ନ୍ୟୁୟର୍କ ଟାଇମ୍ସ, ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲକୁ ପୁଲିଜର ପୁରସ୍କାର

ନ୍ୟୁୟର୍କ,୧୭ା୪(ଏଏଫ୍‌ପି): ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ସମ୍ପର୍କରେ ପୃଥକ୍‌ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ‘ଦି ନ୍ୟୁୟର୍କ ଟାଇମ୍ସ’ ଏବଂ ‘ଦି ଓ୍ବାଲ୍‌ଷ୍ଟ୍ରିଟ୍‌ ଜର୍ନାଲ’କୁ ମଙ୍ଗଳବାର ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। ନ୍ୟୁୟର୍କ ଟାଇମ୍ସ ଟ୍ରମ୍ପ୍‌ଙ୍କ ପାରିବାରିକ ସମ୍ପତ୍ତିର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସ୍ତୁତ କରିଥିଲା। ଟ୍ରମ୍ପ୍‌ ନିଜ ଅର୍ଜିତ ସମ୍ପତ୍ତିରୁ ଯେଭଳି କର ଫାଙ୍କିଆସୁଥିଲେ ତାହା ପ୍ରହେଳିକା ସୃଷ୍ଟି କରିଥିଲା। ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟର ପର୍ଦ୍ଦାଫାଶ କରି ଉକ୍ତ ଖବରକାଗଜ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛି ବୋଲି କଲମ୍ବିଆ ୟୁନିଭର୍ସିଟିରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୁଲିଜର ପ୍ରାଇଜ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ଓ୍ବାଲ୍‌ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶ ପାଇଥିଲା ଟ୍ରମ୍ପ୍‌ଙ୍କ ଗୁପ୍ତ ପ୍ରେମକାହାଣୀ। ସେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ଦୁଇଜଣ ମହିଳାଙ୍କ ସହିତ ପ୍ରେମସମ୍ପର୍କ ରଖିଥିଲେ। ଉକ୍ତ ଘଟଣା ଗୁପ୍ତ ରଖିବାକୁ ସେ ମହିଳାଙ୍କୁ ଅର୍ଥ ପ୍ରଦାନ କରିଥିବା ବିଷୟ ସେ ଦୁହେଁ ପ୍ରକାଶ କରିଥିଲେ।
ସାଉଥ୍‌ ଫ୍ଲୋରିଡା ସନ୍‌-ସେଣ୍ଟିନେଲ୍‌ ମଧ୍ୟ ପୁଲିଜର ପୁରସ୍କାର ଲାଭ କରିଛି। ୨୦୧୮ ଫେବୃୟାରୀରେ ମାର୍ଜରି ଷ୍ଟୋନମ୍ୟାନ୍‌ ଡଗଲାସ୍‌ ହାଇସ୍କୁଲ୍‌ରେ ଜଣେ ବନ୍ଧୁକଧାରୀଙ୍କ ଆଖିବୁଝା ଗୁଳିଚାଳନାରେ ୧୭ଜଣ ଛାତ୍ରୀଛାତ୍ର ଏବଂ ସ୍କୁଲ କର୍ମଚାରୀ ପ୍ରାଣ ହରାଇଥିଲେ। ଉକ୍ତ ଆକ୍ରମଣ ପୂର୍ବ ଏବଂ ପରବର୍ତ୍ତୀ ଘଟଣାବଳୀ ସମ୍ପର୍କରେ ରିପୋର୍ଟ ପ୍ରକାଶ କରି ଉକ୍ତ ପ୍ରକାଶନ ସଂସ୍ଥା ପୁଲିଜର ପୁରସ୍କାର ପାଇଛି। ଅନୁରୂପ ଆକ୍ରମଣ ସମ୍ପର୍କରେ ଖବର ପ୍ରକାଶ କରି ଦି ପିଟ୍‌ସବର୍ଗ ପୋଷ୍ଟ-ଗ୍ୟାଜେଟି ମଧ୍ୟ ସମ୍ମାନିତ ହୋଇଛି। ୨୦୧୮ ଅକ୍ଟୋବରରେ ପିଟ୍ସବର୍ଗ ସାଇନାଗଗ୍‌ଠାରେ ଜଣେ ବନ୍ଧୁକଧାରୀଙ୍କ ଆଖିବୁଝା ଗୁଳିଚାଳନାରେ ୧୧ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ଆସୋସିଏଟେଡ ପ୍ରେସ ମଧ୍ୟ ୟେମେନ୍‌ ଯୁଦ୍ଧ ସମ୍ପର୍କିତ ରିପୋର୍ଟ ପ୍ରକାଶ କରି ପୁଲିଜର ପୁରସ୍କାର ବିଜୟୀ ହୋଇଛି। ମ୍ୟାନ୍‌ମାରସ୍ଥିତ ରୋହିଙ୍ଗ୍ୟା ମୁସଲମାନ ବିରୋଧୀ ଅତ୍ୟାଚାର ଖବର ପ୍ରକାଶ କରି ରଏଟର ପୁଲିଜର ସମ୍ମାନ ପାଇଛି।
କାଟେଗୋରିରେ କଥା ସାହିତ୍ୟ ପାଇଁ ‘ଦି ଓଭରଷ୍ଟୋରି’ ଲେଖକ ରିଚାର୍ଡ ପାଓ୍ବାର୍ସ ଏବଂ ଡ୍ରାମା ପାଇଁ ‘ଫେୟାରଭିଉ’ର ଲେଖକ ଜ୍ୟାକି ସିବ୍‌ଲିଜଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। ସଂଗୀତ କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ କିମ୍ବଦନ୍ତୀ କଳାକାର ଆରେଠା ଫ୍ରାଙ୍କଲିନ୍‌ ଏବଂ ମେରିଲାଣ୍ଡ ଅନ୍ତର୍ଗତ ଆନାପୋଲିର କ୍ୟାପିଟାଲ୍‌ ଗ୍ୟାଜେଟ ନ୍ୟୁଜପେପରକୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି। ୨୦୧୮ ଜୁନ୍‌ରେ ଜଣେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଉକ୍ତ ଖବରକାଗଜ ସଂସ୍ଥାର ୫ କର୍ମଚାରୀ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

କ୍ରାଶ ହେଉଥିଲା ବିମାନ, ପତ୍ନୀଙ୍କ ପାଇଁ ଏମିତି ବାର୍ତ୍ତା ଦେଲେ ପାଇଲଟ, ଭିଡ଼ିଓ ହେଉଛି ଭାଇରାଲ

ଜର୍ଜିଆ,୧୧।୨: ଆମେରିକାର ଜର୍ଜିଆ ରାଜ୍ୟର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷତି ହୋଇନାହିଁ। ଏହି ଘଟଣା ଘଟିଥିଲା…

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

‘ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ’, ଭାରତକୁ ନେଇ ରୁଷିଆର ବଡ଼ ବୟାନ, ପାକିସ୍ତାନ ଶୁଣିଲେ…

ନୂଆଦିଲ୍ଲୀ,୧୦।୨: “ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ” ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତ ପାଇଁ ଉପଯୁକ୍ତ।…

VIDEO: ବ୍ୟସ୍ତବହୁଳ ରାସ୍ତାରେ କ୍ରାଶ ଲ୍ୟାଣିଂ କଲା ବିମାନ, ଅନେକ କାର ସହିତ ଧକ୍କା…

ନୂଆଦିଲ୍ଲୀ, ୧୦।୨: ଆମେରିକାର ଜର୍ଜିଆରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ଜର୍ଜିଆର ଗେନ୍ସଭିଲରେ ରାସ୍ତା ମଝିରେ ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ଦୁର୍ଘଟଣାଗ୍ରସ୍ତ…

ପାକିସ୍ତାନୁ ଝଟକା ଦେଲା ଭାରତର ‘ବନ୍ଧୁ’, ଭାରତକୁ ହେବ ଲାଭ!

ନୂଆଦିଲ୍ଲୀ/କାବୁଲ,୧୦।୨: ପାକିସ୍ତାନ ଆଉ ଏକ ବଡ଼ ଆର୍ଥିକ ଏବଂ କୂଟନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପଡ଼ୋଶୀ ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ପାକିସ୍ତାନରୁ ଔଷଧ ଆମଦାନୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ…

ଅଷ୍ଟ୍ରେଲିଆରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ବିରୋଧ, ହେଲେ କାହିଁକି ହେଲା ପ୍ରଦର୍ଶନ? ଜାଣନ୍ତୁ…

ସିଡନୀ,୧୦।୨: ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଅଷ୍ଟ୍ରେଲିଆ ଗସ୍ତରେ ଆସୁଛନ୍ତି। ସେ ସୋମବାର ଚାରି ଦିନିଆ ଗସ୍ତ ପାଇଁ ସିଡନୀରେ ପହଞ୍ଚିଥିଲେ। ଗତ ଡିସେମ୍ବରରେ ବଣ୍ଡି ବିଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri