Posted inଜାତୀୟ

ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଅଭିଯାନ: ଦେଶବ୍ୟାପୀ ଆକ୍ରୋଶ, ବିକ୍ଷୋଭ

ଆଲିଗଡ଼/ନୂଆଦିଲ୍ଲୀ,୮ା୬(ପି.ଟି.):ଆଖି ଦୁଇଟିକୁ ନଷ୍ଟ କରିଦିଆଯାଇଛି, ମସ୍ତିଷ୍କକୁ ଗଳିତ କରାଯାଇଛି ଓ ହାତଗୋଡ଼ ଭାଙ୍ଗି ଦିଆଯାଇଛି। ବଳାତ୍କାରକୁ ଅସ୍ବୀକାର କରାଯାଇ ପାରୁନାହିଁ। ନାବାଳିକଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟରୁ ଏହି ବିଷୟ ସାମ୍ନାକୁ ଆସିବା ପରେ ଠଉରାଇ ହୋଇଯାଉଛି ବର୍ବରତା ଓ ନିର୍ମମତାର କେତେ ସୀମା ଲଂଘିଛନ୍ତି ହତ୍ୟାକାରୀ ଜାହିଦ ଓ ଅସ୍‌ଲମ୍‌।
ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ଭଳି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶ(ୟୁପି)ର ଆଲିଗଡ଼ରେ ଘଟିଛି। ମାତ୍ର ୧୦ ହଜାର ଟଙ୍କା ପାଇଁ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ହତ୍ୟା କରାଯାଇଛି। ହତ୍ୟା ପୂର୍ବରୁ ତାଙ୍କୁ ବଳାତ୍କାର ମଧ୍ୟ କରାଯାଇଥିବା ସନ୍ଦେହ କରାଯାଉଛି। ନିଖୋଜ ନାବାଳିକାଙ୍କ ମୃତଦେହ ମିଳିବା ପରେ କେବଳ ଆଲିଗଡ଼ ନୁହେଁ, ବରଂ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବର ଉଠିଛି। ସୋସିଆଲ ମିଡିଆରେ ନାବାଳିକାଙ୍କ ନ୍ୟାୟ ଦାବିରେ ଅଭିଯାନ ଜୋର୍‌ ଧରିବା ସହ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଆଲିଗଡ଼ ଘଟଣାକୁ ନେଇ ସେ ସ୍ତବ୍ଧ ଓ ବିଚଳିତ। ଜଣେ ଶିଶୁକନ୍ୟାଙ୍କୁ ଜଣେ ମଣିଷ ଏତେ ନିର୍ମମ ବ୍ୟବହାର କିପରି କରିପାରେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଟୁଇଟରରେ ରାହୁଲ ଦାବି କରିଛନ୍ତି। ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଆଲିଗଡ଼ର ନିର୍ମମ ହତ୍ୟା ଆଉ ଏକ ଅମାବୀୟ କାଣ୍ଡ ଓ ନିରୀହ ଶିଶୁ ବିରୋଧରେ ଅକଥନୀୟ ଅପରାଧ। ତାଙ୍କ ମା’ବାପା ଏଥିରୁ କିପରି କଷ୍ଟ ପାଉଥିବେ ତାହା ଅନୁଭବ କରିହେଉଛି। ସେହିପରି ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଏହାକୁ ଅତ୍ୟନ୍ତ ଲଜ୍ଜାଜନକ ଓ ଦୁଃଖଦ ଘଟଣା ଭାବେ ଅଭିହିତ କରି ଉତ୍ତରପ୍ରଦେଶ ସରକାର ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡିତ କରନ୍ତୁ ବୋଲି ଦାବି କରିଛନ୍ତି। ସେଲିବ୍ରିଟିମାନେ ମଧ୍ୟ ଏହି କାଣ୍ଡକୁ ନିନ୍ଦା କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି। ଅଭିନେତା ଅକ୍ଷୟ କୁମାର ଟୁଇଟ୍‌ କରିଛନ୍ତି, ଆଲିଗଡ଼ ଘଟଣାକୁ ନେଇ ସେ ଆତଙ୍କିତ ଓ କ୍ରୋଧିତ। ଆମ ପିଲାଙ୍କ ପାଇଁ ଯେପରି ଦୁନିଆ ଚାହୁଁ, ନିଶ୍ଚିତ ଭାବେ ଏହା ତାହା ନୁହେଁ। ଅପରାଧୀଙ୍କୁ ଦଣ୍ଡ ମିଳୁ। ସୋସିଆଲ ମିଡିଆରେ ଅଭିଷେକ ବଚ୍ଚନ ଲେଖିଛନ୍ତି, ଏଭଳି ହୀନ କାର୍ଯ୍ୟ କରିବା ପାଇଁ ଜଣେ କିପରି ଚିନ୍ତା କରିପାରେ। ନିନ୍ଦା ପାଇଁ ଭାଷା ନାହିଁ। ସେହିପରି ଅଭିନେତ୍ରୀ ସୋନମ କପୁର ଆହୁଜା କହିଛନ୍ତି, ଆଲିଗଡ଼ ଝିଅ ଉପରେ ଯାହା ବିତିଛି ତାହା ହୃଦୟ ବିଦାରକ ଓ ଭୟଙ୍କର। ଶିଶୁ ପାଇଁ ପ୍ରାର୍ଥନା। ଏହାକୁ ସ୍ବାର୍ଥପର ଏଜେଣ୍ଡା ଭାବେ ବ୍ୟବହାର କରା ନ ଯାଉ। ଶିଶୁକନ୍ୟା ନାମରେ ଟୁଇଟରରେ ଏକ ହ୍ୟାସ୍‌ଟ୍ୟାଗ୍‌ ଟ୍ରେଣ୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହାକୁ ନେଇ ୫୦ ହଜାର ଟୁଇଟ୍‌ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri