ଗଁଦିଆ ସରପଞ୍ଚ ପ୍ରଭାକର ବେହେରା ଏବଂ ପୋରୁହଖୋଜ ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ୪୮ ଘଣ୍ଟା ପାଇଁ ପଞ୍ଚାୟତକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ଗଁଦିଆ ବ୍ଲକର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବା ସହ ଯାତାୟାତ ପ୍ରଭାବିତ ହୋଇଛି।
ସେହିପରି କାମାକ୍ଷାନଗର ବ୍ଲକ ବାରୁଅଁା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ସୁରଟ୍‌ ଫେରନ୍ତାଙ୍କ ନିକଟରୁ କରୋନା ଭୂତାଣୁ ଠାବ କରାଯାଇଛି। ସେ ୧୯ ତାରିଖରେ ବସ୍‌ରେ ଆସି ୨୨ ତାରିଖରୁ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ୩୦ ତାରିଖରେ ତାଙ୍କ ସ୍ବାବ୍‌ ପରୀକ୍ଷା ଲାଗି ପଠାଯାଇଥିଲା। ଏହି ଦୁଇଜଣଙ୍କ ପରେ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚତ୍ଛି। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଜିଲାରେ ରାତି ୭ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି କରିଛନ୍ତି। ଏହା ଜୁନ୍‌ ୩୦ ଯାଏ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ନେତାଙ୍କ ସହ ଘର ଘର ବୁଲୁଛନ୍ତି ପ୍ରାର୍ଥୀ

ଢେଙ୍କାନାଳ ଅଫିସ,୧୬।୩ – ଆସନ୍ତା ୨୪ ତାରିଖରେ ହେବ ଭୋଟଗ୍ରହଣ। ତେଣୁ ହାତରେ ଆଉ ଅଧିକ ଦିନ ନ ଥିବାରୁ ଢେଙ୍କାନାଳ ପୌରାଞ୍ଚଳରେ ନିର୍ବାଚନ ପ୍ରଚାର...

ଢେଙ୍କାନାଳରେ ବ୍ୟାପିଲା ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳରେ କରୋନା ସଂକ୍ରମଣ ଗତି ତୀବ୍ର ହୋଇଛି। ସପ୍ତାହେ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଅଙ୍କରେ ସୀମିତ ରହୁଥିବାବେଳେ ଗତ ୨୪...

ଟ୍ରାକ୍ଟର ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ, ୨୯।୩: ଢେଙ୍କାନାଳ ଜିଲା ଗଁଦିଆ ଥାନା କାଲୁରିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାଲିଘାଟରୁ ବାଲି ବୋଝେଇକରି ଫେରୁଥିବା...

ସାଢ଼େ ୨ଟାରୁ ରଥଟଣା

ଢେଙ୍କାନାଳ ଅଫିସ୍‌, ୩୦।୬: ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଅପରାହ୍ନରେ ରଥଗଡାଠାରେ ଜିଲାପାଳ ସରୋଜ କୁମାର ସେଠୀ ଚୂଡାନ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ...

‘ଓଡ଼ିଶା ଚାଷୀଙ୍କୁ ମିଳୁନି କେନ୍ଦ୍ରୀୟ ଅନୁଦାନ’

ଢେଙ୍କାନାଳ ଅଫିସ, ୨୭ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି କ୍ଷେତ୍ର ପାଇଁ ଓଡ଼ିଶାକୁ ବିପୁଳ ଆର୍ଥତ୍କ ଅନୁଦାନ ଦେଉଛନ୍ତି। ରାଜ୍ୟର ଚାଷୀଙ୍କ ପାଖରେ ଏହା ପହଞ୍ଚୁନାହିଁ।...

ଢେଙ୍କାନାଳରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ: ‘୫-ଟି’ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ/ଓଡ଼ାପଡ଼ା (ଡି.ଏନ.ଏ.), ୧।୧୧ – ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ବୁଧବାରଠାରୁ ୨ଦିନିଆ ଢେଙ୍କାନାଳ...

କଣ୍ଠଶିଳ୍ପୀ ଅସୀମା ବାଣ୍ଟିଲେ ମାସ୍କ

ଢେଙ୍କାନାଳ ଅଫିସ, ୬।୫ – ଢେଙ୍କାନାଳର ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ ପକ୍ଷରୁ ହିନ୍ଦୋଳ ବ୍ଲକର ଦୁର୍ଗମ ଦଣ୍ଡିରି ପଞ୍ଚାୟତରେ ସହାୟତା ପହଞ୍ଚତ୍ଛି। କ୍ଲବର ନୂତନ...

ଉପାନ୍ତ ଅଞ୍ଚଳ ବିକାଶକୁ ଗୁରୁତ୍ୱ

ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ‘ମୋ ବ୍ଲକ, ମୋ ଢେଙ୍କାନାଳ’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର...

Advertisement
Archives

Model This Week