Advertisement

ନୟାଗଡ଼ ଜିଲାରେ ୪ ନୂଆ ଆକ୍ରାନ୍ତ: ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ କୋମଣ୍ଡ ପଞ୍ଚାୟତ ଶଟ୍‌ଡାଉନ୍‌

ନୟାଗଡ଼ ଅଫିସ,୧୨।୬: ନୟାଗଡ଼ ଜିଲାରେ ଶୁକ୍ରବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪କୁ ବୃଦ୍ଧି ଘଟିଛି। ତେବେ୪ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ଗାଁ ବ୍ଲକରୁ ୨ ଓ ରଣପୁର ବ୍ଲକରୁ ୨ ଜଣ ଅଛନ୍ତି। କୋମଣ୍ଡ ସଙ୍ଗରୋଧ କେନ୍ଦ୍ରରୁ ଯିବାର କିଛିଦିନ ପରେ କୋମଣ୍ଡ ମଶାଣି ସାହିର ଦୁଇଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି କୋମଣ୍ଡ ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଜିଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ଶୁକ୍ରବାର ପୂର୍ବାହ୍ନ ୧୧ ଟାରୁ ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସେହିପରି ରଣପୁର ବ୍ଲକ ଜାମୁସାହି ସଙ୍ଗରୋଧ କେନ୍ଦ୍ରରୁ ଅନୁରୂପ ଭାବେ ଗୌରଙ୍ଗପୁର ବଡ଼ମୂଳ ଅଞ୍ଚଳର ଦୁଇ ପ୍ରବାସୀ ଘରକୁ ଯିବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା। ସମସ୍ତ ଆକ୍ରାନ୍ତଙ୍କୁ ଗୁରୁବାର ଭୁବନେଶ୍ୱର କୋଭିଡ ହସ୍ପିଟାକକୁ ପଠାଯାଇଥିବା ସିଡିଏମ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତକ ପେଟ ବାହାରେ ପାକସ୍ଥଳୀ: ଚିକିତ୍ସା ପାଇଁ ଶିଶୁଭବନରେ ଭର୍ତ୍ତି

କଟକ ଅଫିସ,୧୭ା୨: କଟକ ଶିଶୁଭବନରେ ଜଣେ ନବଜାତକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ପେଟ ବାହାରକୁ ଲମ୍ବି ଆସିଛି ଅନ୍ତଃନଳୀ ଓ ପାକସ୍ଥଳୀ। ଶିଶୁଭବନ...

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ସବୁ ରୋଗୀ ସୁରକ୍ଷିତ ଉଦ୍ଧାର

କଟକ ଅଫିସ,୨୧।୯: କଟକ ଜଗତପୁରରେ ଥିବା ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲରେ ଥିବା ସମସ୍ତ ୧୨୭ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।...

ସଙ୍କଟରେ ପଟିଠାକୁର ପରମ୍ପରା

କେନ୍ଦୁଝର,୧୫।୪ ପଣାସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲାର ଅନ୍ୟତମ ପୁରାତନ ଓ ଅନନ୍ୟ ପରମ୍ପରା ପଟି ଠାକୁର ପରିକ୍ରମା ଉତ୍ସବ ଆରମ୍ଭ ହୋଇଛି। ଗ୍ରାମବାସୀମାନେ ଏକ ପଟି...

ଜାନୁୟାରୀ ୮ରେ ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ହେବ ଧର୍ମଘଟ

ଭବାନୀପାଟଣା,୨୭।୧୨(ଡି.ଏନ୍‌.ଏ.) : କେନ୍ଦ୍ର ସରକାରଙ୍କ ଦରଦାମ୍‌ ବୃଦ୍ଧି ବନ୍ଦ, ଶ୍ରମିକମାନଙ୍କୁ ମାସିକ ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ, ସମାନ କାମକୁ ସମାନ ଦରମା,...

ଜବରଦଖଲ ହଟାଇବା ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକୋ

ଭଦ୍ରକ ଅଫିସ,୩୦।୯ : ଭଦ୍ରକ – ବନ୍ତ ଏବଂ ଆଗରପଡ଼ା ରାସ୍ତାର ବରପଦା ଛକଠାରେ ସୋମବାର ସକାଳୁ ୧୨ ଘଣ୍ଟିଆ ରାସ୍ତାରୋକୋ କରାଯାଇଛି। ରାସ୍ତାର ଉଭୟ...

କରୋନା: ଶାରଳା ପୀଠରେ ସତର୍କତା

ତିର୍ତ୍ତୋଲ, ୧୭।୩ (ଡି.ଏନ୍‌.ଏ.): ତିର୍ତ୍ତୋଲ ବ୍ଲକ କନକପୁରସ୍ଥିତ ଶାରଳା ମନ୍ଦିରରେ କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମନ୍ଦିର ମୁଖ୍ୟଦ୍ୱାର ଦେଇ କେବଳ ଶ୍ରଦ୍ଧାଳୁଙ୍କ ପ୍ରବେଶ...

ଅଜାଙ୍କ ଘରେ ନାତୁଣୀର ଆତ୍ମହତ୍ୟା

ଲଙ୍ଗଳେଶ୍ୱର,୧୮।୧୦(ଡି.ଏନ.ଏ.): ମା’ଙ୍କ ସହ ଅଜା ଘରେ ରହୁଥିବା ଜଣେ ନାବାଳିକାଙ୍କ ଆତ୍ମହତ୍ୟା କରିଛନ୍ତି। ହେଲେ ନାବାଳିକାଙ୍କ ଆତ୍ମହତ୍ୟାକୁ ବାପ ଘର ଲୋକେ ଗ୍ରହଣ ନ କରି...

କଲ ଡିଟେଲସରୁ ମିଳିଲା ହତ୍ୟାର ସୁରାଗ: ମହିଳାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗିରଫ

ତରଭା,୫।୪(ଡ଼ି ଏନ ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ମାନହୀରା ଗାଁରେ ଅଚିହ୍ନା ବିବାହିତ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦାଫାସ ହୋଇଛି। ମହିଳାଙ୍କ ପରିଚୟ ମିଳିବା...

Advertisement
Archives

Model This Week