ନୌବାଦ୍ୟରେ ଦେଶକୁ ସଲାମ

ଭୁବନେଶ୍ୱର, ୮ା୧୨(ବ୍ୟୁରୋ)

ନୌସେନା ଦିବସ ପାଳନ ଅବସରରେ ଶନିବାର ନୌସେନା ପ୍ରଭାରୀ (ଓଡ଼ିଶା) ଓ ଭାରତୀୟ ନୌସେନା ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ଉତ୍କଳ ମଣ୍ଡପଠାରେ ନୌବାଦ୍ୟ ପରିବେଷଣ କରାଯାଇଥିଲା। ନୌସେନାର ବୃନ୍ଦ ବାଦ୍ୟ ଓ ସଙ୍ଗୀତରେ ଦେଶକୁ ସଲାମ କରିଥିଲେ ନୌସେନା। ପ୍ରଥମେ ‘ଏ ଟିମ୍‌’ ଓ ପରେ ‘କଲୋନେଲ ବୋଗି’ ବାଦ୍ୟ ନିଆରା ପରିବେଶ ସୃଷ୍ଟି କରିଥିଲା। ଏହାପରେ ‘କେଶରୀ’ ଫିଲ୍ମର କଣ୍ଠଶିଳ୍ପୀ ବି. ପାରକଙ୍କ ଦେଶାତ୍ମବୋଧକ ସଙ୍ଗୀତ ‘ତେରେ ମିଟି ମେଁ ମିଲ୍‌ ଜାଓ୍ବା, ଗୁଲ ବନ୍‌କେ ମେଁ ଖିଲ୍‌ ଜଓ୍ବା’ ଉପସ୍ଥିତ ଶ୍ରୋତାଙ୍କୁ ଭାବ ବିହ୍ବଳ କରିଦେଇଥିଲା। ଗୀତ ଶୁଣିବା ସମୟରେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ଏହି ନୌସେନାଙ୍କ ପ୍ରତି ଉପସ୍ଥିତ ଶ୍ରୋତାଙ୍କ ସମ୍ମାନ ଆହୁରି ବଢ଼ି ଯାଇଥିଲା। କେତେଜଣ ଶ୍ରୋତାଙ୍କ ଲୋମ ଟାଙ୍କୁରି ଉଠିବା ସହ ଆଉ କେତେଜଣଙ୍କ ଆଖିରୁ ସ୍ବତଃ ଅଶ୍ରୁ ଝରିପଡିଥିବା ଦେଖିବାକୁ ମିଳିଥିଲା।
ଆମେରିକାର ପ୍ରସିଦ୍ଧ ଲୋକ ସଙ୍ଗୀତ ‘ହୁଟେନାନ୍ନି’ ପରିବେଷଣ କରାଯାଇଥିଲା। ବଲିଉଡ଼ର ରାଜ କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଅନେକ ହିନ୍ଦୀ ଗୀତର ବୃନ୍ଦ ବାଦ୍ୟ ଗାନ କରାଯାଇଥିଲା। ପରେ ଇଂଲିଶ ଭୋକାଲ ‘ଓ୍ବି ଆର୍‌ ଦି ଓ୍ବାର୍ଲଡ’, ‘ଟାଟୋ-୨୦୦୯’, ଦେଶାତ୍ମବୋଧକ ମେଲାଡି, ରକ୍‌ ‘ଏନ୍‌’ ମେଲୋଡ଼ି ଶୁଣିଥିଲେ ଲୋକେ। ତିନି ସେନାର ମାର୍ଚିଂ ମେଲୋଡ଼ି ତଥା ଭାରତୀୟ ସଶସ୍ତ୍ରବଳର ହସ୍ତାକ୍ଷର ଧ୍ୱନୀ ‘ଟ୍ରାଇ-ସର୍ଭିସ ସଙ୍ଗ୍‌’ରେ ଉତ୍ସବ ସରିଥିଲା। କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନୌସେନା ଅଧିକାରୀ, ଓଡ଼ିଶା ତଥା ଆଇଏନ୍‌ଏସ୍‌ ଚିଲିକାର କମାଣ୍ଡିଙ୍ଗ୍‌ ଅଫିସର କମୋଡର ଋତୁରାଜ ସାହୁ ମୁଖ୍ୟଅତିଥିଙ୍କୁ ସ୍ବାଗତ କରିଥିଲେ। ଅବସରପ୍ରାପ୍ତ ସାମରିକ କର୍ମଚାରୀ, ଭାରତୀୟ ସଶସ୍ତ୍ରବଳର କାର୍ଯ୍ୟରତ ଅଧିକାରୀ ଏବଂ ଓଡ଼ିଶା ପୋଲିସ ବିଭାଗର ପଦସ୍ଥ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri