ନ୍ୟୁୟର୍କ ଟାଇମ୍ସ, ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲକୁ ପୁଲିଜର ପୁରସ୍କାର

ନ୍ୟୁୟର୍କ,୧୭ା୪(ଏଏଫ୍‌ପି): ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ସମ୍ପର୍କରେ ପୃଥକ୍‌ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ‘ଦି ନ୍ୟୁୟର୍କ ଟାଇମ୍ସ’ ଏବଂ ‘ଦି ଓ୍ବାଲ୍‌ଷ୍ଟ୍ରିଟ୍‌ ଜର୍ନାଲ’କୁ ମଙ୍ଗଳବାର ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। ନ୍ୟୁୟର୍କ ଟାଇମ୍ସ ଟ୍ରମ୍ପ୍‌ଙ୍କ ପାରିବାରିକ ସମ୍ପତ୍ତିର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସ୍ତୁତ କରିଥିଲା। ଟ୍ରମ୍ପ୍‌ ନିଜ ଅର୍ଜିତ ସମ୍ପତ୍ତିରୁ ଯେଭଳି କର ଫାଙ୍କିଆସୁଥିଲେ ତାହା ପ୍ରହେଳିକା ସୃଷ୍ଟି କରିଥିଲା। ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟର ପର୍ଦ୍ଦାଫାଶ କରି ଉକ୍ତ ଖବରକାଗଜ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛି ବୋଲି କଲମ୍ବିଆ ୟୁନିଭର୍ସିଟିରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୁଲିଜର ପ୍ରାଇଜ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ଓ୍ବାଲ୍‌ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶ ପାଇଥିଲା ଟ୍ରମ୍ପ୍‌ଙ୍କ ଗୁପ୍ତ ପ୍ରେମକାହାଣୀ। ସେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ଦୁଇଜଣ ମହିଳାଙ୍କ ସହିତ ପ୍ରେମସମ୍ପର୍କ ରଖିଥିଲେ। ଉକ୍ତ ଘଟଣା ଗୁପ୍ତ ରଖିବାକୁ ସେ ମହିଳାଙ୍କୁ ଅର୍ଥ ପ୍ରଦାନ କରିଥିବା ବିଷୟ ସେ ଦୁହେଁ ପ୍ରକାଶ କରିଥିଲେ।
ସାଉଥ୍‌ ଫ୍ଲୋରିଡା ସନ୍‌-ସେଣ୍ଟିନେଲ୍‌ ମଧ୍ୟ ପୁଲିଜର ପୁରସ୍କାର ଲାଭ କରିଛି। ୨୦୧୮ ଫେବୃୟାରୀରେ ମାର୍ଜରି ଷ୍ଟୋନମ୍ୟାନ୍‌ ଡଗଲାସ୍‌ ହାଇସ୍କୁଲ୍‌ରେ ଜଣେ ବନ୍ଧୁକଧାରୀଙ୍କ ଆଖିବୁଝା ଗୁଳିଚାଳନାରେ ୧୭ଜଣ ଛାତ୍ରୀଛାତ୍ର ଏବଂ ସ୍କୁଲ କର୍ମଚାରୀ ପ୍ରାଣ ହରାଇଥିଲେ। ଉକ୍ତ ଆକ୍ରମଣ ପୂର୍ବ ଏବଂ ପରବର୍ତ୍ତୀ ଘଟଣାବଳୀ ସମ୍ପର୍କରେ ରିପୋର୍ଟ ପ୍ରକାଶ କରି ଉକ୍ତ ପ୍ରକାଶନ ସଂସ୍ଥା ପୁଲିଜର ପୁରସ୍କାର ପାଇଛି। ଅନୁରୂପ ଆକ୍ରମଣ ସମ୍ପର୍କରେ ଖବର ପ୍ରକାଶ କରି ଦି ପିଟ୍‌ସବର୍ଗ ପୋଷ୍ଟ-ଗ୍ୟାଜେଟି ମଧ୍ୟ ସମ୍ମାନିତ ହୋଇଛି। ୨୦୧୮ ଅକ୍ଟୋବରରେ ପିଟ୍ସବର୍ଗ ସାଇନାଗଗ୍‌ଠାରେ ଜଣେ ବନ୍ଧୁକଧାରୀଙ୍କ ଆଖିବୁଝା ଗୁଳିଚାଳନାରେ ୧୧ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ଆସୋସିଏଟେଡ ପ୍ରେସ ମଧ୍ୟ ୟେମେନ୍‌ ଯୁଦ୍ଧ ସମ୍ପର୍କିତ ରିପୋର୍ଟ ପ୍ରକାଶ କରି ପୁଲିଜର ପୁରସ୍କାର ବିଜୟୀ ହୋଇଛି। ମ୍ୟାନ୍‌ମାରସ୍ଥିତ ରୋହିଙ୍ଗ୍ୟା ମୁସଲମାନ ବିରୋଧୀ ଅତ୍ୟାଚାର ଖବର ପ୍ରକାଶ କରି ରଏଟର ପୁଲିଜର ସମ୍ମାନ ପାଇଛି।
କାଟେଗୋରିରେ କଥା ସାହିତ୍ୟ ପାଇଁ ‘ଦି ଓଭରଷ୍ଟୋରି’ ଲେଖକ ରିଚାର୍ଡ ପାଓ୍ବାର୍ସ ଏବଂ ଡ୍ରାମା ପାଇଁ ‘ଫେୟାରଭିଉ’ର ଲେଖକ ଜ୍ୟାକି ସିବ୍‌ଲିଜଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। ସଂଗୀତ କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ କିମ୍ବଦନ୍ତୀ କଳାକାର ଆରେଠା ଫ୍ରାଙ୍କଲିନ୍‌ ଏବଂ ମେରିଲାଣ୍ଡ ଅନ୍ତର୍ଗତ ଆନାପୋଲିର କ୍ୟାପିଟାଲ୍‌ ଗ୍ୟାଜେଟ ନ୍ୟୁଜପେପରକୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି। ୨୦୧୮ ଜୁନ୍‌ରେ ଜଣେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଉକ୍ତ ଖବରକାଗଜ ସଂସ୍ଥାର ୫ କର୍ମଚାରୀ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ଏଲନ୍‌ ମସ୍କ

ଓ୍ବାଶିଂଟନ,୨୨ା୨: ବୈଜ୍ଞାନିକ ପରୀକ୍ଷଣ ଏବଂ ଭବିଷ୍ୟବାଣୀ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ୧ନଂ. ଧନୀ ଏଲନ୍‌ ମସ୍କ। ଏବେ ଏହି ୫୦ ବର୍ଷୀୟ...

ୟୁରୋପକୁ ଜାଗ୍ରତ କରିବା ଲାଗି ଏକ ଓ୍ବେକ ଅପ୍‌ କଲ ଜରୁରୀ: ଜୟଶଙ୍କର…

ନୂଆଦିଲ୍ଲୀ/ଭିଏନା,୪।୧ : ଅଷ୍ଟ୍ରିଆ ଗସ୍ତରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁରୋପୀୟ ଦେଶମାନଙ୍କୁ ପରାମର୍ଶ ଦେଇଛନ୍ତି। ଭିଏନାରେ ଏକ ସାକ୍ଷାତକାରରେ ସେ ୟୁରୋପକୁ ନୂତନ...

ଆମେରିକା ସ୍କୁଲର କଳା ଇତିହାସ, ୨୩ ବର୍ଷରେ ୯ ଗୁଳିକାଣ୍ଡରେ ୧୫୧ ଜଣଙ୍କ ମୃତ୍ୟୁ…

ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସର ରୋବ ଏଲିମେଣ୍ଟାରୀ ସ୍କୁଲରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୧...

ଆଫଗାନିସ୍ତାନରେ ଭୂକମ୍ପ

କାବୁଲ,୨୨ା୧: ଆଫଗାନିସ୍ତାନ ଫୈଜାବାଦର ୭୯ କିଲୋମିଟର ଦକ୍ଷିଣ-ପୂର୍ବରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ଥିଲା। ନ୍ୟାଶନାଲ ସେଣ୍ଟର...

ଭାରତକୁ ପ୍ରଶଂସା କଲେ ଆମେରିକା ଏମ୍‌ପି

ଓ୍ବାଶିଂଟନ୍‌,୨୧।୧୧: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଅନେକ ଦେଶ ଭାରତ ସପକ୍ଷରେ ମତ ଦେଇଛନ୍ତି। ଆମେରିକାର ଏମ୍‌ପି ପିଟ୍‌ ଓଲସନ୍‌ ଭାରତକୁ ପ୍ରଶଂସା କରିଛନ୍ତି।...

ଫ୍ରାନ୍ସରେ ମୋଦିଙ୍କୁ ଜୋରଦାର ସ୍ବାଗତ କଲେ ମୁସଲମାନ: ଚିଡିଲା ପାକିସ୍ତାନ

ପ୍ୟାରିସ୍‌,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ଗୁଜରାଟର ବୋହରା ମୁସଲମାନମାନେ ତ୍ରିରଙ୍ଗା ଧରି ଜୋରଦାର ସ୍ବାଗତ କରିଥିଲେ। ଏହାସହ ଭାରତ...

ୟୁଏଇରେ ବହୁପକ୍ଷୀୟ ମିଳିତ ସମରାଭ୍ୟାସ ଏକ୍ସ ଡେଜାର୍ଟ ଫ୍ଲାଗ ଫେବୃୟାରୀ ୨୭ରୁ: ୧୧ ଦେଶ ଦେବେ ଯୋଗ…

ଆବୁଧାବି,୨୫।୨ : ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଆୟୋଜିତ ହେବାକୁ ଥିବା ବହୁପକ୍ଷୀୟ ସମରାଭ୍ୟାସରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କରିବ। ଏହି ସମରାଭ୍ୟାସ ୨୭ ଫେବୃଆରୀରୁ ସଂଯୁକ୍ତ...

ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଜାତିସଂଘ

ଇସଲମାବାଦ,୧୩ା୧୦: ଜାତିସଂଘ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଏହାର କାରଣ ହେଉଛି ଜାତିସଂଘ ପାକିସ୍ତାନ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସ୍ଥିର କରିଥିବା ଅର୍ଥର ଅଧା...

Advertisement
Archives

Model This Week