Posted inଜାତୀୟ

ନୌଶେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଭାରତୀୟ ଯବାନ ଶହୀଦ,୧୨ରୁ ଅଧିକ ପାକିସ୍ତାନୀ ସୈନ୍ୟ ଆହତ

ଶ୍ରୀନଗର,୨୨।୬: ଜମ୍ମୁ-କଶ୍ମୀରର ନୌଶେରାସ୍ଥିତ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ପୁଞ୍ଛ ଜିଲାର କ୍ରିଷ୍ଣାଘାଟି, ରାଜୌରୀ ଏବଂ ନୌଶେରା ସେକ୍ଟରକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଭୋର୍‌ ୩ଟା ୩୦ ଠାରୁ ଏଭଳି ଜାରି ରହିଥିବା କୁହାଯାଉଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେ ଫରଓ୍ବାର୍ଡ ପୋଷ୍ଟରେ ମୁତୟନ ଥିଲେ। ଶହୀଦ ହୋଇଥିବା ଯବାନ ଜଣେ ନାଏବ ସୁବେଦାର ବୋଲି କୁହାଯାଉଛି। ଭାରତୀୟ ସେନା ଏହାର କଡ଼ା ଜବାବ ଦେବା ଆରମ୍ଭ କରିଛନ୍ତି। ଭାରତୀୟ ସେନାଙ୍କ ଗୁଳି ମାଡ଼ରେ ୧୨ରୁ ଅଧିକ ପାକିସ୍ତାନୀ ସୈନ୍ୟ ଆହତ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜୁନ୍‌ ୫ଠାରୁ ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ୪ ଜଣ ଯବାନ ଶହୀଦ ହୋଇଛନ୍ତି। ଜୁନ୍‌ ୫ରେ ରାଜୌରୀ ଜିଲାର ସୁନ୍ଦରବାଣୀ ସେକ୍ଟରରେ ହାବିଲଦାର ପି. ମାଥାଇଜାହାଗନ ଶହୀଦ ହୋଇଥିବାବେଳେ ଜୁନ୍‌ ୧୦ରେ ତାରକୁଣ୍ଡିରେ ନାଏକ ଗୁରୁଚରଣ ସିଂ ଏବଂ ଜୁନ୍‌ ୧୪ରେ ସିପାହୀ ଲଙ୍ଗାମ୍ବୁଇ ଏବୋନମେଇ ପୁଞ୍ଛ ଅଞ୍ଚଳରେ ଶହୀଦ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଅଭିନେତାଙ୍କୁ ଶେଷ ଫୋନ୍‌ କଲ୍‌ କରିଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକଙ୍କ ସମେତ ସେଲିବ୍ରେଟିମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।...

ଉତ୍ତରାଖଣ୍ଡ ବସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦେବେ ୫ ଲକ୍ଷ ଲେଖାଏଁ ସହାୟତା

ଡେରାଡୁନ,୬ ।୬: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଯମୁନେତ୍ରୀ ଜାତୀୟ ରାଜପଥରେ ରିଖାଉ ଖଡ୍ଡେ ନିକଟରେ ହୋଇଥିବା ବସ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

ଭାଜପା-ଆରଏସଏସ ମତେ ଟାର୍ଗେଟ କରୁଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇ ଗୁରୁ ଭାବେ ସ୍ବୀକାର କରୁଛି: ରାହୁଲ…

ନୂଆଦିଲ୍ଲୀ,୩୧।୧୨ : ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଏପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅନୁଭୂତି ଗଣମାଧ୍ୟମକୁ ଜଣାଇଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ଅନେକ...

ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍‌କା

ଅହମ୍ମଦାବାଦ,୧୨।୯: ଗୁଜରାଟ ନିର୍ବାଚନ ପାଇଁ ନିଜର ପୁରା ଦମ୍‌ ଲଗାଇଥିବା ଆମ ଆଦମୀ ପାର୍ଟି(ଏଏପି)କୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି)...

ସ୍ବାମୀଙ୍କୁ ଛାଡପତ୍ର ଦେଲେ ସ୍ବାତୀ ମାଲିୱାଲ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ସ୍ବାମୀ ନବୀନ ଜୟହିନ୍ଦଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏନେଇ ଟୁଇଟରେ ସେ ସୂଚନା ଦେଇ ଏକ ଭାବପ୍ରବଣ...

ଏଲ୍‌ଓସିରେ କଡ଼ା ସୁରକ୍ଷା, ୧୨୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି…

ଶ୍ରୀନଗର, ୭।୪ : ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲ୍‌ଓସିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ନିକଟରେ...

ଛୁଟି ପାଇଁ ଲାଞ୍ଚ: ଶିକ୍ଷା ବିଭାଗ କଲା ପର୍ଦ୍ଦାଫାଶ୍‌

ଲକ୍ଷ୍ନୌ,୫।୧୨: ଉତ୍ତରପ୍ରଦେଶରେ ଛୁଟି ପାଇଁ ପ୍ରାଥମିକ ଶିକ୍ଷୟତ୍ରୀ ଏବଂ ଶିକ୍ଷକଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏହାର...

ଏଲ୍‌ଓସିର ପାନସରରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

ଶ୍ରୀନଗର, ୨୩।୧: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପୁଣି ଏକସୁଡ଼ଙ୍ଗ ଠାବ କରାଯାଇଛି। କଠୁଆ ଜିଲାର ହୀରନଗରର ପାନସରଠାରେ ୧୫୦ ମିଟର ଲମ୍ବ...

Advertisement
Archives

Model This Week