ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ପୀତି, ଜିଡିପି

ନୂଆଦିଲ୍ଲୀ,୨୩-୫: ଗୁରୁବାର ଦେଶର ସାଧାରଣ ନିର୍ବାଚନ ଫଳାଫଳ ଆସୁଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ପୁଣି ଥରେ କ୍ଷମତାକୁ ଫେରିବା ନେଇ ଏକଜିଟ୍‌ ପୋଲ୍‌ କହି ସାରିଛି। ଏପରି ସ୍ଥିତିରେ ଦେଶବାସୀଙ୍କ ମନରେ ଉତ୍କଣ୍ଠା ଭରି ରହିଥିବା ବେଳେ ନିର୍ବାଚନ ଫଳାଫଳର ପ୍ରକୃତ ରୂପ କଣ ରହିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। କେନ୍ଦ୍ରରେ ସରକାର କିଏ ବି ଗଢୁ, ମାତ୍ର ନୂଆ ସରକାରଙ୍କ ସାମ୍ନାରେ ମୁଦ୍ରାସ୍ଫୀତି ଏବଂ ଜିଡିପି ଭଳି ଅନ୍ୟ କେତେକ ପ୍ରସଙ୍ଗ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ମୋଦି ସରକାର ପୁଣି ଥରେ ଶାସନ କ୍ଷମତାକୁ ଫେରିବ ବୋଲି ରବିବାର ପ୍ରକାଶିତ ଏକଜିଟ ପୋଲ୍‌ କହିଥିବା ବେଳେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଗୁଡିକ ମଧ୍ୟ ଶାସନ ଡୋର ସମ୍ଭାଳିବେ ବୋଲି କହୁଛନ୍ତି। ମାତ୍ର ଯାହାବି ହେଉ ଅର୍ଥନୀତି ସାମ୍ନାରେ ଆସୁଥିବା ଆହ୍ବାନକୁ ନୂଆ ସରକାରଙ୍କୁ ସାମ୍ନା କରିବାକୁ ହେବ।
ମୋଦି ସରକାରଙ୍କୁ ୨୦୧୪-୧୯ ସମୟ ମଧ୍ୟରେ ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ ବିଶେଷ ଅସୁବିଧା ସାମ୍ନା କରିବାକୁ ପଡି ନାହିଁ। ଏହି ସମୟରେ ଇନ୍ଧନ ହେଉ କିମ୍ବା ଖାଦ୍ୟ ସାମଗ୍ରୀ ଦରଦାମ ନିୟନ୍ତ୍ରଣରେ ରହିଥିଲା। ମାତ୍ର ନୂଆ ସରକାରଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିବ ନାହିଁ। ଦରଦାମରେ ବୃଦ୍ଧି ପରିଲକ୍ଷିତ ହେଉଥିବା ଜଣାପଡିଛି। ପଶ୍ଚିମ ଏସିଆର ଦେଶଗୁଡିକର ସ୍ଥିତିରେ ପରିବର୍ତ୍ତନ ଆସିବା ଯୋଗୁ ତେଲ ଦର ବଢିବାର ସମ୍ଭାବନା ରହିଛି। ସେହିଭଳି ଖାଦ୍ୟ ସାମଗ୍ରୀ ଦରଦାମ ଅନେକ ଦିନ ଧରି ନିୟନ୍ତ୍ରଣରେ ରହିବା ପରେ ଦରବୃଦ୍ଧି ଘଟିଥିବା ସାମ୍ନାକୁ ଆସିଛି।

ଚାହିଦା ହ୍ରାସ ଚିନ୍ତା ବଢାଇବ
ଚାହିଦାରେ ହ୍ରାସ ଫଳରେ ଅର୍ଥନୀତି ଉପରେ ପ୍ରଭାବ ପଡିବାର ବିଶେଷ ସମ୍ଭାବନା ରହିଛି। ଏହା ନୂଆ ସରକାରଙ୍କ ଲାଗି ଚିନ୍ତା ବଢାଇବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଏଫ୍‌ଏମ୍‌ସିଜି ଏବଂ ଯାତ୍ରୀବାହି ଯାନ କ୍ଷେତ୍ରରେ ଚାହିଦା ହ୍ରାସ ହେବା ଯୋଗୁ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିଛି। ବ୍ଲୁମବର୍ଗ ରିପୋର୍ଟ ମୁତାବକ ୨୦୧୮ର ଶେଷ ତିନି ମାସରେ ଏଫ୍‌ଏମ୍‌ସିଜି କ୍ଷେତ୍ର ଅଭିବୃଦ୍ଧି ହାର ୧୬% ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ ତିନି ମାସରେ ଏହା ୧୩.୬%କୁ ହ୍ରାସ ଘଟିଛି। ଗ୍ରାମାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରି ହ୍ରାସ ଘଟିଥିବା ସାମ୍ନାକୁ ଆସିଛି।

ଜିଡିପିରେ ହ୍ରାସ
ଚଳିତ ମାସରେ ଜିଡିପିର ନୂଆ ଆକଳନ ଜାରି ହେବ। ତୃତୀୟ ତ୍ରୈମାସର ଅଭିବୃଦ୍ଧି ଆକଳନ ୬.୬% ରହିଥିବା ବେଳେ ଚତୁର୍ଥ ତ୍ରୈମାସରେ ଏହା ହ୍ରାସ ଘଟିବ ବୋଲି ଅନୁମାନ କରାଯାଉଛି। ଘରୋଇ ବଜାରରେ ଆର୍ଥତ୍କ ମାନ୍ଦାବସ୍ଥା ରହିଥିବା ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ରିପୋର୍ଟରେ ସ୍ବୀକାର କରିଛି। ଘରୋଇ ବଜାରରେ ଚାହିଦା କମିବା ଯୋଗୁ ବଜାର ଏହାଦ୍ୱାରା ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଚାହିଦାରେ ଏହି ଶିଥିଳତା ଚଳିତ ଆର୍ଥତ୍କ ବର୍ଷରେ ରହିବ ବୋଲି ଆକଳନ କରାଯାଇଛି। ଏହାବାଦ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି) ଏବଂ ଏଚ୍‌ଏଫ୍‌ସି କ୍ଷେତ୍ରରେ ନଗଦ ସଙ୍କଟ ଜିଡିପି ଅଭିବୃଦ୍ଧି ଉପରେ ପ୍ରଭାବ ପକାଉଛି।

ପ୍ରଭାବିତ ମାନୁଫାକଚରିଂ
ଦେଶର ମାନୁଫାକଚରିଂ ଶିଳ୍ପ ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ମାର୍ଚ୍ଚରେ ଔଦ୍ୟୋଗିକ ଉତ୍ପାଦନ ୨୧ ମାସର ସର୍ବନିମ୍ନ (-)୦.୧ ସ୍ତରକୁ ଖସି ଆସିଥିଲା।

ନିଯୁକ୍ତି ସଙ୍କଟ
ଆଗାମୀ ସରକାର ନୂଆ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ମଧ୍ୟ ଆହ୍ବାନର ସାମ୍ନା କରିବେ। ପ୍ରଭାବିତ ଅର୍ଥନୀତି ଯୋଗୁ ନିଯୁକ୍ତି ଯୋଗାଣ ଧାରା ଏବେ ଉନ୍ନତ ସ୍ଥିତିରେ ନାହିଁ। ନିଯୁକ୍ତି ସୃଷ୍ଟି ଏନ୍‌ଡିଏ ସରକାରଙ୍କ ଲାଗି ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବୃହତ୍ତ ପରିମାଣର ଚାକିରି ସୃଷ୍ଟି କରିବାକୁ ସରକାର କହିଥିବା ବେଳେ ଏହା କରିବାକୁ ସକ୍ଷମ ହୋଇ ନାହାନ୍ତି। ଏହାକୁ ନେଇ ବିରୋଧି ଦଳଗୁଡିକ ସରକାରଙ୍କୁ ଅନେକ ସମୟରେ ଟାର୍ଗେଟ କରୁଛନ୍ତି।

ଟିକସ ସଂଗ୍ରହ ବୃଦ୍ଧି
ରାଜସ୍ବ ବୃଦ୍ଧି ସରକାରଙ୍କ ଲାଗି ଏକ ପ୍ରାଥମିକତା ହେବ। ଉଭୟ କଂଗ୍ରେସ ଏବଂ ବିଜେପି ପ୍ରତ୍ୟକ୍ଷ ଆୟ ସହାୟତା ଦେବାକୁ ଘୋଷଣା କରିଥିବାରୁ ଏହାକୁ ପୂରଣ କରିବା ଲାଗି ଟିକସ ସଂଗ୍ରହ ଉନ୍ନତ ହେବା ଆବଶ୍ୟକ। ଶିଥିଳ ଆର୍ଥତ୍କ ସ୍ଥିତି, ଜିଏସ୍‌ଟି ସୁଧାରକୁ ସରକାରଙ୍କୁ ଟିକସ ସଂଗ୍ରହ କ୍ଷେତ୍ରରେ ସଂଘର୍ଷ କରିବାକୁ ପଡୁଛି। ଟିକସ ସଂଗ୍ରହ ଉନ୍ନତ ହେଲେ ସରକାର ପ୍ରତିଶ୍ରୁତି ରକ୍ଷା କରିବା ସହ ନଗଦ ଅର୍ଥ ଲୋକଙ୍କୁ ଦେଇ ପାରିବେ। ଏହା ବାବ ପୁଞ୍ଜି ପ୍ରତ୍ୟାହାର ଏବଂ ସ୍ପେକ୍ଟ୍ରମ ବିକ୍ରରୁ ସରକାର ଅର୍ଥ ସଂଗ୍ରହ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଆମେରିକା-ଇରାନ ମଧ୍ୟରେ ହେବ ୪୫ ଦିନ ଯୁଦ୍ଧ ବିରତି! ଟ୍ରମ୍ପଙ୍କ ଧମକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଓ୍ବାଶିଂଟନ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରି ଇରାନକୁ ଏକ ଅଲଟିମେଟମ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତେହରାନ…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

ଆଦର୍ଶ ବଜାରରୁ ବି ଉଠିପାରିଲାନି ଧାନ: କାଳବୈଶାଖୀ ମାଡ଼ି ଆସୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ଆଉ ପ୍ରାୟ ମାସକ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ଧାନକ୍ରୟ କେନ୍ଦ୍ର(ମଣ୍ଡି)ରୁ…

ବିଧାୟକ-କାଉନସିଲର ବିବାଦ: ଶପଥ ପାଇଁ ସଭାମଞ୍ଚକୁ ଟଣାହେଲେ ମହାପ୍ରଭୁ, ଆଉ ତା’ ପରେ…

ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷl…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri