ନୟାପଲ୍ଲୀ ଥାନା ଅଞ୍ଚଳରେ ଯୁବକଙ୍କ ମୃତଦେହ ମିଳିବା ଘଟଣା: ପାହାଳରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨।୬(ବ୍ୟୁରୋ): ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀ ନିକଟସ୍ଥ ହର୍ଟିକଲ୍‌ଚର କ୍ୟାମ୍ପସ ଭିତରେ ଜଣେ ଯୁବକଙ୍କ ହତ୍ୟା କରି ଫିଙ୍ଗିଦେବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପାହାଳରୁ ରବିବାର ପୋଲିସ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ ପିଣ୍ଟୁ ଜେନା। ତାଙ୍କ ଘର ଜଗତସିଂହପୁର ଜିଲା ନାଉଗାଁରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପିଣ୍ଟୁ ଓ ନୟାଗଡ଼ କଣ୍ଟିଲେ ଅଞ୍ଚଳର ମୃତ ଦିଲୀପ କୁମାର ସାହୁ ସ୍ଥାନୀୟ ଏକ ଅଟା କଳରେ ଦୀର୍ଘଦିନ ଧରି କାମ କରୁଥିଲେ। ଉଭୟ ଅଟାକଳ ପଛରେ ଥିବା ଏକ କ୍ୟାବିନରେ ରହି ଆସୁଥିଲେ। ସୋମବାର ସାବିତ୍ରୀ ଥିବାରୁ ଦିଲୀପ ମାଲିକଙ୍କଠାରୁ ୭ହଜାର ଟଙ୍କା ଆଣିଥିଲେ। ପୂର୍ବରୁ ପିଣ୍ଟୁଙ୍କ କିଛି ପଇସା ଦିଲୀପଙ୍କ ଉପରେ ଥିବାରୁ, ସେ ତାହାକୁ ଦେବାଲାଗି ଦିଲୀପଙ୍କୁ କହିଥିଲେ। ଏଥିରେ ଅମଙ୍ଗ ହେବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିଯୋଗୁ ଦିଲୀପଙ୍କୁ ପିଣ୍ଟୁ ହତ୍ୟା କରିବା ପରେ କାର୍ଟୁନରେ ଗୁଡ଼ାଇ ଫିଙ୍ଗି ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଶନିବାର ରାତିରେ ମୃତଦେହ ଉଦ୍ଧାର କରିବା ପୂର୍ବରୁ ପିଣ୍ଟୁ ସେଠାରୁ ଫେରାର ହୋଇଯାଇଥିଲେ। ଏଣୁ ତାଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପାରିପାଶ୍ୱିକ ସ୍ଥିତିରୁ ତାଙ୍କୁ ମଦ ପିଇବାକୁ ଡାକି ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରିଥିଲା ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ପଥର ଫଟା ଦେଉଛି ରୋଜଗାର

ପାପଡାହାଣ୍ଡି,୩।୩(ଡି.ଏନ.ଏ) ଯୁବାବସ୍ଥାରେ ଅଜଣା ରୋଗରେ ଆକ୍ରାନ୍ତ । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ଅସୁସ୍ଥତା କାରଣରୁ କୌଣସି କାମ କରି ପାରୁ ନାହାନ୍ତି।...

ଫନୀ ପ୍ରଭାବିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୩.୮୯ ଲକ୍ଷ ଘର ଅନୁମୋଦନ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ଭାଙ୍ଗିଯାଇଥିବା ଲୋକଙ୍କୁ ଘର ଯୋଗାଇଦେବାକୁ ସରକାର ଘୋଷଣା କରିଥିଲେ। ସେହି ଅନୁଯାୟୀ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ...

ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ। ଭୋପାଳକୁ ପରୀକ୍ଷା ପାଇଁ ପଠାଯାଇଥିବା ନମୁନାରୁ ଏହା ସ୍ପଷ୍ଟ...

୯୨ଗାଡିରୁ ୧.୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ କଡ଼ା ନିର୍ଦ୍ଦେଶ...

ରୋଜଗାର ବାଟ ଦେଖାଇଛି ପିଜୁଳିଚାଷ

ଚିତ୍ରଡ଼ା,୧୭।୪(ଡି.ଏନ.ଏ.)- ଦିନେ ଯେଉଁଠି ଦୂବ କଅଁଳୁ ନ ଥିଲା ଏବେ ସେହି ଚାଷ ଜମି ହସୁଛି। ବିସ୍ତୀର୍ଣ୍ଣ ପଡ଼ିଆ ଜମିରେ ପିଜୁଳି ଚାଷ କରି ଉଦାହରଣ...

ଥମୁନି ହାତୀ ଉପଦ୍ରବ

ଔପଦା, ୧୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ଗଡ଼ସାହି ଓ ଭରଡ଼ାବାଟି ଗ୍ରାମରେ ହାତୀ ଉପଦ୍ରବ ଥମିବାର ନଁା ଧରୁନି। ଫଳରେ ଚାଷୀମାନେ ଅସନ୍ତୁଷ୍ଟ...

ସ୍କୁଲ ଯିବାକୁ ଛାତ୍ରୀଛାତ୍ରଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ: ୭୫% ଉପସ୍ଥାନ ଥିଲେ ବର୍ଷକୁ ମିଳିବ ୬ ହଜାର

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ବନ୍ଦ କରାଯିବ। ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି। ତେବେ ବନ୍ଦ ହୋଇଥିବା ସ୍କୁଲର...

ଛାତ୍ର ଆନ୍ଦୋଳନ ଜାରି: ବସିଲା ବୈଠକ, ତୁଟିଲାନି ବିବାଦ

କୁଆମରା,୫ା୧୧(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରୀଛାତ୍ରଙ୍କ ବିବାଦ ଜଟିଳ ହେବାରେ ଲାଗିଛି। ଏଥିନେଇ କଲେଜରେ ଦିନକୁ...

Advertisement


Archives

Model This Week