ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ଦୀକ୍ଷାନ୍ତ ସମାରୋହ: କନଷ୍ଟେବଳ ପୋଲିସର ମେରୁଦଣ୍ଡ

ନୟାଗଡ଼ ଅଫିସ,୨୮।୯: ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍‌)ର ଦୀକ୍ଷାନ୍ତ ସମାରୋହ-୨୦୧୯ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଏସ୍‌ପି ତଥା ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଶଶିଭୂଷଣ ଶତପଥୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମାରୋହରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ପୋଲିସ ଟ୍ରେନିଂର ଅତିରିକ୍ତ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଷଡ଼ଙ୍ଗୀ ବକ୍ତବ୍ୟ ପ୍ରଦାନ କରି ପାସ୍‌ିଂ ଆଉଟ ହୋଇଥିବା ପୋଲିସ କନଷ୍ଟେବଳମାନଙ୍କୁ ଆଗାମୀ ଦିନରେ ସଫଳତାର ଶେଷ ସୀମାରେ ପହଞ୍ଚତ୍ବା ପାଇଁ ଆହ୍ବାନ ଦେଇଥିଲେ। ପ୍ରଶିକ୍ଷକମାନେ ସେମାନଙ୍କୁ ଦୃଢ଼ଭାବରେ ଗଢ଼ିଛନ୍ତି, ତେଣୁ କନଷ୍ଟେବଳମାନେ ମାନସିକ ଓ ବୌଦ୍ଧିକସ୍ତରରେ ନିଜ କାର୍ଯ୍ୟ ସମ୍ପାଦନ କରିବେ ଯାହାକି ଆଗାମୀ ଦିନରେ ତାଙ୍କୁ ଦୃଢ଼ ପୋଲିସ ଅଫିସର ଭାବେ ଗଢ଼ି ତୋଳିବ ବୋଲି ସେ କହିଥିଲେ। କନଷ୍ଟେବଳମାନେ ହେଉଛନ୍ତି ପୋଲିସର ମେରୁଦଣ୍ଡ। ପୋଲିସ ବିଭାଗର ଉନ୍ନତି ଆଣିବାରେ ସେମାନଙ୍କ ଯୋଗଦାନ ସବୁବେଳେ ରହିଛି। ରାଜ୍ୟ ସରକାର ଚଳିତବର୍ଷ କନଷ୍ଟେବଳମାନଙ୍କୁ ଅପରାଧ ଅନୁସନ୍ଧାନର ଗୁରୁତ୍ୱ ଦେଇଥିବାରୁ ସେମାନଙ୍କର ଗୁରୁତ୍ୱ ବଢ଼ିଯାଇଥିବା ପ୍ରକାଶ କରିଥିଲେ। ପ୍ରତ୍ୟେକ ଦିନ ସେମାନଙ୍କୁ ଅସାଧାରଣ କାର୍ଯ୍ୟ କରିବାକୁ ପଡ଼ିବ। ଯାହା ଅନ୍ୟମାନେ କରିପାରିବେ ନାହିଁ କି ଚିନ୍ତା କରିପାରିବେ ନାହିଁ। ନ୍ୟାୟ ଓ ଅନ୍ୟାୟର ପରିଭାଷା କନଷ୍ଟେବଳଙ୍କ ଠାରୁ ଆରମ୍ଭ ହେବ ଓ ସେମାନଙ୍କ ଠାରୁ ଶେଷ ହେବ ବୋଲି ପୋଲିସ ଏକାଡେମୀର ନିର୍ଦ୍ଦେଶକ ଷଡ଼ଙ୍ଗୀ କହିଥିଲେ। ସମାଜରେ ସେବା ଯୋଗାଇବା ସହିତ ଲୋକଙ୍କ ସହିତ ଭଲ ବ୍ୟବହାର କରିବା ପାଇଁ କନଷ୍ଟେବଳମାନଙ୍କୁ ଉପଦେଶ ଦେଇଥିଲେ। ପିଟିଏସ୍‌ର ଅଷ୍ଟମ ବ୍ୟାଚ ଟ୍ରେନିଂ ନେଇଥିବା ୩୮୦ ଜଣ କନଷ୍ଟେବଳ ଶୁକ୍ରବାର ପାସ୍‌ିଂ ଆଉଟ ପରେଡ ପ୍ରଦର୍ଶନ କରିଥିଲେ। ୧୫୦ ମହିଳା ଓ ୨୩୦ ପୁରୁଷ କନଷ୍ଟେବଳ ସେମାନଙ୍କ ଚିର୍ତ୍ତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମଧୁସ୍ମିତା ପଣ୍ଡା, ଅନିତା ବେହେରା, ମମତା ମୁର୍ମୁ, ପ୍ରବୀଣ ପାନ୍ତରୁ, ସୁଶାନ୍ତ ଖରା, ଦୁଷ୍ମନ୍ତ କୁମାର ମଲ୍ଲିକ, ସରୋଜ ସେଠୀ , ରୁକ୍ମିଣୀ ଦାସ, ବାପୁନୀ ବେହେରା ପ୍ରମୁଖଙ୍କୁ ବିଭିନ୍ନ ବିଷୟରେ ଅଧିକ ନମ୍ବର ରଖିବା , ବୈଷୟିକ ଜ୍ଞାନ ଓ ସର୍ବୋତ୍ତମ ଶୃଙ୍ଖଳା ପାଇଁ ମୁଖ୍ୟ ଅତିଥି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ ଧନରାଜ ଏଚଡି, ଅନୁଷ୍ଠାନର ଉପାଧ୍ୟକ୍ଷ ଭବେଶ କୁମାର ନାୟକ, ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି, ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବତ ଜେସିବି ଛଡ଼ାଇନେଲେ ପଥର ମାଫିଆ

ବାଣପୁର,୧ା୨(ଡି.ଏନ୍‌.ଏ): ଟାଙ୍ଗୀ ରେଞ୍ଜ ଅଧୀନ ଚକଡ଼ାପଥର ଡିପିଏଫ ଅଞ୍ଚଳରେ ପଥର ଖନନକୁ ନେଇ ରବିବାର ପଥର ମାଫିଆ ଓ ବନ ବିଭାଗର କର୍ମଚାରୀମାନେ ମୁହାଁମୁହିଁ ହୋଇଛନ୍ତି।...

ଋଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ

ପୁରୁଷୋତ୍ତମପୁର,୨୫।୧୦(ଡି.ଏନ.ଏ): ଗାଧୋଉଥିବା ବେଳେ ଭାସିଗଲେ ୨ ଭାଇ। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଏଭଳି ଅଘଟଣ...

ଡକାୟତ ଗ୍ୟାଙ୍ଗର ୨ ଗିରଫ

ବାଲିଗୁଡ଼ା,୨୮ା୨(ଡି.ଏନ.ଏ):  ବାଲିଗୁଡ଼ା ପୋଲିସ ଏକ ୬ଜଣିଆ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଥିବା ନେଇ ଏସ୍‌ଡିପିଓ ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।...

ଡ୍ରେନ୍‌ ସମସ୍ୟାର ସମାଧାନ ନାହିଁ

ଅନୁଗୋଳ ଅଫିସ,୧୮ା୩- ଅନେକଥର ପୌର ନିର୍ବାଚନ ହେଲାଣି। କେତେ କାଉନସିଲରଙ୍କ କାର୍ଯ୍ୟକାଳ ସରିଲାଣି। ହେଲେ ଅନୁଗୋଳ ପୌର ପରିଷଦର ୧୯ନଂ. ଓ୍ବାର୍ଡ ଏବେ ବି ଅବହେଳିତ...

୨୬ରୁ ସ୍ବାଭିମାନ ଅଞ୍ଚଳରେ ବୋଟ୍‌ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୨୦।୧(ଡି.ଏନ.ଏ.)   ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଳକର ସ୍ବାଭିମାନ ଅଞ୍ଚଳବାସୀଙ୍କୁ ଆସନ୍ତା ୨୬ରୁ ବୋଟ୍‌ ଆମ୍ବୁଲାନ୍ସ ସେବା ମିଳିବ। ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଜିଲା ପ୍ରଶାସନ ପୂର୍ବରୁ ୨ଟି...

ପ୍ରଶ୍ନ ଚୟନକୁ ନେଇ ଭାଜପା ସଭ୍ୟଙ୍କ ହଟ୍ଟଗୋଳ: ଏଣିକି ଲଟେରି ପୂର୍ବରୁ ବିଧାୟକଙ୍କୁ ଏସ୍‌ଏମ୍‌ଏସ୍‌ କରାଯିବ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ବିଧାନସଭାରେ କୋଉ ପ୍ରଶ୍ନ ଆସିବ ତାହା ଲଟେରି ମାଧ୍ୟମରେ ହୋଇଥାଏ। ଲଟେରି କିମ୍ବା ଗୁପ୍ତ ଗୋଳା ମାଧ୍ୟମରେ ପ୍ରଶ୍ନ ଚୟନ କରାଯାଉନାହିଁ। ଭଲ...

ଆମ ଶୌଚାଳୟରେ ତାଲା, ଅସନ୍ତୋଷ ବୃଦ୍ଧି

ନୂଆଗଡ଼,୧୩।୬: ଗଜପତି ଜିଲା ନୂଆଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆମ ଶୌଚାଳୟ ଲୋକଙ୍କ ସୁବିଧା ଲାଗି ନିର୍ମାଣ କରାଯାଇଛି। ଏହା ୨୦୨୦ ନଭେମ୍ବର ୨୫...

ମା’ ମଙ୍ଗଳାଙ୍କ ମନ୍ଦିର ହୁଣ୍ଡି ଖୋଲିଲା: ୯ଲକ୍ଷ ୬୮ହଜାର ୨୪୬ଟଙ୍କା ମିଳିଲା

କାକଟପୁର,୨୯ା୬(ଡି.ଏନ୍‌.ଏ.): କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ଥିବା ଦାନହୁଣ୍ଡିକୁ ମନ୍ଦିର ଟ୍ରଷ୍ଟି ତଥା କାକଟପୁର ତହସିଲଦାର ରୋଜିନା ଦାସଙ୍କ ତତ୍ତ୍ୱାବଧାନରେ ମନ୍ଦିର କାର୍ଯ୍ୟାଳୟ ମଧ୍ୟରେ ଶୁକ୍ରବାର...

Advertisement
Archives

Model This Week