ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ଦୀକ୍ଷାନ୍ତ ସମାରୋହ: କନଷ୍ଟେବଳ ପୋଲିସର ମେରୁଦଣ୍ଡ

ନୟାଗଡ଼ ଅଫିସ,୨୮।୯: ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍‌)ର ଦୀକ୍ଷାନ୍ତ ସମାରୋହ-୨୦୧୯ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଏସ୍‌ପି ତଥା ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଶଶିଭୂଷଣ ଶତପଥୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମାରୋହରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ପୋଲିସ ଟ୍ରେନିଂର ଅତିରିକ୍ତ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଷଡ଼ଙ୍ଗୀ ବକ୍ତବ୍ୟ ପ୍ରଦାନ କରି ପାସ୍‌ିଂ ଆଉଟ ହୋଇଥିବା ପୋଲିସ କନଷ୍ଟେବଳମାନଙ୍କୁ ଆଗାମୀ ଦିନରେ ସଫଳତାର ଶେଷ ସୀମାରେ ପହଞ୍ଚତ୍ବା ପାଇଁ ଆହ୍ବାନ ଦେଇଥିଲେ। ପ୍ରଶିକ୍ଷକମାନେ ସେମାନଙ୍କୁ ଦୃଢ଼ଭାବରେ ଗଢ଼ିଛନ୍ତି, ତେଣୁ କନଷ୍ଟେବଳମାନେ ମାନସିକ ଓ ବୌଦ୍ଧିକସ୍ତରରେ ନିଜ କାର୍ଯ୍ୟ ସମ୍ପାଦନ କରିବେ ଯାହାକି ଆଗାମୀ ଦିନରେ ତାଙ୍କୁ ଦୃଢ଼ ପୋଲିସ ଅଫିସର ଭାବେ ଗଢ଼ି ତୋଳିବ ବୋଲି ସେ କହିଥିଲେ। କନଷ୍ଟେବଳମାନେ ହେଉଛନ୍ତି ପୋଲିସର ମେରୁଦଣ୍ଡ। ପୋଲିସ ବିଭାଗର ଉନ୍ନତି ଆଣିବାରେ ସେମାନଙ୍କ ଯୋଗଦାନ ସବୁବେଳେ ରହିଛି। ରାଜ୍ୟ ସରକାର ଚଳିତବର୍ଷ କନଷ୍ଟେବଳମାନଙ୍କୁ ଅପରାଧ ଅନୁସନ୍ଧାନର ଗୁରୁତ୍ୱ ଦେଇଥିବାରୁ ସେମାନଙ୍କର ଗୁରୁତ୍ୱ ବଢ଼ିଯାଇଥିବା ପ୍ରକାଶ କରିଥିଲେ। ପ୍ରତ୍ୟେକ ଦିନ ସେମାନଙ୍କୁ ଅସାଧାରଣ କାର୍ଯ୍ୟ କରିବାକୁ ପଡ଼ିବ। ଯାହା ଅନ୍ୟମାନେ କରିପାରିବେ ନାହିଁ କି ଚିନ୍ତା କରିପାରିବେ ନାହିଁ। ନ୍ୟାୟ ଓ ଅନ୍ୟାୟର ପରିଭାଷା କନଷ୍ଟେବଳଙ୍କ ଠାରୁ ଆରମ୍ଭ ହେବ ଓ ସେମାନଙ୍କ ଠାରୁ ଶେଷ ହେବ ବୋଲି ପୋଲିସ ଏକାଡେମୀର ନିର୍ଦ୍ଦେଶକ ଷଡ଼ଙ୍ଗୀ କହିଥିଲେ। ସମାଜରେ ସେବା ଯୋଗାଇବା ସହିତ ଲୋକଙ୍କ ସହିତ ଭଲ ବ୍ୟବହାର କରିବା ପାଇଁ କନଷ୍ଟେବଳମାନଙ୍କୁ ଉପଦେଶ ଦେଇଥିଲେ। ପିଟିଏସ୍‌ର ଅଷ୍ଟମ ବ୍ୟାଚ ଟ୍ରେନିଂ ନେଇଥିବା ୩୮୦ ଜଣ କନଷ୍ଟେବଳ ଶୁକ୍ରବାର ପାସ୍‌ିଂ ଆଉଟ ପରେଡ ପ୍ରଦର୍ଶନ କରିଥିଲେ। ୧୫୦ ମହିଳା ଓ ୨୩୦ ପୁରୁଷ କନଷ୍ଟେବଳ ସେମାନଙ୍କ ଚିର୍ତ୍ତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମଧୁସ୍ମିତା ପଣ୍ଡା, ଅନିତା ବେହେରା, ମମତା ମୁର୍ମୁ, ପ୍ରବୀଣ ପାନ୍ତରୁ, ସୁଶାନ୍ତ ଖରା, ଦୁଷ୍ମନ୍ତ କୁମାର ମଲ୍ଲିକ, ସରୋଜ ସେଠୀ , ରୁକ୍ମିଣୀ ଦାସ, ବାପୁନୀ ବେହେରା ପ୍ରମୁଖଙ୍କୁ ବିଭିନ୍ନ ବିଷୟରେ ଅଧିକ ନମ୍ବର ରଖିବା , ବୈଷୟିକ ଜ୍ଞାନ ଓ ସର୍ବୋତ୍ତମ ଶୃଙ୍ଖଳା ପାଇଁ ମୁଖ୍ୟ ଅତିଥି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ ଧନରାଜ ଏଚଡି, ଅନୁଷ୍ଠାନର ଉପାଧ୍ୟକ୍ଷ ଭବେଶ କୁମାର ନାୟକ, ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି, ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୩: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ଗଞ୍ଜାମ ଜିଲା ପାଇଁ କ୍ରିକେଟ ଖେଳିବେ ଆୟୁଷା, ଘୋଷଣା କଲା ଓସିଏ

ଗୁଡାରି,୨୦।୪(ପ୍ରମୋଦ କୁମାର ପତି ): ଗୁଡାରି ସହରର ପାଇକ ସାହିର ୧୪ ବର୍ଷୀୟା ଝିଅ ଆୟୁଷା ଗଞ୍ଜାମ ଜିଲା ପାଇଁ ଓସିଏ ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ…

ଇରାନ ବୈଦେଶିକ ମନ୍ତ୍ରଣାଳୟର ବଡ଼ ବୟାନ; ବ୍ଲେମ୍ ଗେମ୍ ଖେଳୁଛି ଆମେରିକା, ଆଉ ଆଲୋଚନା ପାଇଁ…

ତେହରାନ,୨୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖାଯାଉ ନାହିଁ । ଏହାରି ଭିତରେ ଇରାନ ସ୍ପଷ୍ଟ ଭାବରେ କହିଛି ଯେ ବର୍ତ୍ତମାନ ଆମେରିକା…

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ…

ମିଳିଲା ଅଗ୍ନିବୀରଙ୍କ ମୃତଦେହ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବାପା

ବାଲୁଗାଁ,୨୦।୪: ଖୋଦ୍ଧା ଜିଲା INS ଚିଲିକାରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୋମବାର ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

ଯୁବକଙ୍କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ରାସ୍ତାକଡ଼ରେ ଝିଟ୍‌କି ହୋଇପଡିଥିବା ଗୁରୁତର ଆହତଙ୍କୁ ଡ୍ରାଇଭର…

ମୋହନା,୨୦।୪ ( ମନ୍ମଥ ମିଶ୍ର ) : ରାୟଗଡା ଠାରୁ ରୋଗୀଙ୍କୁ ନେଇ ବ୍ରହ୍ମପୁର ଯିବା ସମୟରେ ବିରିକୋଟ ନିକଟସ୍ଥ ଶିବ ମନ୍ଦିର ନିକଟରେ ଯୁବକକୁ ଧକ୍କା…

ଜଳବାୟୁ ପରିବର୍ତ୍ତନ ଦେଖି ଚାଷ କାର୍ଯ୍ୟ କର: ଚାଷୀଙ୍କୁ ଆହ୍ବାନ ଦେଲେ ମନ୍ତ୍ରୀ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ସୋମବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏଥିରେ ବାଣିଜ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri