Posted inଜାତୀୟ

ନେପାଳ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ କରିପାରନ୍ତି ଆତଙ୍କବାଦୀ

ପିଥୋରଗଡ,୨୫।୧୦: ନେପାଳ ରାସ୍ତା ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଶଙ୍କାରେ ଭାରତ-ନେପାଳ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ପିଥରଗଡର ପୁଲିସ ଅଧୀକ୍ଷକ ଗୁରୁବାର ସନ୍ଧ୍ୟାରେ ଝୁଲାଘାଟରେ ପହଞ୍ଚି ସୀମାର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ପିଥୋରଗଡ ଜିଲାର କାଳୀ ନଦୀ ଭାରତ ଓ ନେପାଳ ସୀମାକୁ ବିଭାଜନ କରୁଛି। ପାଖାପାଖି ୧୮୦ କିଲୋମିଟର ଲମ୍ବା ଏହି ସୀମାରେ ୬ଟି ଝୁଲା ପୋଲରେ ଯାତାୟତ ହୋଇଥାଏ। ନେପାଳ ସହ ସୁସମ୍ପର୍କ ଥିବା କାରଣରୁ ଦୁଇ ଦେଶ ମଧ୍ୟରେ ବିନା କୌଣସି ଦ୍ୱନ୍ଦରେ ଲୋକମାନେ ଗମନାଗମନ କରିଥାନ୍ତି। କିନ୍ତୁ ଅନୁପ୍ରବେଶକାରୀ ଏହାର ସୁଯୋଗ ନେଇପାରନ୍ତି ବୋଲି ଆଶଙ୍କା କରି ସୀମାରେ ଅବାଞ୍ଛିତ ଗତିବିଧି ଉପରେ ନଜର ରଖିବାକୁ ଏସ୍‌ଏସ୍‌ବି ନିୟୋଜିତ ହୋଇଛନ୍ତି। ଦୀପାବଳି ଅବସରରେ ଆତଙ୍କୀ ସୀମାରେ ଅନୁପ୍ରବେଶ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ୧୦ ଦିନ ପର୍ଯ୍ୟନ୍ତ ଆଲର୍ଟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା-କୃଷକ ମୁହାଁମୁହିଁ

ଗାଜିଆବାଦ,୩୦।୬: ଦିଲ୍ଲୀର ଗାଜିପୁର ସୀମାରେ ଭାଜପା କର୍ମକର୍ତ୍ତା ଓ କୃଷକ ମୁହାଁମୁହିଁ। କେନ୍ଦ୍ରରେ ମୋଦି ସରକାରଙ୍କ ୩ଟି କୃଷି ଆଇନ ବିଲ୍‌ ବିରୋଧରେ ଦିଲ୍ଲୀ ସୀମାରେ...

ପାକିସ୍ତାନର ସ୍ବାଧୀନତା ଦିବସରେ ଭାରତୀୟ ଟୁଇଟର ବ୍ୟବହାରକାରୀ ଟ୍ରୋଲ କରି ଲେଖିଲେ ‘# ହାପି ବାର୍ଥଡେ ବେଟା’

ନୂଆଦିଲ୍ଲୀ,୧୪।୮: ପାକିସ୍ତାନ ଅଗଷ୍ଟ ୧୪ ବୁଧବାର ନିଜର ୭୩ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ ଟୁଇଟର ବ୍ୟବହାରକାରୀ ପଡୋଶୀ ଦେଶକୁ ଟୁଇଟରରେ...

ଆଜି ପ୍ରଚାରର ଶେଷ ଦିନ: ନନ୍ଦିଗ୍ରାମରେ ଶାହା-ମମତା ମୁହାଁମୁହିଁ

କୋଲକାତା,୩୦।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୧ରେ ଅନୁଷ୍ଠିତ ହେବ। ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ନନ୍ଦିଗ୍ରାମରେ ଏକ ନିର୍ବାଚନ...

ବିକାଶ ଦୁବେଙ୍କ ଲଭ୍‌ଷ୍ଟୋରୀ: ଶାଶୁ-ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ କରିଥିଲେ ବିବାହ

ଲକ୍ଷ୍ନୌ, ୧୧।୭: ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ତାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ତାଙ୍କ ଲଭ୍‌ଷ୍ଟୋରୀ ନେଇ ସୋସିଆଲ ମିିଡ଼ିଆରେ...

୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରୁ ଠେଲି ହତ୍ୟା କଲେ ଶିକ୍ଷକ

ବେଙ୍ଗାଲୁରୁ,୧୯।୧୨: କର୍ନାଟକର ହଗଲି ଗ୍ରାମର ଆଦର୍ଶ ପ୍ରାଇମେରୀ ସ୍କୁଲ ଶିକ୍ଷକ ମୁଥାପ୍ପା ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରୁ ଠେଲି ହତ୍ୟା କରିଛନ୍ତି। ପ୍ରଥମେ ମୁଥାପ୍ପା...

ସିବିଆଇ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ

ଗାଜିଆବାଦ୍‌,୧୪।୧: ଉତ୍ତରପ୍ରଦେଶ ଗାଜିଆବାଦ୍‌ସ୍ଥିତ ସିବିଆଇ ଏକାଡେମୀରେ କାର୍ଯ୍ୟ କରୁଥିବା କେତେକ ଅଧିକାରୀଙ୍କ ଘରେ ଗୁରୁବାର ସିବିଆଇ ଚଢ଼ାଉ କରାଯାଇଛି। ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି।...

କରୋନା ଦେଖେନି ଧର୍ମ-ବର୍ଣ୍ଣ-ଜାତି: ଏକଜୁଟ ହୋଇ ଆମେ ଲଢ଼ିବା ଭାରତବାସୀ; କହିଲେ ମୋଦି

ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ଧର୍ମ, ବର୍ଣ୍ଣ, ଜାତି ଦେଖେନି। ଏହା ଯେ କୌଣସି ଲୋକଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ। ଏହା ବିରୋଧରେ ଆମେ ଭାରତବାସୀ ଏକଜୁଟ...

ଅଭିନେତ୍ରୀଙ୍କ କାରନାମା; ଭାଇକୁ ହତ୍ୟା ପରେ ଟିକଟିକ୍‌ କରି କାଟି ଦେଲେ

ହୁବାଲି,୨୮।୪ : ଲିଭ୍‌ଇନ ରିଲେଶନକୁ ବିରୋଧ କରିବାରୁ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି କନ୍ନଡ ଅଭିନେତ୍ରୀ ଶାନାୟା କାଟ୍‌ଭେ। ଏହି ହତ୍ୟାରେ ତାଙ୍କୁ...

Advertisement
Archives

Model This Week