Posted inଖେଳ

ନ୍ୟାଶନାଲ ମାଷ୍ଟର୍ସ ଗେମ୍ସ ମହିଳା ଫୁଟବଲ; ଗୀତାଞ୍ଜଳିଙ୍କ ନେତୃତ୍ୱରେ ଖେଳିବ ଓଡ଼ିଶା

ଭୁବନେଶ୍ୱର, ୨।୨(କ୍ରୀଡ଼ା ପ୍ରତିନିଧି)- ବରୋଦାରେ ନ୍ୟାଶନାଲ ମାଷ୍ଟର୍ସ ଗେମ୍ସର ୩ୟ ସଂସ୍କରଣ ଚଳିତ ମାସ ୫ରୁ ୯ ପର୍ଯ୍ୟନ୍ତ ଅନଷ୍ଠିତ ହେବ। ଏଥିରେ ମହିଳା ଓ ପୁରୁଷ ଫୁଟବଲ, ଆଥଲେଟିକ୍ସ, ବ୍ୟାଡ୍‌ମିଣ୍ଟନ ଓ ଭଲିବଲ ଆଦି ଇଭେଣ୍ଟରେ ଓଡ଼ିଶାଦଳ ଅଂଶଗ୍ରହଣ କରିବ। ପ୍ରତିଯୋଗିତାରେ ଓଡ଼ିଶାର ୧୦୬ ଜଣିଆ ପ୍ରତିନିଧି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶାର ପ୍ରଥମ ମହିଳା ଫୁଟବଲ ଅଧିନାୟିକା ଗୀତାଞ୍ଜଳି ସାମନ୍ତରାୟ ଆଗାମୀ ଟୁର୍ନାମେଣ୍ଟରେ ଓଡ଼ିଶା ଦଳର ନେତୃତ୍ୱ ନେବେ। ଅତୀତରେ ଓଡ଼ିଶାରେ ମହିଳା ଫୁଟବଲର ଚିହ୍ନ ନ ଥିବାବେଳେ ସାହସ ଦେଖାଇଥିଲେ ଗୀତାଞ୍ଜଳି। ତାଙ୍କର ବଳିଷ୍ଠ ନେତୃତ୍ୱ ଓଡ଼ିଶାରେ ମହିଳା ଫୁଟବଲର ଭିତ୍ତି ପକାଇଥିଲା। ସେତେବେଳେ ତାଙ୍କର ସେହି ସାହସ ଏବଂ ନେତୃତ୍ୱ ଦକ୍ଷତା ଯୋଗୁ ଜାତୀୟ ଦୃଶ୍ୟପଟରେ ଓଡ଼ିଶା ମହିଳା ଫୁଟବଲ ନିଜର ସ୍ଥିତି ଜାହିର କରିଥିଲା। ଫଳସ୍ବରୂପ ପରବର୍ତ୍ତୀ ସମୟରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପରି ଅନେକ ଓଡ଼ିଆ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିବାର ସୁଯୋଗ ପାଇଥିଲେ। ସମ୍ପ୍ରତି ନାଲ୍‌କୋରେ କାର୍ଯ୍ୟରତ ଗୀତାଞ୍ଜଳି ଏବେ ପୁଣିଥରେ ନିଜ ନେତୃତ୍ୱର ଯାଦୁ ଦେଖାଇବାକୁ ଯାଉଛନ୍ତି। ବରୋଦାରେ ମହିଳା ଫୁଟବଲ ଇଭେଣ୍ଟ ଆସନ୍ତା ୬ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡ଼ିଶାର ୧୧ ଜଣିଆ ଦଳ ରବିବାର ସକାଳେ ବରୋଦା ଯିବା କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଶନିବାର କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାଛାତ୍ରାବାସର ଅନ୍ତେବାସୀ ଏବଂ କୋଚ୍‌/ଅଫିସିଆଲମାନେ ଗୀତାଞ୍ଜଳିଙ୍କ ଟିମ୍‌କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ଦଳରେ ଗୀତାଞ୍ଜଳିଙ୍କ ବ୍ୟତୀତ କଳ୍ପନା ସାହୁ, ପ୍ରଥମା ପ୍ରିୟଦର୍ଶିନୀ, ସରିତା ପଣ୍ଡା, ଦେବୀ ମହାନ୍ତି, ମମ୍‌ତାଜ ବେଗମ୍‌, ସମସେର ବେଗମ୍‌, ଦୀପ୍ତି ମିଶ୍ର ପ୍ରମୁଖ ପୁରୁଣା ପ୍ରତିଷ୍ଠିତ ଖେଳାଳିମାନେ ସ୍ଥାନ ପାଇଛନ୍ତି।
ନୂଆ ଅନୁଭୂତି ହେବ
”ମହିଳା ଫୁଟବଲ ଟିମ୍‌ରେ ସାମିଲ ଥିବା ସମସ୍ତ ଖେଳାଳି ଅଭିଜ୍ଞ। ମାତ୍ର ଦୀର୍ଘଦିନଧରି ଖେଳରୁ ଦୁରେଇ ରହିଥିବାରୁ ଏଥର ଏକ ନୂଆ ଅନୁଭୂତି ହେବ । ଆମେ ଯେତେବେଳେ ୧୯୯୨ରେ ପ୍ରଥମଥରପାଇଁ ଆସାମ ଯାଇଥିଲୁ ସେତେବେଳେ ଠିକ୍‌ଭାବେ ଖେଳିବା ଜାଣି ନ ଥିଲୁ। ଏବେ ସେ ସ୍ଥିତି ଯଦିଓ ନାହିଁ ତେବେ ସେହି ସମୟର କଥା ସ୍ମରଣକୁ ଆସୁଛି। ପୁଣିଥରେ ନୂଆକରି ଖେଳିବାକୁ ଯିବାଭଳି ଲାଗୁଛି। କାରଣ ଏକ ବଡ଼ ବ୍ୟବଧାନରେ ପରେ ମୁଁ ପୁଣି ଓଡ଼ିଶା ଦଳର ନେତୃତ୍ୱ ନେବାକୁ ଯାଉଛି। ଖେଳରୁ ଦୂରରେ ରହିଥିଲେ ହେଁ ମୁଁ ଗେମ୍‌କୁ ସମ୍ପୂର୍ଣ୍ଣ ଛାଡ଼ି ନ ଥିଲି। ମାତ୍ର ଅନ୍ୟ ପିଲାମାନଙ୍କର ଫିଟ୍‌ନେସ ସ୍ତର ସେତେ ଭଲ ନାହିଁ। ପାରିବାରିକ ସମସ୍ୟା ଥିବାଯୋଗୁ କେତେକ ଖେଳାଳି ଯିବା ମଧ୍ୟ ସମ୍ଭବ ହେଉନି। ଦୀର୍ଘ ୧୫-୧୬ ବର୍ଷ ପରେ ପୁଣିଥରେ ଏକ ରାଜ୍ୟ ଦଳର ନେତୃତ୍ୱ ନେଉଛି। ଭଲ ପ୍ରଦର୍ଶନ ପାଇଁ ଆଶା ଅଛି। ନିଯୁକ୍ତିସଂସ୍ଥା ନାଲ୍‌କୋ ଏବଂ ପରିବାରରୁ ସମର୍ଥନ ମିଳିଥିବାରୁ ଏବେ ପୁଣିଥରେ ଖେଳିବାକୁ ବାହାରକୁ ଯିବା ସମ୍ଭବ ହେଉଛି“ ବୋଲି ଗୀତାଞ୍ଜଳି ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଗୁଜରାଟ ମାଷ୍ଟର୍ସ ଗେମ୍ସ ଆସୋସିଏଶନ ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ଆଥଲେଟିକ୍‌, ହକି, ଶୁଟିଂ, ବାସ୍କେଟବଲ, ଟେବୁଲ ଟେନିସ, ସୁଇମିଂ, ବ୍ୟାଡ୍‌ମିଣ୍ଟନ, କବାଡ଼ି, ଭାରୋତ୍ତୋଳନ, ଆର୍ଚେରୀ, ଭଲିବଲ, ହ୍ୟାଣ୍ଡବଲ, ଫୁଟବଲ ଓ ଲନ୍‌ଟେନିସ ଆଦି ଇଭେଣ୍ଟ ଅନୁଷ୍ଠିତ ହେବ।
ଫୁଟବଲ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri