ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ: ପାଠ୍ୟ ପୁସ୍ତକ ସହ ଅନ୍ୟ ବହି ପଢ଼ିବାକୁ ପରାର୍ମଶ

ନୟାଗଡ଼ ଅଫିସ,୧୫।୧-ନୟାଗଡ଼ ସ୍ବୟଂଶାସିତ ଓ ଯୁକ୍ତ ୨ କନିଷ୍ଠ ମହାବିଦ୍ୟାଳୟର ୫୯ତମ ବାର୍ଷିକ ଉତ୍ସବ ଅଟୋ ପେଷ୍ଟ-୨୦୨୦ ମଙ୍ଗଳବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଛାତ୍ର ସଙ୍ଗଠକ ମନୋରଞ୍ଜନ ଗୌଡ଼ଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ବର୍ତ୍ତମାନ ସମୟ ମୂଲ୍ୟବାନ ବୋଲି କହିଥିଲେ। ତେଣୁ ବର୍ତ୍ତମାନ ସମୟରେ ପାଠ୍ୟ ପୁସ୍ତକ ସହିତ ଅନ୍ୟାନ୍ୟ ବହି ପଠନ କରିବା ପାଇଁ ପରାର୍ମଶ ଦେଇଥିଲେ। ଯାହାକି ସେମାନଙ୍କୁ ଆଗାମୀ ଦିନରେ ସଫଳତାର ସ୍ବାଦ ଚଖାଇବ ବୋଲି ପ୍ରକାଶ କରିଥିଲେ। ସେହିଭଳି ମନ୍ତ୍ରୀ ସାହୁ ନିଜ ବକ୍ତବ୍ୟରେ ପ୍ରକୃତି ଯାହା ଦେଇଛି ତାକୁ ଆମେ ନଷ୍ଟ କରିବାରେ ଲାଗୁଛେ, ଏହାକୁ ସାଇତି ରଖିବା ଦରକାର ବୋଲି ପ୍ରକାଶ କରିଥିଲେ। ଆଗାମୀ ଦିନରେ ନୂତନ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେଉଥିବାରୁ କଲେଜରେ ପାଦ ଦେଉଥିବା ପ୍ରତ୍ୟେକ ଛାତ୍ରୀଛାତ୍ର ଯେପରି ସଫଳ ହେବେ ସେ ଦିଗରେ ଅଧ୍ୟାପିକାଅଧ୍ୟାପକମାନେ ଗୁରୁଦାୟିତ୍ୱ ବହନ କରନ୍ତୁ ବୋଲି ପରାର୍ମଶ ଦେଇଥିଲେ। ଆଗାମୀ ଦିନରେ ସ୍ବୟଂଶାସିତ ମହାବିଦ୍ୟାଳୟକୁ ନାକ୍‌ ଟିମ୍‌ ଆସୁଥିବାରୁ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରୀଛାତ୍ରମାନେ କଠୋର ପରିଶ୍ରମ କରିବାକୁ ମନ୍ତ୍ରୀ ସାହୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଡା. ପୋମା ଟୁଡ଼ୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରୀଛାତ୍ରମାନେ କୌଣସି କାର୍ଯ୍ୟରେ ଭୟ ନ କରି ତାହାକୁ ମୁକାବିଲା କରିବା ପାଇଁ ପରାର୍ମଶ ଦେଇଥିଲେ। ଯିଏ ବାରମ୍ବାର ଉଦ୍ୟମ ଜାରି ରଖିଥାଏ ଭାଗ୍ୟ ତାଙ୍କୁ ସହାୟ ହୁଏ। ତେଣୁ ଯେ ଯେଉଁ ଦିଗରେ ସଫଳତା ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସେ ଦିଗରେ କଠୋର ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ କରିବା ପାଇଁ ଜିଲାପାଳ ଟୁଡ଼ୁ ଛାତ୍ରୀଛାତ୍ରମାନଙ୍କୁ କହିଥିଲେ। ମୁଖ୍ୟ ଛାତ୍ର ସଙ୍ଗଠକ ମନୋରଞ୍ଜନ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷା ମେଜର ମଞ୍ଜୁଶ୍ରୀ ପତି, ଯୁକ୍ତ ୨ ସାଂସ୍କୃତିକ ସଂଘର ଉପଦେଷ୍ଟା ସୁଲୋତା ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ। ଯୁକ୍ତ ୩ ସାଂସ୍କୃତିକ ସଂଘର ଉପଦେଷ୍ଟା ଶେଖ୍‌ ଇଶାକ୍‌ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୨୦୧୯ରେ ଯୁକ୍ତ ୨ କଳାରେ ପ୍ରଥମ ହୋଇଥିବା ଉଷାରାଣୀ ମହାପାତ୍ର, ବାଣିଜ୍ୟରେ ଅଙ୍କିତା ରାଉତ, ବିଜ୍ଞାନରେ ସୁପ୍ରିୟା ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା। ୨୦୧୯ ବର୍ଷରେ କଳାରେ ଶ୍ରେଷ୍ଠ ସ୍ନାତକ ସୁକାନ୍ତି ପରିଡ଼ା, ବାଣିଜ୍ୟରେ ଶ୍ରେଷ୍ଠ ସ୍ନାତକ ହେମନ୍ତ କୁମାର ନାୟକ ଓ ବିଜ୍ଞାନରେ ଶ୍ରେଷ୍ଠ ସ୍ନାତକ ଜ୍ଞାନପ୍ରଭା ଦାଶଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିଭଳି କ୍ରୀଡ଼ା ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ଛାତୀଛାତ୍ରଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଧ୍ୟାପକ ଗଣେଶ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

ଶତପ୍ରତିଶତ ପରୀକ୍ଷା ଫଳ ଉପରେ ଗୁରୁତ୍ୱ: କେନ୍ଦ୍ରୀୟ ବିଦ୍ୟାଳୟ…

ଭଞ୍ଜନଗର,୧୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଉପଜିଲାପାଳ ତଥା କଲେଜ ପରିଚାଳନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri