ନୃତ୍ୟରେ କମ୍ପିଲା ମୁକ୍ତାକାଶ ରଙ୍ଗମଞ୍ଚ

ପାଲଲହଡା,୭ା୩(ଡି.ଏନ.ଏ) – ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ଲୋକ ମହୋତ୍ସବ ମାଲ୍ୟଗିରି ମହୋତ୍ସବର ଶୁକ୍ରବାର ଥିଲା ଦ୍ୱିତୀୟ ସା। ଏହି ଅବସରରେ ଜିଲା ତଥା ଜିଲା ବାହାରୁ ଆସିଥିବା କଳାକାରମାନଙ୍କ ନୃତ୍ୟଗୀତରେ ଦୁଲୁକି ଉଠିଥିଲା ମାଲ୍ୟଗିରି ମୁକ୍ତାକାଶ ରଙ୍ଗମଞ୍ଚ। ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ସ୍ବତନ୍ତ୍ର ଅତିଥି ଭାବେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର, ଉପଜିଲାପାଳ ଅଜିତ କୁମାର ପ୍ରଧାନ, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଆଖ୍ୟା କୁମାର ସାହୁ ଯୋଗ ଦେଇଥିଲେ। ପରେ ମହୋତ୍ସବ କମିଟି ତରଫରୁ ନିମନ୍ତ୍ରିତ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା। ଦ୍ୱିତୀୟ ସାଂସ୍କୃତିକ ସାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଛଉ ନୃତ୍ୟ ଏବଂ କ୍ରିଏଟିଭ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟକୁ ଦର୍ଶକ ମନଭରି ଉପଭୋଗ କରିଥିବାବେଳେ ପାରମ୍ପରିକ ଲୋକନୃତ୍ୟ ସାଙ୍ଗକୁ ବିଭିନ୍ନ ଜିଲାରୁ ଆସିଥିବା କଳାକାରମାନଙ୍କ ମୁଣ୍ଡା ନୃତ୍ୟ, ପାଲା, ଛଉ ନୃତ୍ୟ, ଆଧୁନିକ ନୃତ୍ୟ ଗୀତରେ ମଞ୍ଚ ଦୁଲୁକି ଉଠିଥିଲା ଓଲିଉଡ କଳାକାର ସମ୍ବିତ ଆଚାର୍ଯ୍ୟଙ୍କ ଅଭିନୟ ଏବଂ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ। ସାରୁ ବର୍ଷା ଲାଗି ରହିଥିଲେ ମଧ୍ୟ ଜନ ସମାଗମ ଦେଖିବାକୁ ମିଳିଥିଲା। ଟ୍ରାଫିକ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମହୋତ୍ସବର ତୃତୀୟ ସାରେ ରାବଣାଛାୟା, ଗୋଟିପୁଅ, ଡାଲଖାଇ ନୃତ୍ୟ, ଭାରତ ନାଟ୍ୟମ ପରିବେଷଣ ସହ ହାସ୍ୟ ଅଭିନେତା ପପୁ ପମ୍‌ ପମ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଚାକୀରିଆଙ୍କୁ ୟୁଟ୍ୟୁବରଙ୍କ ଟକ୍କର: ବିବାହରେ ମିଳିଲା ୭୧ ଲକ୍ଷ ଟଙ୍କା, ୨୧ ତୋଳା ସୁନା

ମୁମ୍ବାଇ,୩।୨: ଆଗରୁ ବାହାଘର ପାଇଁ ସରକାରୀ ଚାକିରିଆଙ୍କ ପ୍ରବଳ ଡିମାଣ୍ଡ ଥିଲା। ଏବେ ୟୁଟ୍ୟୁବର ମଧ୍ୟ ଏହି ରେସରେ ସାମିଲ ହୋଇଯାଇଛନ୍ତି। ଜଣେ ଲୋକପ୍ରିୟ ଭାରତୀୟ ୟୁଟ୍ୟୁବରଙ୍କ…

ସାମାନ୍ୟ ବଚସା ପରେ ଧସ୍ତାଧସ୍ତି: ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ମୁଣ୍ଡ ପିଟି…

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଇଣ୍ଡିଆନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ଜଣେ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ…

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

କିଏ ସେ ୟୁମନାମ୍‌ ଖେମଚାନ୍ଦ ସିଂହ? ଯିଏ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ,ହଟିବ ରାଷ୍ଟ୍ରପତି ଶାସନ; ଜାଣନ୍ତୁ… 

ଇମ୍ଫାଲ,୩।୨: ମଣିପୁରରେ ପ୍ରାୟ ଏକ ବର୍ଷ ଧରି ଚାଲିଥିବା ରାଷ୍ଟ୍ରପତି ଶାସନ ପରେ ନୂଆ ସରକାର ଗଠନର ପ୍ରକ୍ରିୟା ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି (ଭାଜପା)…

ଭାଙ୍ଗିଗଲା ଆଶା: ଜମି ରେଜିଷ୍ଟେଶନ ପାଇଁ ଯାଇଥିଲେ ତହସିଲ ଅଫିସ, ଦୁର୍ଘଟଣାରେ ଗଲା ଜୀବନ

କେସିଙ୍ଗା,୩ା୨(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଉତ୍କେଲା ପଞ୍ଚାୟତ ମାଟିଆ ଗ୍ରାମର…

ରୁଷିଆଠାରୁ ତେଲ କିଣିବ ନାହିଁ ଭାରତ? ଟ୍ରମ୍ପଙ୍କ ଦାବି ପରେ ଆସିଲା ପୁଟିନ୍‌ଙ୍କ ପ୍ରତିକ୍ରିୟା! ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ/ମସ୍କୋ,୩।୨: ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତିନାମା ପରେ ରୁଷିଆ ପକ୍ଷରୁ ଆଧିକାରୀକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

ତେଜିଲା ସମାନ କାମକୁ ସମାନ ଦରମା ଦାବି

ଛତ୍ରପୁର, ୩ା୨(ଦିଲୀପ ସାମଲ)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ସ୍ୱୀକୃତିପ୍ରାପ୍ତ ଭେଣ୍ଡର ଏବଂ କଣ୍ଟ୍ରାକ୍ଟରଙ୍କ ଅଧୀନରେ ଦୀର୍ଘଦିନ ଧରି କାମ କରୁଥିବା ଅପରେଟର, ଡ୍ରାଇଭର ଓ…

ଗୌରୀ ଶଙ୍କରଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ: ହେଲେ ବିଜେଡି କାର୍ଯ୍ୟକାରୀ ସଭାପତି

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା): ଜିଲା  ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ରାୟଗଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପି.ଗୌରୀ ଶଙ୍କର। ଏନେଇ ମଙ୍ଗଳବାର ପ୍ରେସ ରିଲିଜ  ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri