ନୟାଗଡ଼ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ

ନୟାଗଡ଼ ଅଫିସ,୩୦ା୯:  ଗୋଟିଏ ଦିନରେ ନୟାଗଡ଼ରେ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ନୟାଗଡ଼ ବ୍ଲକ ଲାଉସେଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୧୪), ଲାଠିପଡ଼ା ଗ୍ରାମର ନିର୍ମଳା ନାହାକ (୩୦) ଓ ସୁମନ୍ତ ନାହାକ (୨୫)। କୃଷ୍ଣଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନିର୍ମଳା ଓ ସୁମନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯେ, ନିର୍ମଳା ଓ ସୁମନ୍ତ ସମ୍ପର୍କରେ ଭଉଣୀଭାଇ। ମିଳିଥିବା ସୂଚନା ଅନୁସାରେ କୃଷ୍ଣଚନ୍ଦ୍ରଙ୍କୁ କିଛିଦିନ ହେଲା ଜ୍ୱର ନ ଛାଡ଼ିବାରୁ ପରିବାର ଲୋକେ ତାଙ୍କୁ ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ପରୀକ୍ଷା ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜାଣିବାକୁ ପାଇଥିଲେ। ସେହିପରି ୬ ଦିନ ପୂର୍ବରୁ ସୁମନ୍ତଙ୍କୁ ଜ୍ୱର ହେବାରୁ ସେ ନିକଟସ୍ଥ ଏକ ମେଡ଼ିସିନ୍‌ ଦୋକାନରୁ ଔଷଧ ନେଇ ଖାଇଥିଲେ। ପରଦିନ ନିର୍ମଳାଙ୍କୁ ଜ୍ୱର ହେବାରୁ ସେ ମଧ୍ୟ ଔଷଧ ଆଣି ଖାଇଥିଲେ। ୫ଦିନ ଧରି ଭଉଣୀଭାଇଙ୍କୁ ଜ୍ୱର ନ ଛାଡ଼ିବାରୁ ରବିବାର ଅପରାହ୍ନରେ ପରିବାର ଲୋକେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କ ପରୀକ୍ଷା କରି ଡେଙ୍ଗୁ ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, କିଛିଦିନ ତଳେ ଭାପୁରରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ତାଙ୍କୁ ଚିକିତ୍ସା କରାଯାଇଥିଲା। ଏକ ଟିମ୍‌ ଗଠନ କରାଯାଇ ଗ୍ରାମରେ ସଚେତନତା ସୃଷ୍ଟି କରାଯାଇଥିଲା। ଚିହ୍ନଟ ହୋଇଥିବା ରୋଗୀ ବର୍ତ୍ତମାନ ଚିକିତ୍ସିତ ହେଉଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ବୁଡିଗଲେ ୩ ଯୁବକ, ଜଣଙ୍କ ମୃତଦେହ ଉଦ୍ଧାର

ରେମୁଣା, ୧୬।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ବୁଢାବଳଙ୍ଗ ନଦୀର କାଠସଙ୍ଗଡା ଘାଟରେ ସୋମବାର ଅପରାହ୍ନ ସମୟରେ ଗାଧୋଉଥିବା ବେଳେ ୩ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି।...

ଚନ୍ଦନପୁର ମଦ ମୃତ୍ୟୁ ଘଟଣା: ୬ ମାସ ପରେ ବି ଆସିଲାନି ଭିସେରା ରିପୋର୍ଟ

ଅନୁଗୋଳ ଅଫିସ, ୧।୭:  ଅନୁଗୋଳ ଜିଲା ବନ୍ତଳା ଥାନା ଚନ୍ଦନପୁରଠାରେ ଏକ କୁକୁଡା ଫାର୍ମରେ ବିଷାକ୍ତ ମଦ ପିଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ...

ଦେଢ କେଜି ବ୍ରାଉନସୁଗାର ଜବତ: ଜଣେ ଗିରଫ

ବାଲେଶ୍ୱର ଅଫିସ,୧୯।୧୦: ବାଲେଶ୍ବର ଜିଲା ଜଳେଶ୍ବର ଅଞ୍ଚଳରୁ ଦେଢ କୋଟି ଟଙ୍କାର ବ୍ରାଉନସୁଗାର ମଙ୍ଗଳବାର ଜବତ କରାଯାଇଛି। ଏଥିରେ ଦୁଇ ମହିଳାଙ୍କୁ ପୋଲିସ ଅଟକ ରଖି...

ବୁଧୁରାମଙ୍କୁ ମିଳିନି ଭିନ୍ନକ୍ଷମ ଭତ୍ତା

ଲୋଇସିଂହା, ୧୧।୧୨(ଡି.ଏନ.ଏ) ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ସୁଦାମପାଲିର ବୁଧୁରାମ ଭୁଏ(୪୮)। ଜନ୍ମରୁ ସେ ଭିନ୍ନକ୍ଷମ। ଡାହାଣ ଗୋଡ଼ ପୋଲିଓ ଗ୍ରସ୍ତ। ବାପା...

ମୌଳିକ ସୁବିଧାରୁ ପଟ୍ଟାମୁଣ୍ଡାଇ ସହରବାସୀ ବଞ୍ଚିତ

ପଟ୍ଟାମୁଣ୍ଡାଇ,୧୯ା୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇକୁ ୧୯୮୮ ଡିସେମ୍ବର ୬ରେ ଏନ୍‌ଏସିର ମାନ୍ୟତା ମିଳିଥିଲା। ପଟ୍ଟାମୁଣ୍ଡାଇ, କଷଣଅଣ୍ଟା, ମାଟିଆ, ବାଲିପାଟଣା, ନୀଳକଣ୍ଠପୁର ପଞ୍ଚାୟତକୁ ନେଇ ଏନ୍‌ଏସି ଘୋଷଣା ହୋଇଥିଲା। ବିଜ୍ଞାପିତ...

ପ୍ରଜ୍ଞାଙ୍କ ହାତରେ ଜୀବନ୍ତ ମୃଣ୍ମୟ ମୂର୍ତ୍ତି

ଖୁଣ୍ଟା,୨୮ା୮(ଡି.ଏନ୍‌.ଏ.)- ନାରୀ ଟିଏ କଅଁଳ ଶିଶୁକୁ ଲାଳନପାଳନ କରି ମଣିଷ ପରି ଗଢି ତୋଳିବାରେ ଯେପରି ପାରଙ୍ଗମ, ସେହି ନାରୀ ପୁଣି କଞ୍ଚା କାଦୁଅକୁ ନିଜ...

କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଅମାନିଆଙ୍କ ଉପରେ ନଜର ରଖିଛି ଡ୍ରୋନ୍‌ କ୍ୟାମେରା

ଭଦ୍ରକ ଅଫିସ,୨୯ା୪ : ଭଦ୍ରକ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୁଧବାର ସୁଦ୍ଧା ଜିଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୧୯...

ଜାଲିଆତି ଧରିଲେ ଲୋକାୟୁକ୍ତ ନିର୍ଦ୍ଦେଶକ

ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୧ା୧୨:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରୁ କଳାପଥର ଲୁଟ୍ ସାଙ୍ଗକୁ ଜାଲିଆତି ହୋଇଥିବା ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକଙ୍କ ରିପୋର୍ଟରୁ ସ୍ପଷ୍ଟ...

Advertisement
Archives

Model This Week