Posted inଜାତୀୟ

ପଛଘୁଞ୍ଚା ଦେବନି ଭାରତ

ନୂଆଦିଲ୍ଲୀ,୨୮ା୫ : ଭାରତ ପଛଘୁଞ୍ଚା ଦେବନାହିଁ। ପୂର୍ବ ଲଦାଖର ବିବାଦ ହୋଇଥିବା ସ୍ଥାନରେ ରାସ୍ତା ନିର୍ମାଣ ଜାରି ରଖିବ। ଚାଇନା ସୀମା ଉଲ୍ଲଂଘନ କରି ଭାରତୀୟ ସେନାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ହେଲେ ଭାରତ ଶାନ୍ତିପୂର୍ଣ୍ଣ ଓ କୂଟନୈତିକ ଉପାୟରେ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ବୁଧବାର ନୂଆଦିଲ୍ଲୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତ ଦୃଢ଼ ଭାବେ ନିଜ ସ୍ବାର୍ଥର ସୁରକ୍ଷା ପାଇଁ ଉଦ୍ୟମ ଜାରି ରଖିବା ସହ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବ। ତେବେ ଚାଇନା ସେନାର ଅତିକ୍ରମଣକୁ ଭାରତୀୟ ସେନା ବିରୋଧ କରିବା ସହ ଖୁବ୍‌ଶୀଘ୍ର ସୀମା ଭିତ୍ତିଭୂମି ନିର୍ମାଣ କରିବ, ଯାହାକି ମହାମାରୀ କରୋନା ଯୋଗୁ ବନ୍ଦ ହୋଇଯାଇଛି।
ଭାରତ-ଚାଇନା ମଧ୍ୟରେ ୩,୫୦୦ କି.ମି. ବିସ୍ତୃତ ସୀମା ରହିଛି। ଏହାକୁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) କୁହାଯାଏ। ଉକ୍ତ ଏଲ୍‌ଏସିକୁ ଠିକ୍‌ ଭାବେ ମାପ କରାଯାଇ ନ ଥିବାରୁ ମଝିରେ ମଝିରେ ଏହାକୁ ନେଇ ବିବାଦ ଉଠିଥାଏ। ଲଦାଖ ଏବଂ ଉତ୍ତର ସିକିମରେ ଉଭୟ ଭାରତ ଓ ଚାଇନାର ସାମରିକ ଘାଟି ରହିଛି। ନିକଟରେ ପଙ୍ଗୋଙ୍ଗ୍‌ ସୋ ହ୍ରଦର ଫିଙ୍ଗର ଏରିଆରେ ଭାରତ ପକ୍ଷରୁ ରାସ୍ତା ନିର୍ମାଣ ବେଳେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ଏହାକୁ ବିରୋଧ କରିଥିଲେ। ମେ ୫ ସନ୍ଧ୍ୟାରେ ଇଷ୍ଟର୍ନ ଲଦାଖରେ ପ୍ରାୟ ୨୫୦ ଚାଇନା ସୈନ୍ୟ ଓ ଭାରତୀୟ ଯବାନ ହାତାହାତି ହୋଇଥିଲେ। ପରଦିନ ମଧ୍ୟ ଦୁଇଦେଶର ସୁରକ୍ଷା ବଳଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ହିଂସାରେ ଉଭୟ ପକ୍ଷର ଶତାଧିକ ସୈନ୍ୟ ଆହତ ହୋଇଥିଲେ। ସ୍ଥାନୀୟ କମାଣ୍ଡରଙ୍କୁ ନେଇ ଏକ ଦ୍ୱିପାକ୍ଷିକ ବୈଠକ ପରେ ବିବାଦରୁ ସେମାନେ ଓହରିଯାଇଥିଲେ। ହେଲେ ସ୍ଥିତି ଏବେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି। କାରଣ ଏହି ଘଟଣା ପରେ ପଙ୍ଗୋଙ୍ଗ୍‌ ସୋ ହ୍ରଦ, ଗଲଓ୍ବାନ ଉପତ୍ୟକା, ଡେମ୍‌ଚୋକ୍‌ ଓ ଦୌଲତ ବେଗ୍‌ ଓଲ୍ଡି ଅଞ୍ଚଳରେ ପିଏଲ୍‌ଏ ସୈନ୍ୟ ଠୁଳ କରି ପାଟ୍ରୋଲିଂ ବଢ଼ାଇଦେଇଛି।

ଭାରତୀୟ ସେନା ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଅନୁରୂପ ଅଭ୍ୟାସ ଚଳାଇଛି। ଉକ୍ତ ବିବାଦକୁ ନେଇ ଗତ ସପ୍ତାହରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ, ଭାରତୀୟ ଯବାନମାନେ ପୂରା ପ୍ରସ୍ତୁତ। ସୀମାର ଭାରତୀୟ ପଟେ ରାସ୍ତା ନିର୍ମାଣ ବେଳେ ଚାଇନା ବିବାଦ ସୃଷ୍ଟି କରିଥିଲା। ଆମେ ଆମ ଦେଶର ସାର୍ବଭୌମତ୍ୱ ଓ ନିରାପତ୍ତାକୁ ସୁରକ୍ଷା ଦେବା ପାଇଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ଇତିମଧ୍ୟରେ ଲଦାଖ ସୀମାରେ ଚାଇନା ସୈନ୍ୟ ବଳ ବଢ଼ାଇବା ସହ ତା’ର ଏୟାରବେସ୍‌କୁ ବିସ୍ତାର କରୁଥିବା ଉପଗ୍ରହ ଜରିଆରେ ସଂଗୃହୀତ ଚିତ୍ରରୁ ଜଣାପଡ଼ିଛି। ସୀମାରୁ ୨୦୦ କି.ମି ଦୂର ସ୍ଥିତ ଅତ୍ୟୁଚ୍ଚ ଅଞ୍ଚଳ ତିବ୍ବତର ନଗାରି ଗୁନ୍ସା ବିମାନବନ୍ଦରରେ ଚାଇନାର ଯୁଦ୍ଧବିମାନ ମୁତୟନ ଓ ସୈନ୍ୟ ଠୁଳ କରୁଥିବା ସାମ୍ନାକୁ ଆସିବା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ, ଡିଫେନ୍ସ ଷ୍ଟାଫ୍‌ ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତଙ୍କ ସହ ତିନି ସେନା ମୁଖ୍ୟଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri