ମୁମ୍ବାଇ,୧୧।୬(ପି.ଟି.): ନୂଆ ଶିକ୍ଷାନୀତି ପାଠ୍ୟକ୍ରମରେ କ୍ରୀଡ଼ା ସ୍ଥାନ ପାଇବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ସ୍କୁଲ ପାଠ୍ୟକ୍ରମରେ କ୍ରୀଡ଼ା ବାଧ୍ୟତାମୂଳକ ହେବ। ଏହା ଆଉ ଅତିରକ୍ତ ପାଠ୍ୟକ୍ରମ ଗତିବିଧି ବା ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ହୋଇ ରହିବ ନାହିଁ ବୋଲି ସେ ‘ଆନ୍ତର୍ଜାତୀୟ ଓ୍ବେବିନାର ଅନ୍ ଅଲିମ୍ପିଜମ୍ ଓ ଅଲିମ୍ପିକ୍ ଏଜୁକେଶନ ଇନ୍ ଦି ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରି’ରେ ଯୋଗ ଦେଇ ଏହି କଥା କହିଛନ୍ତି। ଶିକ୍ଷାଠାରୁ କ୍ରୀଡ଼ା ଭିନ୍ନ ନୁହଁ ବୋଲି ବିଚାର କରେ। କ୍ରୀଡ଼ା ଆଉ ଅପଶନାଲ ବା ଅତିରିକ୍ତ ବିଷୟ ହୋଇ ରହିବ ନାହିଁ ଓ ଏହାକୁ ଶିକ୍ଷାର ଅଭିନ୍ନ ଅଙ୍ଗ ବିବେଚନା କରାଯିବ ବୋଲି ସେ କହିଛନ୍ତି। କ୍ରୀଡ଼ା ହିଁ ଶିକ୍ଷା ଓ ଅତିରିକ୍ତ ବିଷୟ ନୁହେଁ। ଏବେ ଏହାକୁ ସମସ୍ତେ ଗ୍ରହଣ କରିବେ ବୋଲି ସେ କହିଛନ୍ତି।
ଅବଶ୍ୟ ଏପର୍ଯ୍ୟନ୍ତ ଭାରତରେ ନୂଆ ଶିକ୍ଷାନୀତି ଘୋଷଣା କରାଯାଇ ନାହିଁ। କିନ୍ତୁ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ ଗଠନ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ରିଜିଜୁ କହିଛନ୍ତି। ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ ଗଠନ ନେଇ ଘୋଷଣା କରି ଆମେ ବେଶ୍ ଖୁସି ଅଛୁ। ଏ ନେଇ ଆମେ ପ୍ରକ୍ରିୟା ଆରମ୍ଭ କରିଛୁ ବୋଲି ସେ କହିଛନ୍ତି। କୋଭିଡ୍- ୧୯ ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଦେଶ ପାଇଁ ଏକ ଅଲିମ୍ପିକ ମ୍ୟୁଜିୟମ ସ୍ଥାପନ କରାଯିବ। ଭାରତ ଭଳି ବିଶାଳ ଦେଶରେ ଅଲିମ୍ପିକ ମ୍ୟୁଜିୟମ ସ୍ଥାପନ କରାଯିବା ନିହାତି ଜରୁରୀ ବୋଲି ରିଜିଜୁ କହିଛନ୍ତି।
ବସ୍ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍ ଖେଳାଳିଙ୍କ ଜୀବନ
ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍ କ୍ଲବର ଫୁଟବଲ ଖେଳାଳି ବେରେକୁମ୍ ଚେଲ୍ସୀର ଡୋମିନିକ୍ ଫ୍ରିମ୍ପଙ୍ଗ୍ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…
ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ
ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…
ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍
ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…
RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!
ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…
‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ
ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…
ଲକ୍ଷ୍ନୌକୁ ହରାଇଲା ଗୁଜରାଟ
ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍ଏସ୍ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍ରେ ଦ୍ୱିତୀୟ…
ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…
ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍…
ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….
ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…
Archives

